Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବୃଦ୍ଧଙ୍କୁ ପିଟି ମାରିଦେଲେ, ବୋହୂ ଉପରେ ଢାଳିଲେ ଏସିଡ୍ : ଜମିବିବାଦରୁ ଭୟଙ୍କର ହେଲା ପରିଣତି

7/01/2020 at 9:34 PM

ଲକ୍ଷ୍ନୌ ୦୭।୦୧: ଜମିବାଡି ବିବାଦକୁ ନେଇ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବୃଦ୍ଧଙ୍କୁ ବଞ୍ଚାଇବାକୁ ଯାଇ ବୋହୂଙ୍କ ଉପରକୁ ଏସିଡ୍ ମାଡ କରାଯାଇଥିବା ଅଭିଯୋଗ। ବୋହୂ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ମୃତକ ଲାଲଚନ୍ଦ ବୋଲି ଜଣାପଡିଛି । ପୋଲିସ ଘଟଣାର ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଉତ୍ତରପ୍ରଦେଶ ମିର୍ଜାପୁର ଥାନା ଅଞ୍ଚଳର ଗାଁରେ ଥିବା ଏକ  ଜମିକୁ ନେଇ ଲାଲଚାନ୍ଦ ମାଞ୍ଝି ଓ ତାଙ୍କ ପଡୋଶୀ ବଡୁକ ଦୁବେଙ୍କ ସହ ବହୁଦିନ ହେଲା ବିବାଦ ଲାଗି ରହିଥିଲା । ସୂଚନାନୁସାରେ ବିବାଦୀୟ ଜମିକୁ କିଛି ବର୍ଷ ତଳେ ଗାଁର ଠାକୁର ପରିବାର ଲାଲଚାନ୍ଦ ନାମରେ କରିଦେଇଥିଲେ । କିନ୍ତୁ ଲାଲଚାନ୍ଦଙ୍କ ପଡୋଶୀରେ ରହୁଥିବା ଦୁବେ ପରିବାର ସେହି ଜମି ଉପରେ ନିଜର ମାଲିକାନା ବୋଲି ଦାବି କରିଆସୁଛନ୍ତି । ଜମିର ମାଲିକାନାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା । ତେବେ ଜମିକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳର ପରିସ୍ଥିତି ଉପୁଜିଲଥିଲା , ପରେ  ଦୁବେ ପରିବାରର ଲୋକେ ଲାଲଚାନ୍ଦଙ୍କୁ ଠେଙ୍ଗାରେ ପିଟି ପିଟି ଗୁରୁତର କରିଦେଇଥିଲେ ।

ନିଜ ଶ୍ବଶୁରଙ୍କୁ ମାଡ ମାରୁଥିବାର ଦେଖି ବୋହୂ ଘଟଣାସ୍ଥଳକୁ ଦୌଡି ଚାଲିଆସିଥିଲା । କିନ୍ତୁ ଅଭିଯୁକ୍ତମାନେ ବୋହୂ ଉପରକୁ ଏସିଡ ମାଡ କରିଥିଲେ । ବୋହୂ ଓ ଶ୍ବଶୁରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଶ୍ବଶୁର ଲାଲଚାନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ , ଏସିଡ୍ ମାଡ ହୋଇଥିବା ବୋହୂ ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି । ଗଣ୍ଡଗୋଳ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।  ଥାନାରେ ଲାଲଚାନ୍ଦଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଆଧାରରେ ପୋଲିସ ବଡକୁ ଦୁବେ, ଅରୁଣ କୁମାର ଦୁବେ, ସୁରେଶ କୁମାର ଦୁବେ ଓ ପବନ କୁମାର ଦୁବେଙ୍କ ନାଁରେ ମାମଲା ରୁଜୁ କରିଛି । ପୋଲିସ ଉଭୟ ଏସିଡ୍ ମାଡ ଓ ଲାଲଚାନ୍ଦଙ୍କୁ ପିଟି ପିଟି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି ।

   Related Posts