Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଲାଞ୍ଚୁଆ ସହକାରୀ ଯନ୍ତ୍ରୀଙ୍କ ପୁଣି କାର୍ଯ୍ୟରେ ଯୋଗଦାନ, ଘାରିଲା ଅର୍ଥ ଦୁରୁପଯୋଗ ଭୟ

22/02/2021 at 11:03 PM

ନୀଳଗିରି ୨୨/୦୨: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକର ବିବାଦୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ  ବ୍ଲକ ସମ୍ମୁଖରେ ଆଠ ଦିନ ଧରି ଗଣ ଧାରଣା ଦିଆଯାଇଥିଲା। ଏପରିକି ନୀଳଗିରି ବନ୍ଦ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ଏହା ପରେ ପିଡ଼ି ଡିଆରଡିଓ ଏବଂ ଜିଲ୍ଲାପାଳ ତାଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ଏବଂ ସହ ସହକାରୀ ନିର୍ଵାହୀ ଯନ୍ତ୍ରୀଙ୍କୁ ବାଲେଶ୍ଵର ହେଡ୍ କ୍ୟାଟରକୁ ନିଆଯିବା କହିବା ପରେ ଧାରଣା ସ୍ଥଗିତ ହୋଇଥିଲା।

ହେଲେ ଘଟଣାକୁ ୨୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଓ ଯନ୍ତ୍ରୀ ଜଣକ ପୁଣି ନୀଳଗିରି ବ୍ଲକ ଆସି ପୁଣି କାର୍ଯ୍ୟରେ ଯୋଗ ଦେବା ଘଟଣାକୁ ନେଇ ପୁଣି ନୀଳଗିରିରେ ଜନ ଅସନ୍ତୋଷ ଦେଖାଦେଇଛି। ଆଗକୁ ମାର୍ଚ୍ଚ ମାସ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ସରକାରୀ ଅର୍ଥ ବହୁ ଦୁରୁପଯୋଗ ହେବାର ଆଶଙ୍କା ଘାରିଛି। ପୁଣି ଲାଞ୍ଚ ନେଇ ଲକ୍ଷ ଲକ୍ଷ ଟଙ୍କାର ଫସଲ ବିଲ୍ ହେବା ସହ ଅନେକ ଏନଆରଇଜିଏ କାମ ମେସିନରେ ହେଉଥିବା ନଜରକୁ ଆସିଥିବା ବେଳେ ଏହାକୁ ବିଲ୍ କରି କୋଟି କୋଟି ଟଙ୍କା ଆତ୍ମସାତ ହେବାର ଆଶଙ୍କା ଘାରିଛି।

ଆନ୍ଦୋଳନକାରୀଙ୍କୁ ଦିଆଯାଇଥିବା  ପ୍ରତିଶୃତି ପାଳନ ହୋଇନଥିବାରୁ ପୁଣି ନୀଳଗିରି ବନ୍ଦ କରାଯିବା ନେଇ ପ୍ରାକ୍ ପ୍ରସ୍ତୁତି କରାଯାଉଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଗତ ଫେବୃଆରୀ ୧ରେ ପତ୍ରସଂଖ୍ୟା ୫୮୨ ଆଧାରରେ ପଞ୍ଚାୟତରାଜ ପ୍ରିନ୍ସପାଲ ସେକ୍ରେଟାରୀଙ୍କୁ ବାଲେଶ୍ଵର ଜିଲ୍ଲାପାଳ ତଦନ୍ତ ରିପୋର୍ଟ ସହ ଏକ ପତ୍ର ଲେଖିଛନ୍ତି। ଲାଞ୍ଚ ନେବାର ଭାଇରାଲ ଭିଡିଓର ସତ୍ୟତା ଓ ଅନିୟମିତତା ଅଭିଯୋଗର ଏପିଡି ତଦନ୍ତ ରିପୋର୍ଟ ଦେବା, ଘଟଣାର ଭିଜିଲାନ୍ସ ଏସପି ତଦନ୍ତ ଦାବି ହେବା, ପିଡିଡିଆରଡିଏ ଅଫିସକୁ ସ୍ଥାନାନ୍ତରିତ କରିବା ଆଦି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

ସେହିପରି ଗତ ୧୭ ତାରିଖରେ ମଧ୍ୟ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଘଟଣାର ସମସ୍ତ ତଥ୍ୟ ସହ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି। ୫ ଟିକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଏଭଳି ଏକ ଦୁର୍ନୀତିଖୋର ଯନ୍ତ୍ରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ତଦନ୍ତ କରିବା ସହ କଠୋର କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

ସୂଚନାଯୋଗ୍ୟ ନୀଳଗିରି  ବ୍ଲକରେ ଖୁଲମ ଖୋଲା ପିସି କାରବାର ଚାଲିଛି। ଯାହାର ଭିଡ଼ିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇ ଅଭିଯୋଗକୁ ସ୍ପଷ୍ଟ ପ୍ରମାଣିତ କରିଥିବା ଵେଳେ କାର୍ଯ୍ୟରତ ସହକାରୀ ନିର୍ଵାହୀଯନ୍ତ୍ରୀଙ୍କ କଳା କାରନାମା ପଦାରେ ପଡିଥିଲା। କରୋନା ମହାମାରୀ ସମୟରେ ସରକାର ପୀଡିତଙ୍କୁ ଵଂଚାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲକ୍ଷଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ଉଠିଥିଲା।

ନୀଳଗିରି ଜଡିଦା ଟିଏମସି ସେଣ୍ଟର ପ୍ରସ୍ତୁତି ପାଇଁ ହୋଇଥିବା କାର୍ଯ୍ୟର ୧ ଲକ୍ଷ ୪୪ ହଜାର ୪୦୦ ଟଙ୍କାର ଵିଲ୍ ପାଇଁ ଠିକାଦାର ବିନୋଦ କୁମାର ମହାନ୍ତିଙ୍କଠୁ ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ପଣ୍ଡା ୬ ହଜାର ଟଙ୍କା ଲାଞ୍ଚ ନେଉଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା। ଭିଡ଼ିଓରେ ଟଙ୍କା ମାଗୁଥିବା ବେଳେ ଟଙ୍କା ଡ୍ରରେ ରଖିବାକୁ କହି ପରେ ଏହାକୁ ପକେଟରେ ରଖିଥିଲେ।  ଠିକାଦାରଙ୍କ ଵିଲ ହେଉ ନଥିବାରୁ ସେ ଉପାୟ ନପାଇ ଟଙ୍କା ଦେଇଥିଲେ। ପରେ କୌଶଳ କ୍ରମେ ଭିଡିଓ ଉଠାଇ ଭାଇରାଲ କରି ଉପଜିଲ୍ଲାପାଳ, ବିଡ଼ିଓ, ଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ଜାନୁଆରୀ ମାସ ୨୬ ତାରିଖ ଠାରୁ ଲାଞ୍ଚୁଆ ସହକାରୀ ଯନ୍ତ୍ରୀଙ୍କ  ବିରୁଦ୍ଧରେ ଅଞ୍ଚଳବାସୀ ନୀଳଗିରି ବ୍ଲକ ସମ୍ମୁଖରେ ଗଣ ଧାରଣା ଦେଇଥିଲେ।

   Related Posts