Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଜଙ୍ଗଲ ଜମିକୁ ନେଇ ବିବାଦ : ଗାଁକୁ ସବୁଜମୟ କରିବାକୁ ଚାରା ଲଗାଇଥିଲେ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା, ବାଧକ ସାଜିଲେ ମୁଷ୍ଟିମେୟ ଲୋକ

2/10/2019 at 4:06 PM

ପାରାଦୀପ ୨।୧୦: ବୃକ୍ଷ ହିଁ ଜୀବନ । ଗୋଟିଏ ଗଛ ଲଗାଇବା ଏକ ମହତ କାମ । ଏହି ଆହ୍ବାନ ନେଇ ଦୀର୍ଘ ଦିନ ହେବ ପାରାଦୀପ ଅଞ୍ଚଳରେ ନିଜ ଉଦ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଜଙ୍ଗଲ ଜମିରେ ଚାରା ଲାଗାଇଥିଲେ । ନିଜର ସ୍ବାର୍ଥ ପାଇଁ କିଛି ମୁଷ୍ଟିମେୟ ଲୋକ ସେହି ଜମିରୁ ଚାରା ଗୁଡିକୁ ଓପାଡି ଦେଇଛନ୍ତି । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । 

ଗଛ ଲଗାଇବା ଗାଁକୁ ପ୍ରଦୂଷଣ ମୁକ୍ତ କରିବା । ଏହି ଉଦ୍ଦେଶ୍ୟ ନେଇ ଗଛ ଲଗାଇଥାନ୍ତି ସମେସ୍ତ। କିନ୍ତୁ ଗଛ ଲଗାଇବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପାରାଦୀପଗଡ଼ ପଞ୍ଚାୟତର ନିହାରୁଣୀ ଜଙ୍ଗଲ ଜମିରେ ସ୍ବଂୟ ସହାୟକ ଗୋଷ୍ଠୀର ମହିଳା ମାନେ ଚାରା ଲଗାଇଥିଲେ। ଗାଁର କିଛି ମୁଷ୍ଟିମେୟ ଲୋକ ଚାରା ଓପାଡି ଫିଙ୍ଗି ଦେଇଥିଲେ । ଏପରିକି ମହିଳା ମାନଙ୍କୁ ଗାଳି ଗୁଲଜ କରୁଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ପାରାଦୀପ ଥାନାରେ ମହିଳା ମାନେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନି।

ଗାଁର ଏହି ଜଙ୍ଗଲ ଜମିରେ ଏକ ଶ୍ମଶାନ ରହିଛି। ଜଙ୍ଗଲକୁ ହଟାଇ ରାସ୍ତା ନିର୍ମାଣ କରିବାକୁ ଜିଦ୍ ଧରିଛନ୍ତି ମୁଷ୍ଟିମେୟ ଲୋକ ।ଫଳରେ ଶ୍ମଶାନ ମଧ୍ୟ ଲୋପ ପାଇଯିବ ।ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ରାଜସ୍ବ ନିରୀକ୍ଷକ ସେହି ସ୍ଥାନକୁ ଅନୁଧ୍ୟାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଗାଁରେ ପୂବର୍ରୁ ଗୋଟିଏ ରାସ୍ତା ଥିବାରୁ ଆଉ ଗୋଟିଏ ରାସ୍ତା ପାଇଁ ଉଦ୍ୟମ କରାଯାଉଥିବାରୁ ଏହାକୁ ନିନ୍ଦା କରାଯାଇଛି ।

ଗଛ ଲଗାଇବା ମହତ୍ କାମ । ମହିଳାମାନେ ଗାଁକୁ ସବୁଜମୟ କରିବାକୁ ଚାହୁଁଥିବାବେଳେ ଏଥିରେ ବାଧକ ସାଜୁଛନ୍ତି ମୁଷ୍ଟିମେୟ ଲୋକ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

   Related Posts