Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପ୍ରକୃତିର ରହସ୍ୟ ଜାଣିବା ମୁସ୍କିଲ, ନଈ ଭିତରେ ହଠାତ ଜଳସ୍ତର ଉପରକୁ ଉଠିଲା ମାଟି ଓ ପଠା… ଭିଡିଓ ଭାଇରାଲ

23/07/2021 at 5:36 PM

ଚଣ୍ଡିଗଡ ୨୩/୦୭ : ସଂସାରର ସୃଷ୍ଟି ବିଚିତ୍ର । ବେଳେବେଳେ ଏଭଳି କିଛି ଘଟଣା ଘଟେ ଯାହା ଦେଖିଲେ ବିଶ୍ବାସ କରିହେବ ନାହିଁ । ବିଶ୍ବର କୋଣ ଅନୁକୋଣରେ ପାଣିପାଗ ପରିବର୍ତ୍ତନ ଦେଖାଯାଇଥାଏ । ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ବିଶ୍ବାସ କରିହେଉନାହିଁ । ମାଟି ଅତଡା ଖସି ପାଣିରେ ମିଶି ଯିବାର ଭିଡିଓ ଅନେକ ଦେଖିଥିବେ କିନ୍ତୁ କେବେ ପାଣି ଭିତରୁ ମାଟି ଉପରକୁ ଉଠିବାର ଦେଖିଛନ୍ତି କି ?

ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପାଣି ଭିତରୁ ଆପଣାଛାଏଁ ମାଟି ଉପରକୁ ଉଠୁଛି । ଲଗାତାର ଭାବେ ପ୍ରାୟ ୧୦ଫୁଟ ଉପରକୁ ଉଠିଯାଉଛି ମାଟି । ନିକଟରେ ଥିବା କିଛି ବ୍ୟକ୍ତି ଏହାର ଭିଡିଓ ସୁଟ୍‌ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓକୁ ଜଗତ ଭାନି ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁକି ଏଯାଏଁ ପ୍ରାୟ ୪.୩ ମିଲିୟନ ଲୋକ ଦେଖିସାରିଲାଣି ।

ଏକ ମିନିଟ୍ ୫୮ ସେକେଣ୍ଡର ଏହି ଭିଡିଓରେ ପାଣି ଭିତରେ ବୁଡିକି ରହିଥିବା ଏକ ଅଞ୍ଚଳ ହଠାତ ପାଣି ଉପରକୁ ପ୍ରାୟ ୧୦ ଫୁଟ୍ ଯାଏଁ ଉଠିଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହା କିଭଳି ହେଉଛି ତାହା କେହି ଜାଣିପାରୁ ନାହାନ୍ତି । କେହି କେହି ଏହାକୁ ବିବର୍ତ୍ତନିକ ଗତିବିଧି ବୋଲି କହୁଥିବା ବେଳେ ଆଉ କିଛି ଏହା ମାଟି ତଳେ ଥିବା ମିଥେନ କାରଣରୁ ହୋଇଥାଇପାରେ ବୋଲି କହିଛନ୍ତି ।

blob:https://www.facebook.com/4aa5ecf6-102b-428b-b059-59cdfa7262b3

   Related Posts