ନିର୍ମାଣଧୀନ ପୋଲରୁ ଧସିଲା ମାଟି ଅତଡା : ଜଣେ ଶ୍ରମିକ ମୃତ, ୩ ଗୁରୁତର

Published By : Prameya-News7 Bureau | January 28, 2021 IST

ବେତନଟୀ ୨୮।୧: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ପ୍ରତାପୁର ନଦୀ ଘାଟରେ ନିର୍ମାଣଧୀନ ଉରା ସେତୁର ମାଟି ଅତଡା ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଦୀପକ କୁମାର ସିଂ । ତାଙ୍କ ବୟସ ୨୨ ବର୍ଷ ଯ । ମୃତ ଦୀପକଙ୍କ ଘର ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଧାନଶୋଳ ଗାଁରେ ।

{"id":400069,"sizeSlug":"large","linkDestination":"none"}

ପୂର୍ତ୍ତ ବିଭାଗ ଦ୍ବାରା ୧୧୪୮.୦୦ ଲକ୍ଷ ଟଙ୍କାରେ ନିର୍ମିତ ଏହି ସେତୁର ଏକ ପିଲାର ପାର୍ଶ୍ବରେ ଦୀପକ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ମାଟି ଅତଡା ଖସିଥିଲା । ମାଟିରେ ପୋତି ହୋଇ ଦୀପଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଦୀପକ ସିଂଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲ ପଠାଯାଇଛି । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

{"id":400066,"sizeSlug":"large","linkDestination":"none"}

ଦୀପଙ୍କର ବଡ ଭାଇ ସୁରେନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ଆଜି କୌଣସି ଶ୍ରମିକ କାମ କରିବା ପାଇଁ ଆଗ୍ରହ ନଥିବା ସ୍ଥଳେ ଠିକାଦାର ତାଙ୍କୁ କାମ କରିବାକୁ ବାଧ୍ୟ କରିଥିଲେ । ଏପରିକି ବିନା ସେଫ୍ଟି କିଟରେ ଶ୍ରମିକମାନଙ୍କୁ ଏଠାରେ କାମ କରାଉଥିବାରୁ ଏହିଭଳି ଅଘଟଣ ଘଟୁଛି । କୋଟି କୋଟି ଟଙ୍କା ବିନିମୟରେ ସେତୁର ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ କେବେ ତଦାରଖ କରନ୍ତି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.