Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ପର୍ଯ୍ୟଟକଙ୍କ ପାଇଁ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ମନା…

3/02/2020 at 5:08 PM

କୋରାପୁଟ୩/୨: ପର୍ଯ୍ୟଟକଙ୍କ ପାଇଁ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ମନା। ଦୁଇ ମାସ ତଳେ ୧୩୨ କେଭି ଲାଇନ ସଂସ୍ପର୍ଶରେ ଜଣେ ଅସ୍ଥାୟରୀ କର୍ମଚାରୀଙ୍କ ମୃତ୍ୟୁ ଯୋଗୁଁ କଟକଣା କରିଛନ୍ତି ପ୍ରକଳ୍ପ ଅଧିକାରୀ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ଓ ପର୍ଯ୍ୟଟକ ।

ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେଉଛି । ଏତିକି ବେଳେ କେ।ରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ମାଛକୁଣ୍ଡ ପ୍ରକଳ୍ପ ଏବଂ ଡୁଡୁମା ଜଳ ପ୍ରପାତକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଛୁଟି ଆସି ଥାଆନ୍ତି । ସବୁଜ ବନାନୀ ମଧ୍ୟରେ ୮ଶହ ଫୁଟ୍ ତଳକୁ ଯାଇ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ବୁଲି ଦେଖନ୍ତି ।

କିନ୍ତୁ ଗତ ୨୮ ଡିସେମ୍ବର ମାସରେ ପ୍ରକଳ୍ପରେ ଜଣେ ଅସ୍ଥାୟୀ କର୍ମଚାରୀ ୧୩୨ କେଭି ଲାଇନ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିବା ପରେ ପର୍ଯ୍ୟଟକଙ୍କ ନିଷେଧ ପାଇଁ ନୋଟିସ୍ ଲଗାଇଛନ୍ତି କର୍ତ୍ତୃପକ୍ଷ । ଯାହାକୁ ନେଇ ଘେ।ର ଅସନ୍ତେ।ଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ଓ ପର୍ଯ୍ୟଟକ । ଅବହେଳା ପାଇଁ କର୍ମଚାରୀଙ୍କ ମୃତ୍ୟୁ ହେ।ଇଛି । ତ୍ରୃଟି ନସୁଧାରି ପର୍ଯ୍ୟଟକଙ୍କୁ ବାରଣ କେତେଦୂର ଠିକ୍ ବେ।ଲି ସେମାନେ ଯୁକ୍ତି ବାଢିଛନ୍ତି ।

୧୯୫୫ ମସିହାରେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ । ଇଂଲଣ୍ଡର ବହୁ ଦକ୍ଷ ଇଞ୍ଜିନିୟର ଏହି ପ୍ରକଳ୍ପ ନିର୍ମାଣ କରିଥିବା ବେଳେ ଏଠାରେ ବିଦ୍ୟୁତ୍ ଉତ୍ପାଦନ କେମିତି ହେଉଛି ତାକୁ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ରହିଥାଏ । ପୂର୍ବରୁ ପ୍ରକଳ୍ପର ପ୍ରଣାଳୀ ଲିକ୍ ହେବା ସନ୍ଦେହରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ନିଶେଦ୍ଧ ଥିଲା । କିନ୍ତୁ ଏବେ ସମସ୍ତଙ୍କ ପାଇଁ କଟକଣା ପରେ ପର୍ଯ୍ୟଟନ ଶିଳ୍ପ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । ଅନ୍ୟ ପଟେ କର୍ମଚାରୀ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ରିପେ।ର୍ଟ ନଆସିବା ଯାଏ କୌଣସି ପଦକ୍ଷେପ ନିଆଯିବ ନାହିଁ ବେ।ଲି କହିଛନ୍ତି ବିଭାଗୀୟ ଅଧିକାରୀ ।

   Related Posts