Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଶ୍ରୀମନ୍ଦିରଠାରୁ ୭୫ମିଟର ପରିଧି ମଧ୍ୟରେ ରହିଛି ଆହୁରି ୩୦୦ପ୍ଲଟ୍, ଖୁବ୍‌ଶୀଘ୍ର ଆରମ୍ଭ ହେବ ଜମି ଅଧିଗ୍ରହଣ

24/09/2019 at 4:21 PM

ପୁରୀ ୨୪|୯: ଶ୍ରୀମନ୍ଦିରଠାରୁ ୭୫ ମିଟର ପରଧି ମଧ୍ୟରେ ଜମି ଅଧିଗ୍ରହଣ ନେଇ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜିଲ୍ଲାପାଳ ବଳଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି।

ଆସନ୍ତା ୨-୩ ଦିନ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ପୌର ଆଇନ ଅନୁଯାୟୀ କେବଳ ବିପଦଶଙ୍କୁଳ କୋଠା ଭଙ୍ଗାଯାଇଛି। ଆହୁରି କିଛି ବିପଦଶଙ୍କୁଳ କୋଠା ରହିଛି। ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଜମି ଅଧିଗ୍ରହଣ ପାଇଁ ପ୍ରାରମ୍ଭିକ ଆଲୋଚନା କରାଯାଇଛି।

ନବନିଯୁକ୍ତ ୫ ଶିକ୍ଷାନବୀଶ ଆଇଏଏସଙ୍କ ସହ ଅନ୍ୟ ଆଇଏଏସ ଓ ଓଏଏସଙ୍କୁ ନେଇ ୨୦ ଜଣିଆ ଟିମ୍ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ପୁର୍ନବାସ ଓ ପୁର୍ନଥଇଥାନ ନୀତି ସଂପର୍କରେ ବୁଝାଇବେ। ROR ଥିବା କିଛି ବ୍ୟକ୍ତି ସ୍ୱତଃପ୍ରଭୃତ ଭାବେ ଜମି ଦେବା ପାଇଁ ଆଗ୍ରହ ଦେଖାଇଛନ୍ତି। ଶ୍ରୀମନ୍ଦିର ୭୫ ମିଟର ମଧ୍ୟରେ ୨୩୦ ଜଣ ROR ଓ ୩୦୦ଟି ପ୍ଲଟ ରହିଛି। ଗତକିଛି ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ବିପଦଶଙ୍କୁଳ ମଠ ଓ କୋଠା ଭଙ୍ଗା କାର୍ଯ୍ୟ ବନ୍ଦ ରହିଛି।

   Related Posts