Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଲାଲୁ ପ୍ରସାଦ ଯାଦବଙ୍କ ୯ଜଣ ସୁରକ୍ଷାକର୍ମୀ କରୋନା ପଜିଟିଭ

21/08/2020 at 12:54 PM

ରାଞ୍ଚି ୨୧/୮: ରାଞ୍ଚିରେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ଜଣ ଯବାନ କରୋନା​ରେ ସଂକ୍ରମିତ ହୋଇଛନ୍ତି। ଏବେ ଲାଲୁ ଯାଦବଙ୍କୁ ରାଞ୍ଚି ରିମ୍ସର ଜଣେ ଡାକ୍ତରଙ୍କ ବଙ୍ଗଳାରେ ରଖାଯାଇଛି। ଏହି ସମସ୍ତ ଯବାନ ବଙ୍ଗଳା ବାହାରେ ମୁତୟନ ଥିଲେ। ରିମ୍ସର ଅଧ୍ୟକ୍ଷ କହିଛନ୍ତି ଯେ ସମସ୍ତ ଯବାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି।

ସମସ୍ତ ୯ ସୁରକ୍ଷାକର୍ମୀଙ୍କୁ ତୁରନ୍ତ କାମରୁ ହଟା ଦିଆଯାଇଛି ଏବଂ ରାଞ୍ଚିର ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି। ଲାଲୁ ଯାଦବଙ୍କୁ ସଂରକ୍ଷଣରୁ ବଞ୍ଚାଇବା ପାଇଁ ସେମାନେ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଜରୁରୀ ପଦ​‌କ୍ଷେପ ନିଆଯାଉଛି।

ଅଗଷ୍ଟ ୫ତାରିଖରେ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚି ରିମ୍ସର ଡାଇରେକ୍ଟରଙ୍କ ବଙ୍ଗଳାରେ ସ୍ଥାନାନ୍ତର କରାଯାଇଥିଲା। ଚାରା ଦୁର୍ନୀତି ମାମଲାରେ ଦୋଷୀ ଏବଂ ରିମ୍ସର ପେଇଂ ଓ୍ବାର୍ଡ଼ରେ ଚିକିତ୍ସାଧୀନ ଲାଲୁଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ଶିଫ୍ଟ କରାଯାଇଥିଲା। ସ୍ଥାନାନ୍ତର ସମୟରେ ଲାଲୁ ମିଡିଆ ପ୍ରଶ୍ନର ଉତ୍ତର ଦେଇନଥିଲେ।

ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରୁମ୍ ରିମ୍ସ ପ୍ରାଇଭେଟ୍ ଓ୍ବାର୍ଡ଼ର ପ୍ରଥମ ମହଲାରେ ଥିଲା କିନ୍ତୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଦ୍ବିତୀୟ ଏବଂ ତୃତୀୟ ମହଲାର ଉପଯୋଗ କରାଯାଉଛି। ଗ୍ରାଉଣ୍ଡ ଫ୍ଲୋରରେ କ୍ୟାଣ୍ଟିନ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଅର୍ଥାତ୍ ଗ୍ରାଉଣ୍ଡ,ସେକେଣ୍ଡ ଏବଂ ଥାର୍ଡ଼ ଫ୍ଲୋରରେ ଲୋକେ କରୋନାରେ ସଂକ୍ରମିତ ହୋଇଥିଲେ।  

   Related Posts