Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସରକାରୀ ବସ ସେବାରୁ ବଞ୍ଚିତ ଲମତାପୁଟବାସୀ

4/01/2020 at 4:26 PM

ଲମତାପୁଟ ୦୪।୦୧ – ଉପାନ୍ତ ଅଞ୍ଚଳ ଗୁଡିକୁ ସହରାଞ୍ଚଳ ସହ ସଂଯେ।ଗ କରିବାକୁ ସରକାରୀ ବସ୍ ବ୍ୟବସ୍ଥା ରହିଛି । କିନ୍ତୁ ଏହି ମୌଳିକ ସୁବିଧାରୁ ବାଦ୍ ପଡିଛନ୍ତି ଲମତାପୁଟବାସୀ । ଦୀର୍ଘ ୨୫ ବର୍ଷ ହେଲା ଲମତାପୁଟକୁ ଗଡିନି ସରକାରୀ ବସ୍ । ଫଳରେ ଯାତାୟତ ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି ଲେ।କ ।

ଉପାନ୍ତ ଅଞ୍ଚଳକୁ ଯାତାୟତ ପାଇଁ ସରକାରୀ ବସ ବ୍ୟବସ୍ଥା ରହିଛି । ରାଜଧାନୀ ଭୁବନେଶ୍ବରରୁ କେ।ରାପୁଟ, କଳାହାଣ୍ଡି, ବଲାଙ୍ଗୀରକୁ ବସ ଚଳାଚଳ କରୁଛି । କିନ୍ତୁ ଦୀର୍ଘ ୨୫ ବର୍ଷ ହେଲା ସରକାରୀ ବସ୍ ସେବାରୁ ବଞ୍ଚିତ କେ।ରାପୁଟ ଜିଲ୍ଲା ଲମତାପୁଟବାସୀ । ୨୫ବର୍ଷ ତଳେ ଜୟପୁରରୁ ଅନକାଡେଲି ଯାଏ ଏକ ସରକାରୀ ବସ୍ ଯାତାୟତ କରୁଥିଲା ।ମାଛକୁଣ୍ଡରୁ ଏକ ବସ୍ ମଧ୍ୟ ଚଳାଚଳ କରୁଥିଲା । କିନ୍ତୁ ରାସ୍ତା ଖରାପ ଦର୍ଶାଇ ବସ ବନ୍ଦ କରିଦିଆଗଲା । ସେପଟେ ଲମତାପୁଟରୁ ଯେତିକ ଘରେ।ଇ ବସ୍ ଜୟପୁରକୁ ଚଳାଚଳ କରୁଛି ସେସବୁ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ । ଜୟପୁରରୁ ଲମତାପୁଟକୁ ଶେଷ ବସ୍ ଦିନ ୧୨ଟା ୩୦ । ତା ପରେ ଆଉ କୌଣସି ସୁବିଧା ନାହିଁ । ଫଳରେ ଯାତାୟତ ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି ଲେ।କ ।

ଲମତାପୁଟ ବ୍ଲକେର ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ସହ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ରହିଛି । ମାଛକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ବି ରହିଛି । ସରକାରୀ କାମରେ ଯିବାକୁ ହେଲେ ଜୟପୁର ସହର ଯାଇ ଟିକେଟ କାଟିବାକୁ ପଡୁଛି । ସେ ପୁଣି ସବୁ ବେଳେ ସମ୍ଭବ ନୁହେଁ । ଟିକେଟ୍ ପାଇଲେ ଭଲ କଥା ନଚେତ୍ କାନ ମୁଣ୍ଡ ଆଉଁଷି ରହିବାକୁ ବାଧ୍ୟ । ତେବେ ବସ ଚଳାଚଳ ହେଉନଥିବାରୁ କେବଳ ଯାତାୟତରେ ନୁହେଁ, ଜୀବନ ଜୀବିକା ପାଇଁ ନାନା ହରକତ ହେଉଛନ୍ତି ଲେ।କ । ସମସ୍ୟାକୁ ନେଇ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷ କରିବା ପରେ ବି ଫଳ ଶୂନ୍ ।  

   Related Posts