Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ପୁଣି ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟ; ରିମ୍ସରେ ଭର୍ତ୍ତି, ବଢିଯାଇଛି ଇନଫେକ୍ସନ

14/12/2018 at 12:31 PM

ପାଟଣା ୧୪/୧୨ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡି ଯାଇଛି | ସେ ପୁଣି ଥରେ ଚିକିତ୍ସା ପାଇଁ ରିମ୍ସରେ ଭର୍ତ୍ତି ହୋଇଛନ୍ତି | କିଛି ଦିନ ପୂର୍ବରୁ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଥିଲା | କିନ୍ତୁ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଛି | ଲାଲୁଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଲାଲୁଙ୍କର ଇନଫେକ୍ସନ ହୋଇଯାଇଛି | ଡାକ୍ତର ଝା. କହିଛନ୍ତି ଯେ, ଇନଫେକ୍ସନକୁ କଣ୍ଟ୍ରୋଲ କରିବା ପାଇଁ ଲାଲୁଙ୍କୁ ଏଣ୍ଟିବାୟୋଟିକ ଦିଆଯାଉଛି | ତେବେ ଚିକିତ୍ସା ପରେ ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଲାଲୁ ପୁଣି ଭଲ ହୋଇଯିବେ ବୋଲି ଡାକ୍ତର ଆଶା ପ୍ରକାଶ କରିଛନ୍ତି | ଲାଲୁଙ୍କୁ ସୁଗାର ସହ ଆହୁରି ୧୧ଟି ଅନ୍ୟାନ୍ୟ ରୋଗ ହୋଇଥିବା ଡାକ୍ତର କହିଛନ୍ତି | ଲାଲୁଙ୍କୁ ଉଚ୍ଚ ରକ୍ତଚାପ ସହ କିଡ଼ନୀ ସମ୍ବନ୍ଧିତ ରୋଗ ମଧ୍ୟ ହୋଇଛି |


ଏହି ସବୁ ରୋଗରେ ପୀଡିତ ଥିବା ଯୋଗୁଁ ଲାଲୁଙ୍କୁ ଖାଇବା ପିଇବାରେ ବିଶେଷ ଦୟାନ ଦେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି | ତାଙ୍କୁ ମାଂସ, ଅଣ୍ଡା, ଚିକେନ ଖାଇବା ପାଇଁ ଡାକ୍ତର ବାରଣ କରିଛନ୍ତି |

   Related Posts