Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ…

1/09/2019 at 3:32 PM

ରାଞ୍ଚି୧|୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ସଂଙ୍କାଟାପନ୍ନ ଆଡକୁ ଗତି କରୁଛି। ରାଞ୍ଚିର ରିମ୍‌ସ ହସ୍ପିଟାଲରେ ସେ ଏବେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସୁ ନାହିଁ। ଚାରା ଘୋଟାଲା ମାମାଲରେ ଗିରଫ ହୋଇଥିବା ଲାଲୁଙ୍କ ପୁଅ ତେଜସ୍ବୀ ଯାଦବ ତାଙ୍କ ବାପାଙ୍କ ସହ ସାକ୍ଷାତ କରିଛନ୍ତି।

ଲାଲୁ ପ୍ରାସାଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଗୁରୁତର ଆଡକୁ ଗତି କରୁଛି ବୋଲି ରିମ୍‌ସ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି। ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଡିକେ ଝା କହିଛନ୍ତି ଯେ. ଇଫେକ୍ସନ ଯୋଗୁ ତାଙ୍କ କମରରେ ଗୋଟେ ଘା’ ହୋଇଥିଲା। ତାଙ୍କୁ ଅଧିକ ଯନ୍ତ୍ରଣା ହେବାରୁ ଘା କୁ ଅପରେସନ କରି ଭଲ କରାଯାଇଛି। ଡାକ୍ତର ଝା କହିଛନ୍ତି ଯେ ଅତ୍ୟଧିକ ଆଣ୍ଟିବାୟୋଟିକ ଔଷଧ ଖାଇବାରୁ ତାଙ୍କ କିଡନି ଉପରେ ପ୍ରଭାବ ପଡିଛି। ସେଥିପାଇଁ ତାଙ୍କର କିଡନି ସଞ୍ଚାଳନ ୫୦ ପ୍ରତିଶତରୁ ୩୭ ପ୍ରତିଶତରେ ପହଞ୍ଚିଛି।

ଜେଲର ମାନୁଆଲ ଗାଇଡ ଲାଇନ ଅନୁସାରେ, ହସ୍ପିଟାଲରେ ତାଙ୍କୁ କେବଳ ତିନିଜଣ ଲୋକ ସାକ୍ଷାତ କରି ପାରିବେ। ଲାଲୁଙ୍କ ପୁଅ ଓ କୋଟାରିୟା ବିଧାୟକ ତାଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ବୁଝିଥିଲେ। ଲାଲୁଙ୍କ ଗିରଫ ହେବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ଆଡ଼କୁ ଗତି କରୁଛି ବୋଲି ତାଙ୍କ ପୁଅ ତେଜସ୍ବୀ ଯାଦବ କହିଥିଲେ। ସୂଚନାଯୋଗ୍ୟ ଯେ, ଚାରା ଘୋଟାଲ ସହ ଅନେକ ଦୁର୍ନୀତି ମାମଲା ତାଙ୍କରେ ନାଁ ରହିଛି। ତାଙ୍କର ଉନ୍ନତମାନର ଚିକିତ୍ସା ଆବଶ୍ୟକ ରହିଛି ବୋଲି ତାଙ୍କ ପୁଅ ତେଜସ୍ବୀ ଯାଦବ କହିଛନ୍ତି।

   Related Posts