ଡେଲଟାଠାରୁ ବି ଭୟଙ୍କର ହେବ ଲୈମ୍ୱଡା ଭାଇରସ, ୩୦ ଦେଶରେ ଚିହ୍ନଟ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ, ୦୭/୦୭ : ଡେଲଟା ପରେ ଚିନ୍ତା ବଢାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ । ଦ୍ଵିତୀୟ ଲହରୀରେ ଅଧିକ ଭୟାବହ ରୂପ ଧାରଣ କରିବା ଏହି ଭାରିଆଣ୍ଟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । ଏବେ ଡେଲ୍ଟା ଭ୍ୟାରିଆଣ୍ଟ ଠାରୁ ଅଧିକ ମାରାତ୍ମକ ରୂପ ନେବାକୁ ଯାଉଛି ଲୈମ୍ବଡା ଭ୍ୟାରିଆଣ୍ଟ । ଭ୍ୟାରିଆଣ୍ଟ ଅଫ୍ କନସର୍ନ ଶ୍ରେଣୀରେ ଲୈମ୍ବଡା ଭ୍ୟାରିଆଣ୍ଟକୁ ସ୍ଥାନିତ କରିଛି ମାଲେସିଆ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ।

ମାଲେଶିୟା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଲୈମ୍ବଡା ଭ୍ୟାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ୩୦ଟି ଦେଶରେ ଚିହ୍ନଟ ହୋଇଛି । ଏହା ସର୍ବ ପ୍ରଥମେ ପେରୁରେ ଚିହ୍ନଟ ହୋଇଥିଲା । ପେରୁରେ ଗତ ମେ ଏବଂ ଜୁନ ମାସରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୨ ପ୍ରତିଶତ ହେଉଛନ୍ତି ଲୈମ୍ବଡା ଭ୍ୟାରିଆଣ୍ଟ ସଂକ୍ରମିତ। ସେହିପରି ବ୍ରିଟେନରେ ମଧ୍ୟ ଏହି ଭ୍ୟାରିଆଣ୍ଟ ମାମଲା ଚିହ୍ନଟ ହୋଇଛନ୍ତି। କିଛି ସ୍ଵାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହା ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ହୋଇପାରେ ବୋଲି ଅନୁମାନ କରାଯାଉଛି।

ତେବେ ଚିଲିରେ ମେ ଏବଂ ଜୁନ ମାସରେ ୩୨ ପ୍ରତିଶତ ଲୈମ୍ଵଡା ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଏହାକୁ ଦକ୍ଷିଣ ଆଫ୍ରିକାରେ ଭ୍ୟାରିଆଣ୍ଟ ଅଫ୍ କନସର୍ନ ଶ୍ରେଣୀରେ ସ୍ଥାନିତ କରିସାରିଛି । ଏହା ଶରୀରରେ ଆଣ୍ଟିବଡି ଉପରେ ଖୁବ୍ ପ୍ରଭାବ ପକାଉଛି। ବ୍ରିଟେନରେ ଏବେ ସୁଦ୍ଧା ୬ଟି ଲୈମ୍ବଡା ମାମଲା ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.