Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ନୂଆବର୍ଷରୁ ବଦଳିଯିବ ଲ୍ୟାଣ୍ଡଲାଇନ୍ ଫୋନ ଡାୟଲିଂ, ମୋବାଇଲକୁ କଲ କଲେ ପ୍ରଥମେ ଟିପିବାକୁ ହେବ ‘ଶୁନ’

26/11/2020 at 4:48 PM

ନୂଆଦିଲ୍ଲୀ ୨୬।୧୧: ଡିସେମ୍ବର ୩୧ ତାରିଖ ସହ ଅନେକ କିଛି ବଦଳି ଯିବ। କାନ୍ଥରୁ ପୁରୁଣା କ୍ୟାଲେଣ୍ଡର ସାଙ୍ଗକୁ ଲୋକଙ୍କ ଚାଲିଚଳନ ସବୁ । ଏଥିରେ ଲ୍ୟାଣ୍ଡଲାଇନ ଫୋନ ବ୍ୟବହାରକାରୀଙ୍କ ଲାଗି ଟେଲିକମ୍‌ ରେଗ୍ୟୁଲେଟରୀ ଅଫ ଇଣ୍ଡିଆ (ଟିଆରଏଆଇ) ଏକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି।  ଲ୍ୟାଣ୍ଡ ଲାଇନ ଫୋନରୁ ମୋବାଇଲକୁ କଲ କଲେ ଦୀର୍ଘ ବର୍ଷ ପୂର୍ବେ ଯେପରି ପ୍ରଥମେ ଜିରୋ ଡାୟଲ କରୁଥିଲେ ଏବେ ଲୋକେ ପୁଣି ସେହି ଅଭ୍ୟାସକୁ ଫେରିବେ ।

ଏବେ ଲ୍ୟାଣ୍ଡଲାଇନରୁ ସିଧା ନମ୍ବର ଟିପି ମୋବାଇଲ ସବସ୍କ୍ରାଇବରଙ୍କ ସହ ଆପଣ ସହଜରେ କଥା ହୋଇପାରୁଛନ୍ତି। ହେଲେ ୧ ଜାନୁୟାରୀ ୨୦୨୧ରୁ ଆଉ ସେପରି ସମ୍ଭବ ହେବନି। ନୂଆ ନୂଆ ବେଳେ ମୋବାଇଲକୁ କଲ କରିବାକୁ ହେଲେ ଯେପରି ଶୁନ୍‌ ଡାୟଲ କରୁଥିଲେ ସେପରି ଆଗ ଶୁନ ଡାୟଲ କରି ନମ୍ବର ଟିପିବାକୁ ପଡିବ।

ଖାସ୍ ଏଥିପାଇଁ ବଦଳିଲା ବ୍ୟବସ୍ଥା
ଟ୍ରାଇ ୨୯ ମେ ୨୦୨୦ରେ ଏଥିଲାଗି ଟେଲିକମ୍‌ ବିଭାଗ(ଡିଓଟି)କୁ ସୁପାରିଶ କରିଥିଲେ। ଏ ନେଇ ଡିଓଟି ନଭେମ୍ବର ୨୦ରେ ସର୍କୁଲାର ଜାରି କରି ସୂଚିତ କରିଛନ୍ତି। ଏହା ଦ୍ୱାରା ମୋବାଇଲ ଓ ଲ୍ୟାଣ୍ଡଲାଇନ୍‌ ଲାଗି ପର୍ଯ୍ୟାପ୍ତ ନୂଆନମ୍ବର ସୃଷ୍ଟିକରିବାକୁ ସୁବିଧା ମିଳିପାରିବ ବୋଲି ଡିଓଟି କହିଛନ୍ତି। ଏହା ଦ୍ୱାରା ଅନୁନ୍ୟ ୨୫୪.୪ କୋଟି ଏକ୍ସଟ୍ରାନମ୍ବ ସୃଷ୍ଟି କରାଯାଇପାରିବ।

ଯାହା ଭବିଷ୍ୟତର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ଡିଓଟି କହିଛନ୍ତି। ଏବେ ନିଜ ଅଞ୍ଚଳରୁ ଦୂରକୁ ଟୋଲିଫୋନ କରିବା ଲାଗି ଶୁନ୍‌ ଡାୟଲ କରିବାକୁ ପଡୁଛି। ତେବେ ଆଗକୁ ଏପରି ହେବନି। ଶୁନ୍‌ କେବଳ ମୋବାଇଲ ନମ୍ବର ଡାୟଲ ପୂର୍ବରୁ ବ୍ୟବହୃତ ହେବ ବୋଲି ଡିଓଟି କହିଛନ୍ତି। ଏହି ନୂଆ ବ୍ୟବସ୍ଥା ଆପଣାଇବା ଲାଗି କମ୍ପାନୀମାନଙ୍କୁ ଜାନୁୟାରୀ ୧ ତାରିଖ ପର୍ଯ୍ୟନ୍ତ ଡିଓଟି ସମୟ ଦେଇଛନ୍ତି।

   Related Posts