ଝାରସୁଗୁଡାରେ ବେଧଡକ ଚାଲିଛି ଜମି ଜାଲିଆତି; ୬ଜଣଙ୍କ ନାଁରେ ଏତଲା ଦେଇଛନ୍ତି ନିଜେ ଝାରସୁଗୁଡା ତହସିଲଦାର

Published By : Prameya-News7 Bureau | October 28, 2018 IST

ଝାରସୁଗୁଡା ୨୮/୧୦ : ଝାରସୁଗୁଡାରେ ବେଧଡକ ଚାଲିଛି ଜମି ଜାଲିଆତି | ଜମି ମାଲିକଙ୍କ ଅଜାଣତରେ ବଦଳି ଯାଉଛି ମାଲିକାନା | ଏଭଳି ସଂଗୀନ ଜାଲିଆତି କାରବାରରେ ସମ୍ପୃକ୍ତ ଅଛନ୍ତି ଜଣେ ପୂର୍ବତନ ଅତିରିକ୍ତ ତହସିଲଦାର ଏବଂ ଅମିନ | ଏମାନଙ୍କ ସହ ୬ଜଣଙ୍କ ନାଁରେ ନିଜେ ଝାରସୁଗୁଡା ତହସିଲଦାର ଥାନାରେ ଏତଲା ଦେଇଛନ୍ତି | ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି ଦାମ ଆକାଶଛୁଆଁ | ତେଣୁ ଫନ୍ଦି ଫିକର କରି ଜମି ମାଫିଆମାନେ ଜମି ମାଲିକଙ୍କ ଅଗୋଚରରେ ବିକ୍ରି କରିଦେଉଛନ୍ତି ସେମାନଙ୍କ ଜମି | ଏଭଳି ଏକ କାରବାର ସାମ୍ନାକୁ ଆସିଛି | ସ୍ବର୍ଗୀୟ ସୁରଜିଦିନ ଶ୍ରୀମାଳିଙ୍କ କୋଟ କୋଟି ଟଙ୍କାର ସମ୍ପତ୍ତିକୁ ହେରଫେର କରି ନିଜ ନାଁକୁ କରିନେଇଥିଲେ ତାଙ୍କ ଡ୍ରାଇଭରଙ୍କ ପୁଅ ମନମୋହନ ଶ୍ରୀମାଳି | ଘଟଣା ଜଣାପଡିବା ପରେ ସୁରଜିଦିନଙ୍କ ଭାଇ ତହସିଲଦାରଙ୍କ ନିକଟରେ ନିଜ ଜମି ଫେରି ପାଇବା ପାଇଁ ଆବେଦନ କରିଥିଲେ | ଝାରସୁଗୁଡା ତହସିଲର ପୂର୍ବତନ ଅମିନ ସସି ଭୂଷଣ ପଣ୍ଡା ଓ ଅତିରିକ୍ତ ତହସିଲଦାର ଉଦ୍ଧବ ସାହୁଙ୍କ ବିରୋଧରେ ନିଜେ ଝାରସୁଗୁଡା ତହସିଲଦାର ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ଏହାଛଡା ଆହୁରି ଅନେକ ଜମି ଜାଲିଆତି ହୋଇଥିବା ସନ୍ଦେହ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.