ଲାଲୁ ଯାଦବଙ୍କ 'ଉଠୋ ବିହାରି' twit ଭାଇରାଲ, ଜାଣନ୍ତୁ ଭୋଟରଙ୍କୁ କହିଛନ୍ତି କ'ଣ?

Published By : Prameya-News7 Bureau | September 25, 2020 IST

ପାଟନା ୨୫।୯: ନିର୍ବାଚନ କମିଶନ ଶୁକ୍ରବାର ବିହାର ବିଧାନସଭା ନିର୍ବାଚନ ଲାଗି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।  ଇସିଙ୍କ ଏହି ଘୋଷଣା ପରେ ରାଜ୍ୟର ରାଜନୈତିକ ଦଳମାନେ ସକ୍ରିୟ ହୋଇଉଠିଛନ୍ତି। ପ୍ରତ୍ୟେକ ରାଜନୈତିକ ଦଳ ଏବେ ନିଜର ଜିତ ଦାବି କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋଙ୍କ ଏକ ଟ୍ୱିଟ୍‌ ଏବେ ରାଜ୍ୟରେ ଭାଇରାଲ ହେବାରେ ଲାଗିଛି।

wp:html /wp:html

ଲାଲୁ ସ୍ଲୋଗାନ ମାଧ୍ୟମରେ ଜନତାଙ୍କୁ ପରିବର୍ତ୍ତନର ଆହ୍ୱାନ ଦେଇଛନ୍ତି। ଏଥିଲାଗି ଲାଲୁ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ କବିତା ପୋଷ୍ଟ କରିଥିବା ବେଳେ ଏଥିରେ ବିହାର ଭୋଟରଙ୍କୁ ଜାଗ୍ରତ ହେବା ଲାଗି ଆହ୍ୱାନ ଦେଇଛନ୍ତି। ଏଥିରେ ଲାଲୁ ‘ ଉଠୋ ବିହାରି କରୋ ତୈୟାରୀ ଜନତା କା ଶାସନ ଅବ କି ବାରି’ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ଲାଲୁ ରାଜ୍ୟରୁ ଏବେ ଅଫିସର ରାଜ ସମାପ୍ତ ହୋଇ ପୁଣି ଥରେ ଜନତାଙ୍କ ଶାସନ ସ୍ଥାପିତ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଲାଲୁ ଏହି ଟ୍ୱିଟ୍‌ ପୋଷ୍ଟ କରିବା ପରଠାରୁ ଏପର୍ଯ୍ୟନ୍ତ ୧୪କେରୁ ବି ଅଧିକବାର ଦେଖାଗଲାଣି।

wp:html /wp:html

ଏହି ଟ୍ୱିଟ୍‌ ସହ ଲାଲୁ ଅନ୍ୟ ଏକ ଟ୍ୱିଟ୍‌ରେ କୃଷି ବିଲକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଲାଗି ବିଧେୟକ ସ୍ୱଚ୍ଛ ହୃଦୟରେ ପ୍ରସ୍ତୁତ କରାଯାଏ, ପୁଞ୍ଜିପତିଙ୍କ ସହ ଡିଲରେ ବିଲ୍‌ ଏପରି ପରିଣାମ ସୃଷ୍ଟି କରେ ବୋଲି ସେ ଉଲ୍ଲେଖ କରିଛନ୍ତି। କୃଷି ବିଧେୟକକୁ ନେଇ ବିହାରରେ ମଧ୍ୟ ଚାଷୀ ଆନ୍ଦୋଳନ ଦେଖାଦେଇଛି। ସାରା ରାଜ୍ୟରେ ରାଜେଡି ଶୁକ୍ରବାର କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତିକୁ  ବିରୋଧ କରିଛି।

{"id":334534,"sizeSlug":"large"}

ଇଲେକ୍ସନ କମିଶନଙ୍କ ଘୋଷଣା ଅନୁସାରେ ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାର ୭୧ଟି ବିଧାନସଭା ଆସନ ଲାଗି ମତଦାନ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ। ସେହିପରି ତୃତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ ଆସନରେ ଭୋଟଗ୍ରହଣ ହେବ। କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅକ୍ଟୋବର ୨୮ ତାରିଖରେ ହେବାକୁଥିବା ବେଳେ ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ରେ ସରିବ। ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.