ମଧ୍ୟରାତ୍ରିରେ ଇତିହାସ ରଚିବ ଭାରତ: ରାତି ୧ଟା ୩୦ମିନିଟରୁ ଆରମ୍ଭ ହେବ ଚନ୍ଦ୍ରଯାନ-୨ ଠାରୁ ଅଲଗା ହୋଇ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପ୍ରକ୍ରିୟା

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: ସେହି ଶେଷ ୧୫ମିନିଟକୁ ଅପେକ୍ଷା । ମହାକାଶରେ ଭାରତ ଇତିହାସ ରଚିବାଠୁ ମାତ୍ର କିଛି ପାଦ ଦୂର । ଆଉ କିଛି ଘଣ୍ଟା ପରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୨ । ଭାରତର ମୁନ୍ ମିଶନ ଉପରେ ସାରା ବିଶ୍ବର ନଜର । ଯଦି ସବୁ କିଛି ସଫଳ ହୁଏ ତେବେ ଚନ୍ଦ୍ରରେ ଯାନ ଓହ୍ଲାଇବାରେ ବିଶ୍ବରେ ଭାରତ ହେବ ଚତୁର୍ଥ ଦେଶ । …

{"id":153960}

ଦେଶସାରା ଏବେ ଉତ୍କଣ୍ଠା। କିଏ ହୋମ ଯଜ୍ଞ କରୁଛି କିଏ କରୁଛି ପ୍ରାର୍ଥନା ଆଉ  କିଏ ଉତ୍କଣ୍ଠାରେ ବିଜ୍ଞାନ ସାଙ୍ଗରେ ଇତିହାସକୁ ଯୋଡ଼ୁଛି । ସାରାଦେଶରେ ଏବେ ଉତ୍କଣ୍ଠା  ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୨ । ମଧ୍ୟରାତ୍ରିରେ ଇତିହାସ ରଚିବ ଭାରତ ।ସାରା ଦେଶବାସୀ ଅପେକ୍ଷା କରିଛନ୍ତି ସେହି ଐତିହାସିକ ମୂହୁର୍ତ୍ତକୁ । ଯେତେବେଳେ ଚନ୍ଦ୍ରଯାନ-୨ ଠାରୁ ଅଲଗା ହୋଇ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ ।

{"id":153961}

ଆଜି ରାତି ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ଚନ୍ଦ୍ରଯାନରୁ ଚନ୍ଦ୍ରପୃଷ୍ଠରେ ସଫ୍‌ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରପୃଷ୍ଠର ୩୫ କିଲୋମିଟର ଉପରେ ପରିକ୍ରମା କରୁଥିବା ଲ୍ୟାଣ୍ଡର ବିକ୍ରମ ସଫ୍‌ଟ ଲ୍ୟାଣ୍ଡିଂ କରିବାକୁ ୧୫ ମିନିଟ୍‌ ଲାଗିବ । ଆଉ ଏହି ୧୫ ମିନିଟ୍‌ ଇସ୍ରୋ ପାଇଁ ଆତଙ୍କର ମୂହୁର୍ତ୍ତ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ । ….

{"id":153962,"width":589,"height":391}

ଚନ୍ଦ୍ରପୃଷ୍ଠଠାରୁ ୩୫କିଲୋମିଟର ଉଚ୍ଚରେ ପହଞ୍ଚିବା ପରେ ରାତି ଗୋଟାଏ ୩୦ମିନିଟ ବେଳକୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ଏହା ପରବର୍ତ୍ତୀ ୧୫ମିନିଟ୍ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏବଂ ଜଟିଳ । ୧୦ମିନିଟ୍ ଭିତରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ୭.୪କିଲୋମିଟର ଉଚ୍ଚରେ ପହଞ୍ଚିଯିବ । ଏହାର ୩୮ସେକେଣ୍ଡ ଭିତରେ ଲ୍ୟାଣ୍ଡର ବିକ୍ରମ ୫ କିଲୋମିଟର ଉଚ୍ଚରେ ପହଞ୍ଚିଯିବ । ପରବର୍ତ୍ତୀ ୮୯ସେକେଣ୍ଡରେ ୪ଶହ ମିଟର ଉଚ୍ଚକୁ ଖସି ଆସିବ ବିକ୍ରମ । ଏଇଠି ଅଟକି ରହି ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବ । ରାତି ୧.୩୦ରୁ ୨.୩୦ଭିତରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ୧୦୦ମିଟର ଉଚ୍ଚରେ ପହଞ୍ଚିବ । ଏଇଠି କିଛି ସେକେଣ୍ଡ ଅଟକି ଲ୍ୟାଣ୍ଡର ସ୍ଥିର କରିବ ଚନ୍ଦ୍ରପୃଷ୍ଠର କେଉଁ ସ୍ଥାନରେ ଅବତରଣ କରିବ, ପ୍ରଥମ ନା ଦ୍ବିତୀୟ । ଅବତରଣ ଲାଗି ଚନ୍ଦ୍ରପୃଷ୍ଠର ଦୁଇଟି ସ୍ଥାନକୁ ବଛାଯାଇଛି ।

{"id":153963}

ପୁରା ପ୍ରକ୍ରିୟା ସଫଳ ହେଲେ ଚନ୍ଦ୍ରରେ ଯାନ ଓହ୍ଲାଇବାରେ ଭାରତ ପାଲଟିବ ବିଶ୍ବର ଚତୁର୍ଥ ଦେଶ । କେବଳ ଆମେରିକା, ଋଷ, ଚୀନକୁ ହିଁ ଏହି ସଫଳତା ମିଳିଛି । ତେବେ ଦକ୍ଷିଣ ମେରୁରେ ଯାନ ଅବତରଣ କରାଇବାରେ ଭାରତ ପାଲଟିବ ବିଶ୍ବର ପ୍ରଥମ ଦେଶ । ଏହି ଐତିହାସିକ ମୁହୁର୍ତ୍ତର ସାକ୍ଷୀ ରହି ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ନିୟନ୍ତ୍ରଣ କକ୍ଷରୁ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେଠାରେ ଉପସ୍ଥିତ ହୋଇ ଏହି ପୁରା ପ୍ରକ୍ରିୟା ଦେଖିବେ ।ସେମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି । …

{"id":153964}

୧୪ ଦିନ ଧରି ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଚନ୍ଦ୍ର ପୃଷ୍ଠରେ ପରୀକ୍ଷା କରିବ ।କେମିତି ସୃଷ୍ଟି ହୋଇଥିଲା ଚନ୍ଦ୍ର ।ଚନ୍ଦ୍ରରେ ପାଣି ଅଛି କି, ଯଦି ଅଛି ତେବେ କେତେ ପରିମାଣରେ ।ଚନ୍ଦ୍ରରେ କେଉଁ ଖଣିଜ ଅଛି । ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବ ଚନ୍ଦ୍ରଯାନ-୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.