ଟଳିଲା ବାତ୍ୟା ଗୁଲାବ୍‌, ହେଲେ ଆସନ୍ତାକାଲି ରାଜ୍ୟରେ ଜାରି ରହିବ ବର୍ଷା

Published By : Prameya-News7 Bureau | September 26, 2021 IST

ଭୁବନେଶ୍ୱର, ୨୬/୦୯: ଶ୍ରୀକାକୁଲମର ସନ୍ଥଗୁଡା ଠାରେ ସ୍ଥଳଭାଗ ଛୁଇଁଛି ବାତ୍ୟା ଗୁଲାବ । ହେଲେ ଏହି ସାମୁଦ୍ରିକ ଝଡ ଗୁଲାବର ବିଶେଷ ପ୍ରଭାବ ଅନୁଭୁତ ହୋଇନାହିଁ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ କିମି ରହିଥିଲା । ଏହା ୬ଘଣ୍ଟା ଭିତରେ ଦୁର୍ବଳ ହେବ । କୋରାପୁଟ, ମାଲାକାନାଗିରି, ରାୟଗଡା, ଗଜପତି ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ବର୍ଷା ହେବ ।

 ଗୁଲାବ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିସାରିଛି । ଆସନ୍ତାକାଲି ପାଇଁ, ପୁରୀ ଖୋର୍ଦ୍ଧା ରେ ପ୍ରଭାବ କମ ରହିବ । ପ୍ରବଳ ବର୍ଷା ଯୋଗୁଁ ନାଗାବଳି ବଂଶଧାରା ନଦୀରେ ଜଳସ୍ତର ବଢିବ। ଆଜି ରାତିଠାରୁ ଆସନ୍ତାକାଲି ସକାଳ ଯାଏଁ ବର୍ଷା ଜାରି ରହିବ । ଗୁଲାବର ପ୍ରକୋପ କମିଛି । ଆସନ୍ତାକାଲି ଯାଏଁ କେବଳ ମସ୍ୟଜିବୀ ଙ୍କ ପାଇଁ କଟକଣା ବଳବତ୍ତର ଥିବା ବେଳେ ଅନ୍ୟ ସମସ୍ତ କଟକଣା ହଟାଇ ଦିଆଯାଇଥିବା ଆଞ୍ଚଳିକ ପାଣିପାଗକେନ୍ଦ୍ର  ନିର୍ଦ୍ଦେଶକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.