ମୁମ୍ବାଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲୁପ୍ରସାଦ ଯାଦବ
25/08/2018 at 4:55 AM

ମୁମ୍ବାଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ। ଅସୁସ୍ଥତା ପାଇଁ ମୁମ୍ବାଇସ୍ଥିତ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟରେ ଲାଲୁଙ୍କର ଚିକିତ୍ସା କରାଯାଉଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଲାଲୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତିନିମାସ ଭିତରେ ଦିତୀୟ ଥର ପାଇଁ ହସ୍ପିଟାଲରେ ଭର୍ତି ହୋଇଥିଲେ ଲାଲୁ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଜାମିନ ଅବଧିକୁ ବୃଦ୍ଧି କରିବାକୁ ଆବେଦନ କରିଥିଲେ। ତେବେ ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଅଗଷ୍ଟ ୩୦ ସୁଦ୍ଧା ଜେଲରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି ଝାଡଖଣ୍ଡ ହାଇକୋର୍ଟ।