ହାତ ପାହାନ୍ତାରେ ଜମିର ପଟ୍ଟା ଏବଂ ଖତିୟାନ୍, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍
28/01/2021 at 2:16 PM

ଭୁବନେଶ୍ୱର, ୨୮/୦୧: ଜାଗା ବାଡ଼ିକୁ ନେଇ ଆପଣ ସମସ୍ୟାରେ ଅଛନ୍ତି କି ? ତେବେ ଆପଣ ଘରେ ବସି ଆପଣଙ୍କ ନାମରେ ଥିବା ସମସ୍ତ ଜମି ବାଡ଼ି ସଂପର୍କିତ ତଥ୍ୟ ନିଜ ମୋବାଇଲ୍ରେ ପାଇପାରିବେ । ଇଣ୍ଟରନେଟ୍ ଯୁଗରେ ଆପଣଙ୍କ ହାତ ପାହାନ୍ତାରେ ଏବଂ ସୁବିଧାରେ ଏହି ତଥ୍ୟ ଉପଲବ୍ଧ ହେଉଛି । ଆପଣଙ୍କୁ ଏହାର ଲାଭ ଉଠାଇବାର ଅଛି । ଯଦି ଆପଣ ଏହା କିପରି ପାଇ ପାରିବେ ବୋଲି ଜାଣି ନାହାନ୍ତି ତେବେ ଆପଣଙ୍କୁ ନିମ୍ନୋକ୍ତ ପ୍ରଣାଳୀକୁ ଅନୁସରଣ କରିବାକୁ ପଡ଼ିବ।
📌 ମୋବାଇଲ୍ କିମ୍ୱା କମ୍ପ୍ୟୁଟରରେ ପ୍ରଥମେ କୌଣସି ଏକ Browser ଖୋଲନ୍ତୁ।
📌 ସେଠି Odisha Bhulekh କିମ୍ବା http://bhulekh.ori.nic.in/RoRView.aspx Search କରନ୍ତୁ।
📌 ତା ପରେ ନିଜର ଜିଲ୍ଲା, ତହସିଲ, ଗ୍ରାମ ଚୟନ କରନ୍ତୁ ।
📌 ଏହା ପରେ ଜମିର ପଟ୍ଟା କିମ୍ବା ଖତିୟାନ୍ ଚୟନ କରନ୍ତୁ।
📌 ଏତଦ୍ କରି ସାରିବା ପରେ ପଟ୍ଟା/ଖତିୟାନ୍ ନମ୍ବର ପ୍ରଦାନ କରନ୍ତୁ।
📌ଏହା ପରେ ଆପଣ ପଟ୍ଟା/ଖତିୟାନ୍ ଦେଖି ପାରିବେ।
📌 Download ପାଇଁ ଡାହାଣ ପାର୍ଶ୍ଵରେ ଥିବା Print Option ଉପରେ କ୍ଲିକ କରନ୍ତୁ।
📌ଏହି ୱେବସାଇଟ ଇଣ୍ଟରନେଟ ଏକ୍ସପ୍ଲୋରର / ଗୁଗଲ କ୍ରୋମ / ମୋଜିଲା / ଅପେରା ଏବଂ ଅନ୍ୟ ସମସ୍ତ ବ୍ରାଉଜର ରେ ଦେଖାଯାଇ ପାରିବ ।
📌ଏହି ୱେବସାଇଟକୁ ଓଡିଆରେ ଦେଖିବା ପାଇଁ ୱିଣ୍ଡୋ ୭ କିମ୍ବା ତାଠାରୁ ଉର୍ଦ୍ଧ ସଂସ୍କରଣ ବ୍ୟବହାର କରନ୍ତୁ ।
ଆପଣ କେବଳ ଆପଣଙ୍କ ନାମ ଟାଇପ୍ କରି ନିଜ ନାମରେ ଥିବା ସମସ୍ତ ସ୍ଥାବର ଅସ୍ଥାବର ଜମି ବାଡ଼ିର ତଥ୍ୟ ମଧ୍ୟ ଏହି ସାଇଟ୍ ଜରିଆରେ ପାଇପାରିବେ ।