ମାନସିକ ଚାପରେ ଲାଲୁ ଯାଦବ : ଚିକିତ୍ସା କରିବେ ମନସ୍ତତ୍ବବିତ୍ତ

Published By : Prameya-News7 Bureau | September 09, 2018 IST

ପାଟଣା ୯/୯ : ଚାରା ଘୋଟଲା ମାମଲାର ସଜା କାଟୁଥିବା ଆରଜେଡ଼ିର ମୁଖ୍ୟ ଲାଲୁପ୍ରସାଦ ଯାଦବ ଏବେ ମାନସିକ ଚାପରେ ଶିକାର ହୋଇଛନ୍ତି | ଅଧିକ ଦିନ ଅସୁସ୍ଥତା କାରଣ ବୋଲି ଡ଼ାକ୍ତର ମତପୋଷଣ କରିଛନ୍ତି | ରିମସର ନିର୍ଦ୍ଦେଶକ ଶ୍ରୀବାସ୍ତବ ଗୁପ୍ତା କହିଛନ୍ତି-ଲାଲୁ ଯାଦବ ଉଚ୍ଚ ରକ୍ତଚାପ ଓ ମାନସିକ ଚାପରେ ଅଛନ୍ତି | ଏ ବାବଦରେ ଏକ ରିପୋର୍ଟ ମଧ୍ୟ ବିର୍ସାମୁଣ୍ଦା ଜେଲ ଅଧିକ୍ଷକଙ୍କ ପାଖକୁ ପଠେଇ ଦେଇଛନ୍ତି| ଆହୁରି ମଧୟ କହିଚନ୍ତି, ଅନ୍ୟ ରୋଗ ସହିତ ଅଳ୍ପ ପରିମାଣରେ ମାନସିକ ଚାପ ରହିଛି | ତାଙ୍କୁ ଚର୍ମ ରୋଗ ବିଭାଗ ଓ ମାନସିକ ବିଭାଗରେ ସ୍ଵାସ୍ଥ୍ୟ ପରୀକ୍ଷା କରିଯାଇଛି | ମାନସିକ ଚାପ ବେଳେବେଳେ ପାଣିପାଗ ପରିବର୍ତ୍ତନ ଓ ଦୁର୍ବଳତା ପାଇଁ ଦେଖାଦେଇଥାଏ | ସେ ସ୍ଥାନାନ୍ତର ହେବାର କିଛି କାରଣ ନାହିଁ ବୋଲି ଡ଼ାକ୍ତର କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.