Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ନଭେମ୍ବର ୨୭କୁ ଟଳିଲା ଲାଲୁ ଯାଦବଙ୍କ ଜାମିନ୍ ଶୁଣାଣି, ଶିବଲ କହିଲେ ଦଣ୍ଡାଦେଶର ଅଧା ସମୟ କଟିଲାଣି ଜେଲରେ

6/11/2020 at 7:46 PM

ରାଞ୍ଚୀ ୬।୧୧:  ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ୍ ଶୁଣାଣିକୁ ଝାଡ଼ଖଣ୍ଡ ହାଇକୋର୍ଟ ଶୁକ୍ରବାର ଘୁଞ୍ଚାଇ ଦେଇଛନ୍ତି। ଏଥିଲାଗି କୋର୍ଟ ନଭେମ୍ବର ୨୭କୁ  ତାରିଖ ଧାର୍ଯ୍ୟ କରିଛନ୍ତି। ମାମଲାରେ ସିବିଆଇର ଲିଖିତ ଜବାବ ଦାଖଲ ଲାଗି ସମୟ ମାଗିବାରୁ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ପଶୁ ଖାଦ୍ୟ ଦୁର୍ନୀତି ସମ୍ପର୍କିତ ୩ଟି ମାମଲାରେ ଲାଲୁଙ୍କୁ ପୂର୍ବରୁ ଜାମିନ ମିଳିଛି।  ହେଲେ ତାଙ୍କୁ ଜେଲରୁ ମୁକୁଳିବା ଲାଗି ଚତୁର୍ଥ ମାମଲାରେ ଜାମିନ ଆବଶ୍ୟକ। ଏଣୁ ଲାଲୁଙ୍କୁ ଏବେ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ସ୍ପଷ୍ଟ ହୋଇଯାଇଛି।

ଲାଲୁଙ୍କ ଜାମିନ ଲାଗି ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ଶିବଲ କୋର୍ଟରେ ନିବେଦନ ଉପସ୍ଥାପନ କରିଥିଲେ। ଏଥିରେ ଲାଲୁଙ୍କୁ କୋର୍ଟ ଶୁଣାଇଥିବା ଦଣ୍ଡାଦେଶର ଅଧାରୁ ଅଧିକ ସମୟ ଜେଲରେ କାଟି ସାରିଥିବାର ଶିବଲ କହିଥିଲେ। ଗୁରୁତର ଅସୁସ୍ଥ ଲାଲୁ ରାଞ୍ଚୀ ରାଜେନ୍ଦ୍ର ଇନିଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସରେ ରହି ଚିକିତ୍ସିତ ହେଉଛନ୍ତି। ଏଣୁ ତାଙ୍କୁ ଜାମିନରେ ମୁକ୍ତ କରିବାକୁ ଶିବଲ ଆବେଦନରେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ମାମଲାରେ କୋର୍ଟ ଲାଲୁଙ୍କୁ ୭ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଏଥିରୁ ସେ ୪୨ ମାସ ୨୬ ଦିନ ବିଚାରବିଭାଗୀୟ ହାଜତରେ କଟାଇ ସାରିଲେଣି। ଯାହାକି ତାଙ୍କ ଦଣ୍ଡାଦେଶର ଅଧାରୁ ବି ଅଧିକ ବୋଲି ଶିବଲ ତର୍କ ରଖିଛନ୍ତି। ତେବେ ମାମଲାରେ ସିବିଆଇ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଏବାବଦେ କାରାଗାର କର୍ତ୍ତୃପକ୍ଷଙ୍କ ଲିଖିତ ଉତ୍ତର ଦାଖଲ କରିବାକୁ କିଛି ସମୟ ସାଗିବ ବୋଲି କୋର୍ଟଙ୍କୁ କହିଥିଲେ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍‌ ଅପରେଶ କୁମାର ସିଂହ ଉଭୟପକ୍ଷଙ୍କ ତର୍କ ଶୁଣିବା ପରେ ଜାମିନ ଶୁଣାଣିକୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।

   Related Posts