ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ, ଦିଲ୍ଲୀ ଏମସ୍‌ରେ ଭର୍ତ୍ତି

Published By : Prameya-News7 Bureau | November 26, 2021 IST

ନୂଆଦିଲ୍ଲୀ ୨୬/୧୧: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଅନୁସାରେ ତାଙ୍କୁ ଜ୍ବର ହୋଇଥିବା ବେଳେ ମୁଣ୍ଡ ବୁଲାଉଛି। ଯାଞ୍ଚ ପାଇଁ ଲାଲୁଙ୍କ ରକ୍ତ ପରୀକ୍ଷା କରାଯାଇଛି। ଏବେ ସୁଦ୍ଧା ରିପୋର୍ଟ ଆସିନାହିଁ। ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ଡାକ୍ତର କହିଛନ୍ତି।

ଗତ ୩ ଦିନ ହେଲା ଲାଲୁ ବିହାରରେ ଥିଲେ । ସିବିଆଇ କୋର୍ଟରେ ହାଜର ହେବା ପରେ ଆରଜେଡି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟ​‌ରେ ସେ ଜିପ୍‌ ଚଲାଉଥିବାର ଭିଡିଓ ଖୁବ ଭାଇରାଲ୍‌ ହୋଇଥିଲା। ଗତ ବିହାର ଯାତ୍ରା ସମୟରେ ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା ।ହଠାତ ବିହାର ଯାତ୍ରା ରଦ୍ଦ କରିବା ସହ ଦୀପାବଳି ପୂର୍ବରୁ ତାଙ୍କୁ ଦିଲ୍ଲୀ ଫେରିବାକୁ ପଡ଼ିଥିଲା।

ଦିଲ୍ଲୀରେ ରହି ମଧ୍ୟ ସେ ଉପନିର୍ବାଚନ ପ୍ରଚାର କରିଥିଲେ। ଏହି ସମୟରେ ରାଜ୍ୟର ଅନେକ ନେତାଙ୍କୁ ସାକ୍ଷାତ କରିଥିଲେ। ସେଥିପାଇଁ ସେ ପୁଣି ଥରେ ଅସୁସ୍ଥ ହୋଇଥିବା କୁହାଯାଉଥିଲା ।  ଅନେକ ବର୍ଷ ହେଲା ଲାଲୁ ଅସୁସ୍ଥ ଅଛନ୍ତି। ସେଥିପାଇଁ ଜେଲ୍‌ରେ ଥିବା ବେଳେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ରିମ୍ସରେ ମଧ୍ୟ ତାଙ୍କର ଚିକିତ୍ସା ଚାଲିଥିଲା। ଦିଲ୍ଲୀରେ ସେ ନିଜ ଝିଅ ମୀସାଙ୍କ ଘରେ ରହୁଥିଲେ। ସେଠାରେ ରହି ସେ ଲଗାତାର ହସ୍ପିଟାଲ ଯାଇ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.