Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସୋନନଦୀରୁ ବେଧଡକ ଭାବେ ଲୁଟ୍ ହୋଇ ଚାଲିଛି ବାଲି, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା

15/09/2020 at 3:08 PM

ନୀଳଗିରି, ୧୫|୦୯ : ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ କାଠପାଳ ନିକଟରେ ଥିବା ସୋନନଦୀରୁ ଦିନ ରାତି ଲୁଟ ହେଉଛି ବାଲି। ଆଉ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧିକୁ ଦେଖି  ସ୍ଥାନୀୟ ପ୍ରଶାସନ କୋମାକୁ ଚାଲିଯାଇଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ମୟୁରଭଞ୍ଜରୁ ପ୍ରବାହିତ ହୋଇ ଆସିଥିବା ସୋନନଦୀ ଏବେ ବାଲିମାଫିଆଙ୍କ କବଜାରେ ରହିଛି। କାଠପାଳ ଅଞ୍ଚଳରେ ଦିନରାତି ଏକ କରିଦେଇଛନ୍ତି ବାଲି ମାଫିଆ।

ଚଳିତ ବର୍ଷ ନଦୀରେ ପାଣି ଆସିବା ଫଳରେ ବାଲି ଚାରିଆଡ଼େ ଭରପୁର ହୋଇଯାଇଛି। ପୂର୍ବରୁ ପୁନଦାଳ,ଡୁମଗଣ୍ଡିରା ଅଞ୍ଚଳରେ ବାଲି ଚୋରି ପାଇଁ କୋଟିକୋଟି ଟଙ୍କାର ରାଜସ୍ୱ ହାନି ହୋଇଆସୁଥିବା ଅଭିଯୋଗ ହେଉଥିଲା। ନଦୀକୂଳ ଖାଇ ଗାଁକୁ ବନ୍ୟାଜଳ ପ୍ରବେଶ କରିବା ଅଭିଯୋଗ କରି କିଛି ଅଞ୍ଚଳବାସୀ କୋଟିକୋଟି ଟଙ୍କାର ବାଲି ଚୋରିକରି ଆସୁଥିଲେ। ତେବେ ବହୁ ବିଳମ୍ବରେ ପ୍ରଶାସନର ଜ୍ଞାନ ଉଦୟ ହୋଇଥିଲା। ପୁନଦାଳ ଅଞ୍ଚଳରେ ଦୁଇଟି ଓ ଡୁମଗଣ୍ଡିରା ଅଂଚଳରେ ଗୋଟିଏ ବାଲି ଖାଦାନ ଅକ୍ସନ କରାଯାଇ ପାଖାପାଖି ଦେଢ଼କୋଟି ଟଙ୍କା ରାଜସ୍ୱ ଆଦାୟ ହେବାର ବାଟ ଖୋଲିଥିଲା। ତେବେ ଏହି ସବୁ ବାଲି ଖାଦାନରେ କାଗଜପତ୍ର ନସରୁଣୁ ଏହି ସବୁ ବାଲି ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। କିଛିଦିନ ଧରି ବାଲିମାଫିଆମାନେ ସୋନନଦୀରେ ଆତଙ୍କ ଚଲାଇ ବାଲି ଲୁଟ କରୁଥିବାର ଦେଖାଯାଇଛି । ଟ୍ରାକ୍ଟର ପିଛା ୫୦୦ ଟଙ୍କା ସେମାନେ ନେଉଥିବା ବେଳେ ଟ୍ରାକ୍ଟର ମାଲିକ ୧୦୦୦ ଟଙ୍କା ନେଇ ବାଲି ଉଠାଇ କିଛି ସ୍ଥାନରେ ଗଛିତ କରୁଛନ୍ତି।

ଦୈନନ୍ଦିନ ଶହେ ଟ୍ରିପରୁ ଉର୍ଦ୍ଧ୍ୱ ବାଲି ଚୋରି ହେଉଥିବା ବେଳେ ଦିନକୁ ଦେଢ଼ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିବା ଅନୁମାନ କରାଯାଉଛି । କାଂଶ ,ମଛୁଆ ,କାଠପାଳ ଅଞ୍ଚଳରେ ବାଲି ଗଛିତ କରି ସେଠାରେ ଟ୍ରକ ମାଧ୍ୟମରେ ବାହାରକୁ ଚାଲାଣ ହେଉଛି। ଯିଏ ଅଭିଯୋଗ କରୁଛି ତାଉପରେ ଠେଙ୍ଗାବାଡି ଧରି ଆକ୍ରମଣ କରିବାକୁ ଗୋଡାଉଛନ୍ତି। ପୂର୍ବରୁ ତତ୍କାଳୀନ ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଅଭିଯୋଗ ପରେ କରଞ୍ଜିଆ ଗାଁ ପୁରୁଷ ଶୂନ୍ୟ ହୋଇହାଇଥିଲା। ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ନକରି ଖାଲି କେସ କରି  ରହିଗଲା। ସେହିପରି ତହସିଲଦାର ଅଶେଷ କୁମାର ନାୟକ ଓ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଚୋରା ଗାଡି ଜବତ କରିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରି ଗାଡି ଛଡାଇ ନେଇଥିଲେ। ବାରମ୍ବାର ଚଢ଼ଉରେ ମଧ୍ୟ ପୋଲିସର ସହଯୋଗ କରାଯାଉନଥିବା ଅଭିଯୋଗ ଉଠିଥିଲା।

ବାଲି ଚୋରି ରୋକିବାକୁ ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ସତ୍ତ୍ୱେ କୌଣସି   କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ଉଠିଛି। ଖାଲି ସେତେକ ନୁହଁ ପ୍ରିୟାପ୍ରୀତି ତୋଷଣ କରି ଧରାଯାଇଥିବା ଟ୍ରାକ୍ଟରକୁ ଛାଡିଦେବା ମଧ୍ୟ ଅଭିଯୋଗ ଉଠିଛି। ପୋଲିସର ଭୂମିକା ଉପରେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ସନ୍ଦେହ କରିଛନ୍ତି। କିଛିଦିନ ପୂର୍ବରୁ ବାଲି ଚୋରି ହେଉଥବାରୁ ନିଲାମ୍ ନେଇଥିବା କିଛି ବ୍ୟକ୍ତି ବାରଣ କରିବାରୁ ତାଙ୍କୁ କିଛି ମହିଳା ଓ ପୁରୁଷ ଠେଙ୍ଗା ଧରି ଗୋଡ଼ାଇଥିଲେ। ପ୍ରାୟ ଦେଢ଼ କୋଟି ଟଙ୍କାରେ ବାଲି ଖାଦାନ ନିଆଯାଇଥିବାରୁ ଚୋରି ବୃଦ୍ଧିନେଇ ନିଲାମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜରୁରୀ ବୈଠକ ବସିଥିଲା। ଚୋରି ବାଲି ଉତ୍ତୋଳନ କରୁଥିବା ଗାଡିକୁ ଆଗାମୀ ଦିନରେ ପଥର ଓ ବାଲି ଖାଦାନ ରେ ନଲଗାଇବାକୁ ସ୍ଥିର ହୋଇଥିବା ବେଳେ ଏକ ଟିମ୍ ଯାଇ ଜିଲ୍ଲାପାଳଙ୍କୁ ଭେଟିବେ ବୋଲି ଜଣାପଡିଛି।

ତେବେ ବେଳହୁଁ ସାବଧାନ ନରହିଲେ କୋଟିକୋଟି ଟଙ୍କା ରାଜସ୍ୱହାନି ହେବବୋଲି କୁହାଯାଇଛି। ଘଟଣାକୁ ନେଇ ଉପଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିବା ପରେ କୋମାକୁ କେବେ ପ୍ରଶାସନ ଯାଏ ନାହିଁ, ତହସିଲଦାରଙ୍କୁ କରୋନା ହେବା ସହ କିଛି ପୋଲିସଙ୍କୁ ମଧ୍ୟ ହୋଇଛି। ତେବେ ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

   Related Posts