ଲମତାପୁଟରେ କଳାକାରନାମା...

Published By : Prameya-News7 Bureau | February 27, 2020 IST

ଲମତାପୁଟ୨୭/୨: ଲମତାପୁଟ ମାଛକୁଣ୍ଡ ନିଷିଦ୍ଧାଞ୍ଚଳରୁ ବେଧଡକ ଚେ।ରା ଚାଲାଣ ହେଉଛି ଚିପ୍ସ । ପଡେ।ଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ବିନା କାଗଜପତ୍ରରେ ଚିପ୍ସ ଚାଲାଣ ହେଉଛି । ଆଉ ସବୁ ଜାଣି ବି ଆଖି ବୁଜି ଦେଇଛି ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତେ।ଷ।  

ଚିପ୍ସ ଓଡିଶାର। କିନ୍ତୁ ଆନ୍ଧ୍ର ରାସ୍ତା କାମରେ ବ୍ୟବହାର ହେଉଛି । ଲମତାପୁଟ ବ୍ଲକ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଜଳ ଭଣ୍ଡାର ନିସିଦ୍ଧାଞ୍ଚଳ ଡି-ଡ୍ୟାମ ନିକଟ ନନ୍ଦପୁର ବ୍ଲକ ସିଲପଣ୍ଡି କ୍ରସରରୁ ଆନ୍ଧ୍ରକୁ ବେଧଡକ ଚେ।ରା ଚାଲାଣ ହେଉଛି ଚିପ୍ସ । କ୍ରସରରୁ ବିନା କାଗଜପତ୍ରରେ ଚିପ୍ସ ଆଣି ଡି-ଡ୍ୟାମ୍ ନିକଟରେ ଡମ୍ପିଂ କରାଯାଉଛି । ସେଠାରୁ ପେ।କଲିନ ଲଗାଇ ଟ୍ରାକ୍ଟର ସାହାଯ୍ୟରେ ଆନ୍ଧ୍ରକୁ ଚାଲାଣ ହେଉଛି ଚିପ୍ସ । ଡ୍ୟାମ୍ ଏରିଆକୁ ଭାରିଯାନ ନିଷେଧ ଥିବା ବେଳେ ଅନାୟସରେ ବୁହା ଚାଲିଛି ଚିପ୍ସ ।

ଚଳିତ ବର୍ଷ ଜାନୁଆରୀରେ କିଛି ଯୁବକ ସିଲଫଣ୍ଡିରୁ ବିନା କାଗଜ ପତ୍ରରେ ଆନ୍ଧ୍ରାକୁ ଚିପ୍ସ ଚୋରା ଚାଲାଣ କରୁଥିବା ଖବର ପାଇ ତହସିଲଦାର ଟିପର ଗୁଡିକୁ ଜବତ କରିଥିଲେ । ଏବେ ପୁଣି ଖୁଲମଖୁଲା ଚିପ୍ସ ଚେ।ରା ଚାଲାଣ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେବେ ସିଲଫଣ୍ଡି କ୍ରସର ରେଳ ଲାଇନ ଦ୍ଵହରି କରଣ ପାଇଁ ମେଟାଲ ଚିପ୍ସ ଯୋଗାଇବା ପାଇଁ ଅନୁମତି ମିଳିଥିବା ବେଳେ ବିନା y ଫର୍ମ ରେ ବାହାରକୁ କେମିତି ଚିପ୍ସ ଚାଲାଣ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଏନେଇ ମୁହଁ ଖେ।ଲିବାକୁ ନାରାଜ ତହସିଲଦାର ।

ବାରମ୍ବାର ରୟାଲଟି ଫାଙ୍କି ଆନ୍ଧ୍ରକୁ ଚେ।ରା ଚାଲାଣ ହେଉଛି ଚିପ୍ସ । ଆଉ ସବୁ ଜାଣି ବି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନି। ତେଣୁ ପ୍ରଶାସନକୁ ହାତ ବାରିଶି କରି ମାଫିଆ ଏହି ଚେ।ରା କାରବାର ଚଲାଇ ନାହାନ୍ତି ତ ? ତୁରନ୍ତ ଏହାର ତଦନ୍ତ କରିବା ଜରୁରୀ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.