Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

କରୋନା ବିରୋଧରେ ଲଢେଇ ଲାଗି ଭାରତକୁ ‘ଲାନସେଟ୍’ ଙ୍କ ୮ ପରାମର୍ଶ, କହିଲେ ତୁରନ୍ତ ପଦକ୍ଷେପ ନେବା ଜରୁରି

18/06/2021 at 3:46 PM

ନୂଆଦିଲ୍ଲୀ ୧୮।୬: ଭାରତରେ କରୋନା ଭାଇରସମହାମାରୀ ଦ୍ୱିତୀୟ ଲହର କ୍ରମଶଃ ପ୍ରଶମିତ ହେଉଥିବା ଅନୁମାନ କରାଯାଉଛି। ତେବେ ଗତ ଏପ୍ରିଲ ଓ ମେ ମାସରେ କରୋନା ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି କରିଥିଲା। ଅନେକ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦୁଇଗୁଣା ହୋଇଯାଇଥିଲା। ଆଗାମୀ ଦିନରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ଏଥିରେ ଲାନସେଟ୍‌ ମ୍ୟାଗଜିନ କରୋନା ବିରୋଧରେ ଲଢେଇ ଲାଗି ଭାରତକୁ ୮ଟି ପରାମର୍ଶ ଦେଇଛନ୍ତି। ଯାହା ଉପରେ ଭାରତ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରି ବୋଲି କୁହାଯାଇଛି।

୨୦୨୦ ଡିସେମ୍ବରରେ ଲାନସେଟ୍‌ଙ୍କ ସିଟିଜେନ କମିଶନ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ପାନେଲ ଗଠନ କରିଥିଲେ। ଲାନସେଟ୍‌ଙ୍କ ଏହି ପାନେଲରେ ୨୧ ଜଣ ବିଶେଷଜ୍ଞଙ୍କୁ ସାମିଲଥିଲେ। ଏଥିରେ ଭାରତରୁ  ବାୟୋକନର କିରଣ ମଜୁମଦାର ଶ ଓ ଡାକ୍ତର ଦେବୀ ସେଟ୍ଟୀ ମଧ୍ୟ ସାମିଲ ଥିଲେ। କରୋନା ବିରୋଧରେ ଲଢେଇ ଲାଗି କମିଟି ଭାରତକୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।  ଏହା ସହ ପାନେଲ  ସରକାରଙ୍କୁ ୮ଟି ପରାମର୍ଶ ମଧ୍ୟ ଦେଇଛନ୍ତି।

ଏଥିରେ ପାନେଲ ପ୍ରଥମେ ଦେଶରେ ସ୍ୱାସ୍ଥ୍ୟ ସେବା ସଙ୍ଗଠନଙ୍କ ବିକେନ୍ଦ୍ରୀକରଣକୁ ଜରୁରି ବୋଲି କହିଛନ୍ତି। କାରଣ ଅଲଗା ଅଲଗା ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଅଲଗା ଅଲଗା ହୋଇଥାଏ। ସେହିପିର ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଭିନ୍ନ ଭିନ୍ନ ଏଣୁ ସ୍ୱାସ୍ଥ୍ୟ ସଙ୍ଗଠନର ବିକେନ୍ଦ୍ରୀକରଣ ସେହି ଅନୁସାରେ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ସାରା ଦେଶରେ ଏକ ପାରଦର୍ଶି ଜାତୀୟ ମୂଲ୍ୟ ନୀତି ନିର୍ଦ୍ଧାରଣ ହେବା ମଧ୍ୟ ଜରୁରି ବୋଲି ପାନେଲ କହିଛନ୍ତି। ଏଥିରେ ସ୍ୱାସ୍ଥ୍ୟ ସେବା ଲାଗି ଆବଶ୍ୟକ ଆମ୍ବୁଲାନ୍ସ, ଅକ୍ସିଜେନ, ଆବଶ୍ୟକ ଔଷଧ ଏବଂ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ମୂଲ୍ୟର ସୀମା ନିର୍ଦ୍ଧାରିତ ହେବା ଦରକାର ବୋଲି କହିଛନ୍ତି। ଏଣୁ ଉପଲବ୍ଧ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଯେପରି ଲୋକେ ଲାଭାନ୍ୱିତ ହୋଇପାରିବେ ତାର ବ୍ୟବସ୍ଥା ହେବା ଦରକାର।

କୋଭିଡ-୧୯ ପ୍ରବନ୍ଧନରେ ସ୍ପଷ୍ଟ ଓ ସାକ୍ଷ ଆଧାରିତ ସୂଚନାର ବ୍ୟାପକ ପ୍ରଚାର ଓ ପ୍ରସାର ଉପରେ ପାନେଲ ଗୁରୁତ୍ୱ ଦେଇଛନ୍ତି। ଯେଉଁଥିରେ ଲୋକଙ୍କୁ ସ୍ଥାନୀୟ ଭାଷାରେ ଘରୋଇ ଦେଖରେଖ ଓ ଉପଚାର, ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଓ ଜିଲ୍ଲା ହସ୍ପିଟାଲରେ ଅନ୍ତର୍ଜାତୀୟ ଗାଇଡଲାଇନରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ପରାମର୍ଶ ଦେଇଛନ୍ତି। କରୋନା ବିରୋଧରେ ଲଢେଇ ପାଇଁ ସ୍ୱାସ୍ଥ୍ୟ ସେବାର ସମସ୍ତ ସଂଶାଧନକୁ ଉପଯୋଗ କରିବା ଓ ଆବଶ୍ୟକ ପଡିଲେ ଏଥିରେ ଘରୋଇ କ୍ଷେତ୍ରଙ୍କ ସହଯୋଗ ନେବାକୁ ମଧ୍ୟ କୁହାଯାଇଛି। ଏଥିରେ ପର୍ଯ୍ୟାପ୍ତ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ବୀମା ଓ ଅନ୍ୟ ସୁବିଧା ସୁଯୋଗ ଉପରେ ଧ୍ୟାନ ଦେବାର ମଧ୍ୟ ଆବଶ୍ୟକତା ରହିଛି।

ଟିକାକରଣ ଏକ ସାର୍ବଜନିକ ହୀତ ଓ ଏହାକୁ ବଜାର ତନ୍ତ୍ର ଉପରେ ଛାଡିଦିଆଯିବା ଉଚିତ ନୁହେଁ। ଏଣୁ ଟିକାର ପର୍ଯ୍ୟାପ୍ତ ଉପଲବ୍ଧତା ପରେ କେଉଁ ବର୍ଗକୁ ପ୍ରଥମେ ଟିକାକରଣ କରାଯିବ ଓ ଏଥିରେ କେଉଁମାନଙ୍କୁ ପ୍ରାଥମିକତା ଦିଆଯିବ ତାହା ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ। କରୋନା ଯୋଗୁ ଲୋକେ  ଘର ଚଳାଇବାରେ ଯେପରି ସମସ୍ୟାରେନ ପଡନ୍ତି ସେଥିପ୍ରତି ମଧ୍ୟ ସରକାରଙ୍କୁ ଆବଶ୍ୟକ ଦୃଷ୍ଟି ଦେବାକୁ ଏବଂ ଜରୁରି ସ୍ଥଳେ ଲୋକଙ୍କ ଆକାଉଣ୍ଟକୁ ନଗଦ ଟଙ୍କା ଟ୍ରାନ୍ସଫର କରିବାକୁ ମଧ୍ୟ ପାନେଲ ପରାମର୍ଶ ଦେଇଛନ୍ତି। ଏଥିରେ କାର୍ଯ୍ୟସ୍ଥଳରେ ଶ୍ରମିକଙ୍କୁ ଉପଲବ୍ଧ ରଖିବା ମଧ୍ୟ ଜରୁରି। ଏଥିପାଇଁ ଅନୁବନ୍ଧ ନିୟମ ଏ କ୍ଷେତ୍ରରେ ଗ୍ରହଣୀୟ ନୁହେଁ। ଏଥିପାଇଁ ହୁଏତ କମ୍ପାନୀମାନଙ୍କୁ ସରକାର କ୍ଷତିପୂରଣ ମଧ୍ୟ ପ୍ରଦାନ କରିପାରନ୍ତି ବୋଲି ପରାମର୍ଶ ଦେଇଛନ୍ତି।

   Related Posts