ମହଙ୍ଗା ପଡିଲା ମଣ୍ଡିରେ ଜାଲିଆତି, ଲ୍ୟାମ୍ପ୍‌ର ପୂର୍ବତନ ଏମ୍‌ଡି ଗିରଫ

Published By : Prameya-News7 Bureau | March 01, 2020 IST

ମାଲକାନଗିରି ୧।୩: ମହଙ୍ଗା ପଡିଲା ଧାନ ମଣ୍ଡିରେ ଜାଲିଆତି କରିବା । ଗିରଫ ହେଲେ ମାଲକାନଗିରି ଜିଲ୍ଲାର ଶିଖପାଲ୍ଲି ଲ୍ୟାମ୍ପର ପୂର୍ବତନ ଏମଡି ।  ମୃତ ବ୍ୟକ୍ତିଙ୍କ ନାମରେ ଜାଲ ସାର୍ଟିଫିକେଟ୍ ତିଆରି କରି ଦଲାଲ ମାଣ୍ଡିରେ ଧାନ ବିକ୍ରି କରୁଥିବା ବେଳେ ଦଲାଲଙ୍କୁ ସହାୟତା କରୁଥିବା ଅଭିଯୋଗରେ ଏମଡି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ମାଲକାନଗିରି ମଡେଲ ଥାନା ପୋଲିସ ଗିରଫ କରିଛି ।

{"id":231042,"sizeSlug":"large"}

ସମଗ୍ର ରାଜ୍ୟରେ ଧାନ ମାଣ୍ଡି ଖୋଲି ବନ୍ଧ ହେବାକୁ ବସିଥିବା ବେଳେ ମାଲକାନଗିରି ଜିଲ୍ଲାର ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ କଷ୍ଟର ଫସଲକୁ ମାଣ୍ଡିରେ ବିକ୍ରି କରିପାରୁ ନଥିବା ବେଳେ ଜିଲ୍ଲାର ମାଟାପାକା ପଞ୍ଚାୟତର କମଳାପଦର ଗ୍ରାମରେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ଦଲାଲମାନେ ଜାଲ୍ ସାର୍ଟିଫିକେଟ୍ ତିଆରି କରି ଧାନ ବିକ୍ରି କରୁଥିବାର ଖବର ପ୍ରଥମ କରି ନ୍ୟୁଜ ୭ ପ୍ରସାରଣ କରିଥିଲା ।

{"id":231043,"sizeSlug":"large"}

ଏହାପରେ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଏହି ଦଲାଲର ମୁଖ୍ୟ ନାୟକ କୁହାଯାଉଥିବା ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଏହି ଜାଲିଆତି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ପୋଲିସ ଗିରଫ କରିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.