ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | September 26, 2021 IST

ଭୁବନେଶ୍ୱର, ୨୬/୦୯: ବାତ୍ୟା ଗୁଲାବ୍‌ ଏବେ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ୫୦ ରୁ ୬୦ କିମି ବେଗରେ ପବନ ବହୁଛି । ସମୁଦାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିବ । ଏହି ପ୍ରକ୍ରିୟା ମଧ୍ୟରାତ୍ରି ଯାଏଁ ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଏହା ଗୋପାଳପୁରଠାରୁ ୯୫ କିମି ଦୂରରେ ରହିଥିବା ଜଣାପଡ଼ିଛି । ଗୁଲାବ ଆନ୍ଧ୍ର କଳିଙ୍ଗପଟ୍ଟନମ୍‌ ଠାରୁ ୮୫ କିମି ଦୂରରେ ରହିଛି । ବିଗତ ୩ ଘଣ୍ଟାରେ ଏହାର ବେଗ ୨୫ କିମି ରହିଛି । ମଧ୍ୟରାତ୍ର ସୁଦ୍ଧା ଏହା ଗୋପାଳପୁର ଓ କଳିଙ୍ଗପାଟ୍ଟନମ୍‌ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ରହିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.