କାଶ୍ମୀରର ନୌସରା ସେକ୍ଟର ଉପରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ ଜାରି, ଭାରତୀୟ ସେନାର ଲାନ୍ସନାୟକ ସହିଦ

Published By : Prameya-News7 Bureau | August 17, 2019 IST

ନୂଆଦିଲ୍ଲୀ୧୭|୮: ଭାରତ ବିରୋଧରେ ପାକିସ୍ତାନର ବଦମାସୀ କମିବାର ନାଁ ହିଁ ନେଉନାହିଁ । ଏବେ କାଶ୍ମୀରରୁ ୩୭୦ ଧାର ଉଚ୍ଛେଦ ଓ କାଶ୍ମୀରର ପୁନର୍ଗଠନ ପରେ ପାକିସ୍ତାନ ଅଧିକ ହିଂସ୍ର ହୋଇ ଉଠିଛି । ସୀମାରେ ପାକିସ୍ତାନ ସେନା ଠୁଳ ହେବାରେ ଲାଗିବା ସହ ଅସ୍ତ୍ରଶସ୍ତ୍ର ଠୁଳ କରୁଥିବା ଭାରତୀୟ ସେନାବାହିନୀ ପକ୍ଷରୁ କୁହାଯାଇଛି । ଶୁକ୍ରବାର ଦିନ ସାରା ସୀମାରେ ପାକିସ୍ତାନ ସିଜ ଫାୟାର ଉଲ୍ଲଂଘନ କରି ଗୁଳା ବର୍ଷା କରିଥିଲା । ଆଜି ମଧ୍ୟ ସକାଳ ସାଢେ ଛଟା ବେଳେ ସିଜ ଫାୟର ଉଲ୍ଲଂଘନ କରି ପାକିସ୍ତାନୀ ସେନା ଜମ୍ମୁ-କାଶମ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ନୌସରା ସେକ୍ଟର ଉପରେ ଗୁଳି ଓ ମୋର୍ଟାର ମାଡ ଜାରୀ ରଖିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ ଦେଉଛି । ତେବେ ଏହି ଗୁଳିଗୋଳା ବର୍ଷାରେ ଭାରତୀୟ ସେନାର ଲାନ୍ସ ନାୟକ ସହୀଦ ହୋଇଥିବା ଖବର ମିଳିଛି ।  

ଗୁରୁବାର ଦିନ ମଧ୍ୟ କାଶ୍ମୀରର ଉରୀ, ରାଜୌରୀ ଏବଂ କେଜି ସେକ୍ଟର ଉପରେ ପାକିସ୍ତାନ ସେନା ଗୁଳି ବର୍ଷା କରିଥିଲା । ତେବେ ଭାରତୀୟ ସୈନିକ ମଧ୍ୟ ାକ୍ସନମୋଡକୁ ଆସି କଡା ଜବାବ ଦେଇଥିଲା । ଭାରତର ଗୁଳିମାଡରେ ୪ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେବଳ ସେତିତି ନୁହେଁ ପାକିସ୍ତାନର ବହୁ ବଙ୍କରକୁ ମଧ୍ୟ ଭାରତୀୟ ସେନା ଧ୍ବଂସ କରିଥିବା କୁହାଯାଉଛି  । ସୂଚନାଯୋଗ୍ୟ ଯେ, ସୀମା ସେପଟୁ ଗୁଳିଗୋଳା ବର୍ଷଣ କରି ଭାରତଭିତରକୁ କିଛି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ ଜାରୀ ରଖିଛି ।   

ସୂଚନାଯୋଗ୍ୟ ଯେ, ଜମ୍ମୁ ଓ କାଶ୍ମୀରରୁ ମୋଦି ସରକାର ଧାରା ୩୭୦ ଓ ୩୫(କ) ଉଚ୍ଛେଦ କରିବା ସହ ଜମ୍ମୁ କାଶ୍ମୀରର ବିଭାଜନ କରିବା ପରେ ପାକିସ୍ତାନ ପାଗଳ ହୋଇଯାଇଛି । ସବୁଠି ଗୁହାରୀ କରି ନିରାଶ ହେବା ପରେ ଚୀନ ମାଧ୍ୟମରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ପାକିସ୍ତାନ ଉଦ୍ୟମ କରିଥିଲା । ତେବେ କେବଳ ଚୀନକୁ ଛାଡି ଅନ୍ୟ କେହି ପାକିସ୍ତାନକୁ ସମର୍ଥନ କରିନଥିଲେ । ଏହାପରେ ପାକିସ୍ତାନ ଏବେ ଆହୁରି ହିଂସ୍ର ଓ ହତାଶ ହୋଇ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.