ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ଧାମରାରୁ ୪୦ ଓ ବାଲେଶ୍ବରରୁ ୫୦କି.ମି. ଦୂରରେ ରହିଛି

Published By : Prameya-News7 Bureau | May 26, 2021 IST

ଭୁବନେଶ୍ବର ୨୬।୫: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆଇଏମଡି ସୂତ୍ରରୁ ସୂଚନା ମିଳିଛି । ଏହା ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ଭଦ୍ରକର ଧାମରାରୁ ୪୦ କି.ମି. ଦୂରରେ ରହିଛି ବାତ୍ୟା ‘ୟାସ୍’ । ପଶ୍ଚିମବଙ୍ଗର ଦୀଘାଠାରୁ ୭୦ କି.ମି. ଦୂରରେ ରହିଛି । ବାଲେଶ୍ବରରୁ ୫୦ କି.ମି. ଦୂରରେ ରହିଛି ବାତ୍ୟା । ବାସୁଦେବପୁରରୁ ବାହାନଗା ମଧ୍ୟରେ ‘ୟାସ୍’ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି ।

ପ୍ରଥମେ ବାତ୍ୟାର ଆଇ ଓ୍ବାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କି.ମି. ରହିବ । ଏହାଠାରୁ ଅଧିକ ବେଗରେ ପବନ ହେବନାହିଁ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଲ୍ୟାଣ୍ଡଫଲ୍ ପରେ ପବନର ବେଗ କମିବ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବରରେ ସନ୍ଧ୍ୟା ଯାଏଁ ପବନ ବହିବ । ମୟୁରଭଞ୍ଜରେ ପବନର ବେଗ ୧୦୦ରୁ ୧୧୦ କି.ମି. ରହିବ । ୨୭ ତାରିଖ ସକାଳେ ଝାଡଖଣ୍ଡ ମୁହାଁ ହେବ ବାତ୍ୟା ‘ୟାସ୍’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.