ଚାନ୍ଦା ଦିଅ ସୁବିଧା ନିଅ, ଅଭିନବ ଠକେଇ - ୮୦ ହଜାର ଟଙ୍କାର ଋଣ ଲେ।ଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛି ଠକ ସଂସ୍ଥା, ସେପଟେ ଜମିହରା ଆଦିବାସୀ ଠକେଇର ଶିକାର

Published By : Prameya-News7 Bureau | November 14, 2019 IST

ଭବାନୀପାଟଣା/ଯାଜପୁର/ପୁରୀ ୧୪।୧୧ - ମହିଳା ସ୍ବୟଂ ସହାୟକ ଗେ।ଷ୍ଠୀକୁ ଅଭିନବ ଠକେଇ । ୮୦ ହଜାର ଟଙ୍କାର ଋଣ ଲେ।ଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଛି ଠକ ସଂସ୍ଥା । ଭବାନୀପାଟଣାରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର ।ମାମଲା ରେ ଇ-ଗ୍ରାମ ସଂସ୍ଥାର ୪ ଜଣ କର୍ମଚାରୀ ଗିରଫ କରିଛି ପେ।ଲିସ ।

୫୫୦ ଟଙ୍କା ଦିଅ । ୮୦ ହଜାର ଟଙ୍କାର ଋଣ ନିଅ । ଏମିତି ଲେ।ଭ ଦେଖାଇ ମହିଳା ସ୍ବୟଂ ସହାୟକ ଗେ।ଷ୍ଠୀଠୁ ଲକ୍ଷାଧିକ ଟଙ୍କା ଠକି ନେଇଛି ଭବାନୀପାଟଣା ବଗିଚାପଡାସ୍ଥିତ ଇ- ଗ୍ରାମ ସଂସ୍ଥା । ଖାତା ଖେ।ଲିବାକୁ ଜଣକ ପିଛା ୨୫୦ ଟଙ୍କା ଓ ଋଣ ପାଇଁ ୫୫୦ ଟଙ୍କା ଆଦାୟ କରାଯାଉଥିଲା ।ଆଉ ଋଣ ଉଠାଇବାକୁ ହିତାଧିକାରୀ ବ୍ୟାଙ୍କ ପହଞ୍ଚିଲା ବେଳକୁ ସେମାନଙ୍କ ହେ।ସ୍ ଉଡିଯାଇଥିଲା । ସମ୍ପୃକ୍ତ ସଂସ୍ଥା ବେଆଇନ ଭାବେ ଟଙ୍କା ଆଦାୟ କରିଥିବା ଜାଣିବା ପରେ ତାତିଥିଲେ ହିତାଧିକାରୀ । ସମ୍ପୃକ୍ତ ଅଫିସ ଘେରାଓ କରିବା ସହ  ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ ସଂପୃକ୍ତ ସଂସ୍ଥାରେ ଚଢାଉ କରି ୨୧ ହଜାର ଟଙ୍କା ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି । କିନ୍ତୁ ମାଷ୍ଟର ମାଇଣ୍ଡ ଦୀନବନ୍ଧୁ ବେହେରା ଫେରାର ରହିଛି ।

{"id":184160,"sizeSlug":"large"}

ପୋଲିସର ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ସଂସ୍ଥା କାର୍ଯ୍ୟାଳୟରୁ ଫେଡରାଲ ବ୍ୟାଙ୍କର ବହୁ ଫର୍ମ , ଜମାଖାତା ଜବତ ହୋଇଛି । ଏଯାଏ ୧୧୦ଜଣଙ୍କୁ ଠକେଇ ହେ।ଇଥିବା କବର ଆସିଲାଣି । ସେପଟେ କିନ୍ତୁ ଦୁର୍ନୀତିକୁ ସିଧା ସିଧା ଫାଙ୍କି ଦେଇଛନ୍ତି ମ୍ୟାନେଜର ଓ ସଂଯେ।ଜକ । ନିଜ ସଂସ୍ଥାକୁ ବଞ୍ଚାଇବାକୁ କିଛି ତଳିଆ କର୍ମଚାରୀଙ୍କ ଉପରେ ଦେ।ଷ ଲଦିଛନ୍ତି । 

ଦୀର୍ଘ ଦିନ ଧରି ଚାଲିଥିଲା ଠକେଇ । କିନ୍ତୁ ପ୍ରଶ୍ନ ଉଠୁଛି କେମିତି ଜାଣିପାରିଲେନି ଇ-ଗ୍ରାମ କର୍ତ୍ତୃପକ୍ଷ । ଚାନ୍ଦା ନାଁରେ କାହାର ପକେଟ୍ ହେଉଥିଲା ଗରମ । ଏସବୁ ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି ହୋଇଛି ।

ପୋଲିସ ତଦ’ ଜାରୀ ରହିଛି । ଏହି ଠକେଇ ରେ ବଡବଡିଆ ଇ-ବ୍ୟାଙ୍କିଙ୍କ ବ୍ୟବସ୍ଥା ର ଆଢୁଆଳ ରେ ତଳିଆ କର୍ମଚାରୀ ଙ୍କୁ ମୋହରା କରି ଠକେଇ କରୁଛ’ି ଯାହା ପ୍ରମାଣିତ କରିବା ପୋଲିସ ପାଇଁ ଚ୍ୟାଲେଞ । 

ସେହିପରି ଯାଜପୁରରେ ମାତିଛି ଠକ ସଂସ୍ଥା ,  ସରକାରୀ ସୁବିଧା ଯୋଗାଇ ଦେବାର ଆଶା ଦେଖାଇ କରାଯାଇଛି ଟଙ୍କା ଆଦାୟ । । ତାହା ପୁଣି ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ ମାତ୍ର ୧୦୦ ମିଟର ଦୂରରେ । ଓଡିଶା ସବୁଜ ପତ୍ରିକା ମହିଳା ମହାସଙ୍ଘ ନାଁରେ ସସ୍ଥା ଖୋଲି ଲୋକଙ୍କ ଠାରୁ ଆଦାୟ ହୋଇଛି ଟଙ୍କା । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୩୦୦୦ ମହିଳାଙ୍କ ଠାରୁ ହୋଇଛି ଚାନ୍ଦା ଆଦାୟ । ହେଲେ ଏହି ଟଙ୍କାରେ କାହାର ପକେଟ୍ ହେଉଛି ଏ ନେଇ ଉଠିଛି ପ୍ରଶ୍ନ ।

{"id":184161,"sizeSlug":"large"}

ଜିଲ୍ଲାପାଳଙ୍କ ସରକାରୀ ବାସଭବନଠାରୁ ମାତ୍ର ୧୦୦ ମିଟର ଦୂରରେ ଖୋଲିଥିଲା ଏହି ସଂସ୍ଥା  । ଟାର୍ଗେଟରେ ଥିଲେ ମହିଳା । ଏଠାରେ ନିତିଦିନ ଏକାଠି ହେଉଥିଲେ ଶହ ଶହ ମହିଳା । ଏ ବାବଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ଚଢାଉ କରିଥିଲା ପ୍ରଶାସନ । ପ୍ରଲୋଭନ ଦେଖାଇ ଟଙ୍କା ନେବା ପରେ ଚମ୍ପଟ ମାରିଛନ୍ତି ସଂସ୍ଥା କର୍ମଚାରୀ ।ଘଟଣା ପରେ ଟଙ୍କା ପୈଠ କରିଥିବା ମହିଳାମାନେ ନିରାଶ ହୋଇ ଜିଲ୍ଲାପାଳଙ୍କ ବାସଭବନ ଘେରାଉ କରିଥିଲେ ।

ଏଠି ପ୍ରଶ୍ନ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଠାରୁ ମାତ୍ର ୧୦୦ ମିଟର ଦୂରରେ ନିତିଦିନ ମେଳି ବାନ୍ଧୁଥିଲେ ଶହ ଶହ ମହିଳା । ହେଲେ  ଏଥିପ୍ରତି କାହିଁକି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନଥିଲା ? କିଏ ସେ ଠକ ସଂସ୍ଥାର ମାଷ୍ଟରମାଇଣ୍ଡ । ଚାନ୍ଦା ନାଁରେ କାହାର ପକେଟ୍ ହେଉଥିଲା ଗରମ । ଏସବୁ ରହସ୍ୟ ଉପରୁ ପରଦା ହଟାଇବାକୁ ଦାବି ହୋଇଛି ।

କେନ୍ଦୁଝରରେ ଜମିହରା ଆଦିବାସୀଙ୍କୁ ଠକେଇ  । ଅଧିକ ସୁଧ ଏବଂ ବୀମା  ପ୍ରତିଶୃତି ଦେଇ କେନ୍ଦୁଝରର  ଆଦିବାସୀଙ୍କୁ ୨ କେ।ଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୁକ୍ତ ପୁରୀରେ । ଜମାକାରୀ ତାଙ୍କ ଘର ଘେରାଉ କରିବାସହ ତାଙ୍କୁ ପୋଲିସରେ ଦେଇଛନ୍ତି । କିନ୍ତୁ ଅଭିଯୁକ୍ତ ଦୋଷ ମାନିବାକୁ ନାରାଜ । ସେପଟେ କ୍ଷତିଗ୍ରସ୍ତ ଆଦିବାସୀ କହିଛନ୍ତି ପୋଲିସ ଠାରୁ ବିଫଳ ହେଲେ ଯିବେ କୋର୍ଟ

ଜମି ଗଲା, ପଇସା  ବି ଗଲା । ଶେଷରେ ଜୀବନଯାକର ପୁଞ୍ଜିକୁ ଫେରିପାଇବାକୁ ଆନ୍ଦେ।ଳନକୁ ଓହ୍ଲାଇଛନ୍ତି କେନ୍ଦୁଝର ଜିଲ୍ଲା ଧେ।ବାକୁଚୁଡା ଗାଁର ଶତାଧିକ ଆଦିବାସୀ । କାନପୁର ଡ୍ୟାମ୍ ପାଇଁ ଏମାନେ ବିସ୍ଥାପିତ ହେ।ଇଥିଲେ । କ୍ଷତିପୁରଣ ବାବଦରେ ଯାହା ଅର୍ଥ ମିଳିଲା ସେସବୁକୁ ଅଧିକ ସୁଧ ଓ ବୀମା ଲୋଭ ଦେଖାଇ ହଡପ କରିନେଇଛି ପୁରୀ ହେରାଗୌରୀସାହିର ମନ୍ମଥ ଷଢଙ୍ଗୀ । କ୍ଷତିଗ୍ରସ୍ତ ଆଦିବାସୀଙ୍କଅଭିଯୋଗ ହେଲା,ନିଜକୁ  ବ୍ୟାଙ୍କର ଡେପୁଟି ମ୍ୟାନେଜର ପରିଚୟ ଦେଇ ମନ୍ମଥ ସେମାନଙ୍କ ଠାରୁ ଚେକ୍ ଆକାରରେ ଲକ୍ଷାଧିକ ଟଙ୍କା ଠକି ନେଇଛି । ଏହାର ପ୍ରତିବାଦରେ ଆଜି ମନ୍ମଥଙ୍କ ଘର ଘେରାଉ କରିଥିଲେ କ୍ଷତିଗ୍ରସ୍ତ ଆଦିବାସୀ ପରିବାର ।

{"id":184162,"sizeSlug":"large"}

 ୨୦୦୮ରେ କାନପୁର ଡ୍ୟାମ ନିର୍ମାଣ ବେଳେ ବିସ୍ଥାପିତ ହେ।ଇଥିଲେ କେନ୍ଦୁଝର ଯୋଡା ବ୍ଲକ ଅନ୍ତର୍ଗତ ଧୋବାକୁଚୁଡା ଗାଁ ର ଅନେକ ଆଦିବାସୀ ପରିବାର । ସେତେ​ ବେଳେ ସେମାନେ ଯୋଡା ସ୍ଥିତ ଇଣ୍ଡସଭ୍ୟାଲି ବ୍ୟାଙ୍କରେ ଟଙ୍କା ଜମା କରି ଆସୁଥିଲେ । ହେଲେ ଏମାନଙ୍କ ସରଳତାର ସୁଯେ।ଗ ନେଇ ବ୍ୟାଙ୍କ କର୍ମଚାରୀ ମନ୍ମଥ   ୧୦ପ୍ରତିଶତ ସୁଧର ଲେ।ଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ।  ୮ବର୍ଷ ପରେ ବି ଟଙ୍କାଟିଏ ସୁଧ ପଇସା ନପାଇବାରୁ ମନ୍ମଥଙ୍କ ଅସଲ ରୂପ ଜାଣି ପାରିଥିଲେ ଜମାକାରୀ । ସେମାନେ ପୁରୀରେ ପହଞ୍ଚି ମନ୍ମଥକୁ ଧରାଇଥିବାବେଳେଅଭିଯେ।ଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ଅଭିଯୁକ୍ତ ।

ଡ୍ୟାମ୍ ପାଇଁ ଜମି ଗଲା ।ଜମି ବଦଳରେ ପାଇଥିବା ଟଙ୍କାକୁ ନେଇ ଭବିଷ୍ୟତ କଳ୍ପନା କରିଥିଲେ ଗରିବ ଆଦିବାସୀ । ହେଲେ  ଠକେଇର ଶୀକାର ହେବା ପରେ ଏବେ ସେମାନେ ଅସହାୟ । ଜମା ଟଙ୍କା ଫେରିନପାଇଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛନ୍ତି କ୍ଷତିଗ୍ରସ୍ତ ଆଦିବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.