ନିର୍ବାଚନରେ ହାରିଯିବା ପରେ ଅନ୍ନ ତ୍ୟାଗ କଲେ ଲାଲୁ ; ଚିନ୍ତାରେ ଡାକ୍ତର

Published By : Prameya-News7 Bureau | May 26, 2019 IST

ରାଞ୍ଚି ୨୬/୫ : ରିମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ବଢିଯାଇଛି ଡାକ୍ତରଙ୍କ ଚିନ୍ତା । ଲାଲୁଙ୍କ ପରିବାର ଲୋକ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ଡାକ୍ତରଙ୍କ କହିବାନୁଯାୟୀ, ଲାଲୁ ଗତ ୩ ଦିନ ହେଲା ଦ୍ବିପ୍ରହର ଭୋଜନ ଗ୍ରହଣ କରୁନାହାନ୍ତି କି ରାତିରେ ଶୋଉନାହାନ୍ତି ।

{"id":116171,"align":"center","width":581,"height":309}

ରିମ୍ସରେ ଲାଲୁଙ୍କ ଚିକିତ୍ସା ଚାଲୁଚି । ଡାକ୍ତର କହିଛନ୍ତି ଯେ, ସକାଳ ଜଳଖିଆ ମଧ୍ୟ ଲାଲୁ ବହୁତ ବାଧ୍ୟ ବଧକତାରେ କରୁଛନ୍ତି । କିନ୍ତୁ ଦ୍ୱିପ୍ରହର ଭୋଜନ ସମ୍ପୂର୍ଣ ତ୍ୟାଗ କରି ଦେଇଛନ୍ତି । ରାତିରେ ଖାଉଛନ୍ତି ସତ କିନ୍ତୁ ଶୋଉନାହାନ୍ତି । ଯେଉଁଥିପାଇଁ ତାଙ୍କୁ ଇନସୁଲିନ ଦେବାରେ ଅସୁବିଧା ହେଉଛି । ଅତ୍ୟଧିକ ଚିନ୍ତା ଯୋଗୁଁ ତାଙ୍କ ସ୍ୱାସ୍ଥାବସ୍ଥା ଏହିଭଳି ହୋଇଯାଇଛି ବୋଲି ଡାକ୍ତର କହୁଛନ୍ତି ।

{"id":116174,"align":"center","width":576,"height":359}

ସୂଚନାଯୋଗ୍ୟ ଯେ, ମେ ୨୩ ତାରିଖ ଦିନ ଲୋକସଭା ନିର୍ବାଚନ ମତଗଣନା ଦିନ ଲାଲୁ ସକାଳ ୮ଟା ରୁ ଟିଭି ଖୋଲି ବସିଥିଲେ । ନିର୍ବାଚନ ଫଳାଫଳ ଆସିବା ପରେ ସେ ଚିନ୍ତିତ ହୋଇଗଲେ । ଦିନ ପାଖାପାଖି ଗୋଟେ ବେଳେ ସେ ଟିଭି ବନ୍ଦ କରି ଶୋଇପଡିଲେ । ସେହିଦିନ ଠାରୁ ତାଙ୍କ ଦିନଚର୍ଯ୍ୟା ବିଗିଡି ଯାଇଛି । ଚଳିତ ନିର୍ବାଚନରେ ଲାଲୁ ପ୍ରସାଦଙ୍କ ଦଳ ଖାତା ମଧ୍ୟ ଖୋଲୋପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.