ଅଗରବତୀ ବେପାର କରୁଥିଲେ ଏବେ ଚାଉଳ ବିକିବେ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ, କରିଛନ୍ତି tweet

Published By : Prameya-News7 Bureau | October 31, 2021 IST

ପାଟନା ୩୧।୧୦:  ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଗତ କିଛି ସମୟ ହେଲା ବେଶ୍ ଚର୍ଚ୍ଚାରେ ଅଛନ୍ତି। ପାର୍ଟି ଓ ପରିବାର ସହ ତାଙ୍କର ମତଭେଦ ଏବେବି ଦୂର ହୋଇନି। ତାଙ୍କ ସାନଭାଇ ତେଜସ୍ୱୀ ଯାଦବ ବିଧାନସଭାରେ ବିରୋଧୀ ଦଳର ନେତା। ତାଙ୍କୁ ନେଇ ମଧ୍ୟ ତେଜ ପ୍ରତାପ ଅସନ୍ତୁଷ୍ଟ। ଏତେସବୁ ଅସନ୍ତୋଷ ସତ୍ତ୍ୱେ ତେଜପ୍ରତାପ ତାଙ୍କ ବେପାର କଥା ଭୁଲି ନାହାନ୍ତି। ସେ ଏବେ ଚାଉଳ ବେପାର କରିବେ ବୋଲି ତାଙ୍କ ଟ୍ୱିଟ୍‌ରେ ପୋଷ୍ଟ କରିବା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":536377,"sizeSlug":"large","linkDestination":"none"}

ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଏବେକାର ହସନପୁର ବିଧାୟକ ତେଜ ପ୍ରତାପ ପ୍ରଥମରୁ ଧୂପକାଠି ତିଆରି ବିକି ଆସୁଥିଲେ। ଏବେ ଚାଉଳ ମିଲ ବ୍ୟବସାୟରେ ଭାଗ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି। ଏହି ବ୍ୟବସାୟକୁ ବି ସେ ଲାଲୁ-ରାବଡି (ଏଲଆର) ବ୍ରାଣ୍ଡରେ ଲଞ୍ଚ କରିବାକୁ ନିଷ୍ପତ୍ତି କରିଛନ୍ତି। ଶୁକ୍ରବାର ସେ ତାଙ୍କ ଟ୍ୱିଟ୍‌ରେ ଏ ନେଇ ପୋଷ୍ଟ କରିଥିଲେ। ସେ ତାଙ୍କ କମ୍ପାନୀ ନାମ ଏଲଆର ରାଇସ୍ ଏଣ୍ଡ ମଲ୍ଟି ଗ୍ରେନ୍ସ ପ୍ରାଇଭେଟ ଲିମିଟେଡ ରଖିଛନ୍ତି।

wp:embed {"url":"https://twitter.com/TejYadav14/status/1454138993352658950","type":"rich","providerNameSlug":"twitter","responsive":true}
https://twitter.com/TejYadav14/status/1454138993352658950
/wp:embed

ସେ ତାଙ୍କ ଉତ୍ପାଦ ପାଇଁ ସ୍ଲୋଗାନ ମଧ୍ୟ ସ୍ଥିର କରି ରଖିଛନ୍ତି। ଏଥିଲାଗି ସେ ଉଲ୍ଲେଖ କରିଛନ୍ତି ‘ନିଜେ ଉପଜାଅ ନିଜର ଖାଅ, ନିଜର କମାଅ..ଜୟ ବିହାର ’। ଆସନ୍ତା ଦୀପାବଳି ପୂର୍ବରୁ ସେ ତାଙ୍କ କମ୍ପାନୀରୁ ୫ଟି ଉତ୍ପାଦ ବଜାରରେ ଉପସ୍ଥାପନ କରିବେ। ଏଥିଲାଗି ସୋ ରୁମ କାମ ବି ସରିସରି ଆସିଲାଣି। ପାଟନା ଅନିଶାବାଦ ତେଜପ୍ରତାପ ନଗରୀରେ ସୋ ରୁମର ନିର୍ମାଣ କାମ ଚାଲିଛି। ଏଠାରେ ଯେଉଁ ସାମଗ୍ରୀ ସବୁ ବିକ୍ରି ହେବ ତାହା ତେଜପ୍ରତାପଙ୍କ ମିଲ ଓ କମ୍ପାନୀ ପ୍ରସ୍ତୁତ। ଏଣୁ ସାମଗ୍ରୀର ଶୁଦ୍ଧତା ଉପରେ ତେଜପ୍ରତାପ ଅଧିକ ଗୁରୁତ୍ୱ ଦେଇଛନ୍ତି।

{"id":536378,"width":839,"height":471,"sizeSlug":"full","linkDestination":"none"}

ଏଣୁ ତେଜପ୍ରତାପ ଏଥିଲାଗି ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଯଦି କେହି ଆମ ଦୋକାନ ସାମଗ୍ରୀରେ ଅପମିଶ୍ରଣ ପ୍ରମାଣିତ କରିଦେବେ ତାଙ୍କୁ ଉଚିତ ପୁରସ୍କାର ଦିଆଯିବ ବୋଲି ତେଜପ୍ରତାପ କହିଛନ୍ତି। ତେବେ ରାଜନୀତିରୁ ମୋହ ତୁଟାଇ ତେଜ ପ୍ରତାପ ଏଇ ନିକଟରେ ବିଜନେସ୍‌ ମ୍ୟାନ ହୋଇଥିଲେ। ସେ ଧୂପକାଠି କାରଖାନା କରି ରାଜ୍ୟର ଘରେ ଘରେ ଅଗରବତୀ ପହଞ୍ଚାଇବାକୁ ଯୋଜନା ରଖିଥିବା ବେଳେ ଏହି କାରଖାନା ପାଟନା ଦାନାପୁରସ୍ଥିତ ଲାଲୁ ଖଟାଲରେ ଖୋଲିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.