Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିଜେପି ସାଂସଦ ସୁଶୀଲ ମୋଦିଙ୍କ ଟ୍ବିଟ୍‌କୁ ନେଇ ଚିହିଙ୍କି ଉଠିଲେ ଲାଲୁଙ୍କ ଝିଅ ରୋହିଣୀ : କହିଲେ- ‘ତାଙ୍କ ଭାଗ୍ୟ ଭଲ ମୁଁ ସେଠାରେ ନଥିଲି, ନଚେତ୍…’

20/05/2021 at 11:42 AM

ପାଟନା୨୦।୫: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ କୁମାର ମୋଦି କହିଛନ୍ତି ଯେ, ତେଜସ୍ବୀ ପ୍ରସାଦ ଯାଦବଙ୍କୁ ସରକାରୀ ବାସଭବନ ବଦଳରେ ପାଟନାରେ ଅର୍ଜିତ ଘରେ କୋଭିଡ୍ ହସ୍ପିଟାଲ ନିର୍ମାଣ କରିବାରଥିଲା । ଯେଉଁଠାରେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯାଇଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତେଜସ୍ବୀ ଯାଦବଙ୍କ ପରିବାରର ଦୁଇ ଭଉଣୀ ଏମବିବିଏସ୍ ଡାକ୍ତର । କରୋନା ମହାମାରୀ ସମୟରେ ତାଙ୍କ ସେବା କାହିଁକି ନିଆଗଲା ନାହିଁ ? ବିଜେପି ସାଂସଦଙ୍କ ଏହି ପ୍ରଶ୍ନ ଉପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

ସୁଶୀଲ ମୋଦିଙ୍କୁ ଟାର୍ଗେଟ କରି ରୋହିଣୀ ଟ୍ବିଟ୍ କରି ଲେଖିଛନ୍ତି ଯେ, ଆପଣଙ୍କ ଭାଗ୍ୟ ଭଲ ଥିଲା ସେତେବେଳେ ମୁଁ ସେଠାରେ ନଥିଲି । ରୋହିଣୀ ତାଙ୍କ ଟ୍ବିଟରେ ସ୍ରିଜନ ସ୍କାମ ବିଷୟରେ ଉଲ୍ଲେଖ କରି ସୁଶୀଲ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଦିନ ତେଜସ୍ବୀ ଯାଦବ ସରକାରୀ ବାସଭବନରେ କୋଭିଡ୍ କେୟାର ସେଣ୍ଟର କରିଛନ୍ତି । ପୋଲୋ ରୋଡ ସ୍ଥିତ ତେଜସ୍ବୀଙ୍କ ସରକାରୀ ବାସଭବନରେ ଆରଜେଡି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରିଛନ୍ତି । ନିଜସ୍ବ ପାଣ୍ଠିରେ ପ୍ରସ୍ତୁତ ଏହି ସେଣ୍ଟରରେ ବେଡ୍, ଅକ୍ସିଜେନ୍, ଔଷଧ ତଥା ଖାଦ୍ୟପେୟର ମଧ୍ୟ ସୁବିଧା କରାଯାଇଛି । ଏହି କୋଭିଡ୍ କେୟାର ସେଣ୍ଟରକୁ ନିଜ ହାତକୁ ନେଇ ପରିଚାଳନା କରିବାକୁ ରାଜ୍ୟ ସରକାରଙ୍କୁ ତେଜସ୍ବୀ ଯାଦବ ଅନୁରୋଧ କରିଛନ୍ତି ।

   Related Posts