ଭିଡିଓରେ ଘର ଭଡା ପାଇଁ ଗୁଳି ଧମକ, ଘର ମାଲିକ କଲେ ବ୍ଲାଙ୍କ୍ ଫାୟାରିଂ

Published By : Prameya-News7 Bureau | June 15, 2020 IST

ବେଙ୍ଗାଲୁରୁ, ୧୫|୦୬ : କର୍ଣ୍ଣାଟକର ବେଲଗାମ ଜିଲ୍ଲାରେ ଘର ଭଡା ନଦେବାରୁ ଜଣେ ଘର ମାଲିକ ଏପରି କିଛି କରି ଭଡାଟିଆଙ୍କୁ ଡରାଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । ମାଲିକ ବ୍ଲାଙ୍କ୍ ଫାୟାରିଂ କରି ଭଡାଟିଆଙ୍କୁ ଧମକ ଦେଇଛନ୍ତି । ଜିଲ୍ଲାର ଚିକ୍କିଡି ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି ।

ସୂଚନାନୁସାରେ, ଦେଶରେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍‌ର ପ୍ରଭାବ ଲୋକଙ୍କ ଜୀବନ ଉପରେ ପଡିଛି । ଏନେକ ବ୍ୟକ୍ତି ରୋଜଗାର ହରାଇଛନ୍ତି । ଆଉ କିଛି କର୍ମଚାରୀଙ୍କୁ ଦରମା ମଧ୍ୟ ମିଳିନାହିଁ । ଫଳରେ ଘର ଭଡା ନେଇ ରହୁଥିବା ଅନେକ ବ୍ୟକ୍ତି ଭଡା ଟଙ୍କା ଦେଇପାରୁ ନାହାଁନ୍ତି ।

wp:html /wp:html

ଏହି ଘରଭଡାକୁ ନେଇ ବେଲଗାମର ଚିକ୍କିଡିରେ ଘର ମାଲିକ ଓ ଭଡାଟିଆ ମୁହାଁମୁହିଁ ହୋଇଥିଲେ । ଘର ମାଲିକ ବାରମ୍ବାର ଟଙ୍କା ମାଗିଥିଲେ ମଧ୍ୟ ଭଡାରେ ରହୁଥିବା ଜଣେ ଯୁବକ ଟଙ୍କା ଦେଇପାରି ନଥିଲେ । ତାଙ୍କ ପାଖରେ ଅର୍ଥାଭାବ ଥିଲା । ବାରମ୍ବାର ମାଗିବା ପରେ ମଧ୍ୟ ଟଙ୍କା ନଦେବାରୁ ଘର ମାଲିକ ନିଜ ବନ୍ଧୁକରୁ ବ୍ଲାଙ୍କ୍ ଫାୟାରିଂ କରିଥିଲେ ।  ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅଭିଯୋଗ ପାଇ ପୋଲିସ ଘର ମାଲିକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.