ଜମ୍ମୁ-କାଶ୍ମୀରରେ ସ୍ଥଳ ଓ ବାୟୁସେନାଙ୍କୁ ହାଇଆଲର୍ଟ ଜାରି: ପାକିସ୍ତାନ ରଚୁଛି ବଡ଼ ଷଡ଼ଯନ୍ତ୍ର
17/08/2019 at 11:43 AM

ନୂଆଦିଲ୍ଲୀ୧୭|୮: ପାକସ୍ତାନ ରଚୁଛି ବଡ ଷଡ଼ଯନ୍ତ୍ର ଏନେଇ ଜମ୍ମୁ-କାଶ୍ମୀରରେ ଭାରତୀୟ ସେନା, ବାୟୁସେନା ଓ ସୁରକ୍ଷକର୍ମୀଙ୍କୁ ହାଇଆଲର୍ଟ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ପାକିସ୍ତାନର କାର୍ଯ୍ୟକଳାପକୁ ଲକ୍ଷ୍ୟକରି କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଅଧିକାରୀଙ୍କ ସୂଚନା ମୁତାବକ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ କାଶ୍ମୀର ଘାଟିରେ ଆକ୍ରମଣ କରିବାକୁ ଚାହୁଁଛନ୍ତି। ଏଭଳି କଲେ ଏକ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହେବ ବୋଲି ଅଧିକାରୀମାନେ କହିଛନ୍ତି।
ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ ଶୁକ୍ରବାର ଦିନ ଶ୍ରୀନଗରରେ ଏକ ସାମ୍ବାଦିକ ସମ୍ମିଳନୀ କରି କାଶ୍ମୀର ଘାଟିର ମୁଖ୍ୟ ପ୍ରସଙ୍ଗ ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେ କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସରକାର ସୀମାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା।
ସୁବ୍ରମଣ୍ୟମ କହିଛନ୍ତି, ଆତଙ୍କବାଦୀ ସଂଗଠନ ଜମ୍ମୁ-କାଶ୍ମୀର ଘାଟିରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ନେଇ ବିଶ୍ବସନୀୟ ସୂତ୍ରରୁ ସୂଚନା ମିଳିଛି । ଯାହାଫଳର ସାଧାରଣ ଲୋକଙ୍କ ଯାତାୟାତ ଓ ଦୂରସଞ୍ଚାର କନେକ୍ଟିଭିଟି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।