ଚାଷୀ ଋଣ ସୁଝିବା ପରେ ବି ଲାମ୍ପ ଅଧିକାରୀ ଓ ବିଆଇସି ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡପ୍ କରିଥିବା ଅଭିଯେ।ଗ

Published By : Prameya-News7 Bureau | October 15, 2019 IST

କୋରାପୁଟ ୧୫ ।୧୦- ଲମତାପୁଟ ଗୁନେଇପଡା ଲାମ୍ପରା ଦୁର୍ନୀତି ।କାଗଜପତ୍ରରେ ଘପଲାତି କରି ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଛନ୍ତି ଲାମ୍ପ୍ ଅଧିକାରୀ ଓ ବିଆଇସି ।ଏକଥା ଆମେ କହୁନୁ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ ଲାମ୍ପ ସଭାପତି ଓ ଡାଇରେକ୍ଟରମାନେ ।

ଚାଷୀ ଋଣ କରିଥିଲେ । କେବଠୁ ଋଣ ଟଙ୍କା ସୁଝି ବି ସାରିଲେଣି । କିନ୍ତୁ କାଗଜପତ୍ରରେ ଚାଷୀଙ୍କ ନାଁରେ ଗଡୁଛି ଲକ୍ଷାଧିକ ଟଙ୍କାର ଋଣ । ଚାଷୀଙ୍କୁ କୌଣସି କାଗଜପତ୍ର କି ରସିଦ୍ ଦିଆଯାଉନି । ଏହା ପଛରେ ଚାଲିଛି ସାଂଘାତିକ ଖେଳ ।ଲାମ୍ପ ଅଧିକାରୀ ଓ ବିଆଇସି ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡପ୍ କରିଥିବା ଅଭିଯୋଗ ହେ।ଇଛି । ଆଉ ଅଭିଯେ।ଗ ଆଣିଛନ୍ତି ଲମତାପୁଟ ଗୁନେଇଗୁଡା ଲାମ୍ପ ସଭାପତି ଓ ଡାଇରେକ୍ଟରମାନେ । ଅଭିଯୋଗର ସତ୍ୟାସତ ଜାଣିବାକୁ ଆମେ ପ୍ରୟାସ କରିଥିଲୁ । ଚାଷୀଙ୍କୁ ସର୍ବ ନିମ୍ନ ୫୦ହଜାର ଟଙ୍କା ଋଣ ଦିଆଯିବାକୁ ନିୟମ ଥିଲେ ବି କାଗଜପତ୍ରରେ ଲକ୍ଷାଧିକ ଟଙ୍କା ଦର୍ଶାଯାଇଥିବା ଦେଖିବାକୁ ମିଳିଥିଲା ।କିଛି ଚାଷୀଙ୍କ ମିଥ୍ୟା ଠିକଣା ଓ ପରିଚୟପତୟ ଦେଇ ଟଙ୍କା ଉଠାଯାଇଥିବା ବି ପ୍ରମାଣ ମିଳିଛି ।

ବିଆଇସି ଚାଷୀଙ୍କ ଠାରୁ ୩ଲକ୍ଷ ଟଙ୍କା ଆଦାୟ କରିଥିଲେ ।କିନ୍ତୁ ଆଜି ଯାଏ ଟଙ୍କା ପଇଠ କରିନାହାନ୍ତି । ଏ ବାବାଦରେ ଲ୍ୟାମ୍ପ ଅଧିକାରୀ ଅବଗତ ବି ଅଛନ୍ତି । ହେଲ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ।ଏମିତିକି ଅଧିକାରୀଙ୍କର ଅନ୍ୟତ୍ର ବଦଳି ହେ।ଇଥିଲେ ବି ସେ ଗୁନେଇଗୁଡା ଲାମ୍ପ ଛାଡୁନଥିବା ଅଭିଯୋଗ ହୋଇଛି ।ସେପଟେ କିନ୍ତୁ ଅଭିଯାଗକୁ ସିଧା ସିଧା ଫାଙ୍କି ଦେଇଛନ୍ତି ବିଆଇସି । ଜଣେ ହିତାଧିକାରୀଙ୍କ ଜମି ମାଲିକାନା ଏବଂ ପରିଚୟ ପତ୍ର ମାଗିବାରୁ ସେ ବିଭିନ୍ନ ବାହାନା କରି କୌଣସି ତଥ୍ୟ ଦେଇ ନଥିଲେ ।

ଏଠି ଖେ।ଦ୍ ଅଧିକାରୀ ଦୁର୍ନୀତିରେ ଲିପ୍ତ । ଅଭିଯାଗ କରିବ ତ କାହାକୁ କରିବ । ସେପଟେ କିଛି ନଜାଣି ବିନା କାରଣରେ ହନ୍ତସନ୍ତ ହେଉଛନ୍ତି ନିରିହ ଚାଷୀ । ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ଜରୁରୀ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.