Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବିହାର ନିର୍ବାଚନ ପରିଣାମରେ ନିରାଶ ଲାଲୁ, ମେଣ୍ଟ ରାଜନୀତିରେ ସମ୍ଭାବନା ଖୋଜିବାକୁ ପୁଅ ତେଜସ୍ଵୀଙ୍କୁ ଦେଲେ ପରାମର୍ଶ

11/11/2020 at 7:44 PM

ରାଞ୍ଚି ୧୧।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ନେଇ ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବ ନିରାଶ ହୋଇଛନ୍ତି। ଲାଲୁ ଯାଦବ ବିହାର ନିର୍ବାଚନର ପରିଣାମ ଆସିବା ପରେ ସାଂପ୍ରତିକ ରାଜନୈତିକ ପରିଦୃଶ୍ୟ ଏବଂ ମେଣ୍ଟ ରାଜନୀତିରେ ସମ୍ଭାବନା ଖୋଜିବାକୁ ନିଜ ପୁଅ ଜେତସ୍ଵୀ ଯାଦବ ସମେତ ଅନ୍ୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି।

ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ଲାଲୁ ପ୍ରସାଦ ଯାଦବ ରାଞ୍ଚିର ରିମ୍ସ ନିର୍ଦ୍ଦେଶକଙ୍କ କେଲି ବଙ୍ଗଳାରେ ଚିକିତ୍ସାଧୀନ ଅଛନ୍ତି। ସେଠାରୁ ସେ ନିଜର ସେବାଦାରଙ୍କ ଜରିଆରେ ବିହାର ବିଧାନସଭା ନିର୍ବାଚନର ମଙ୍ଗ ସମ୍ଭାଳିଥିବା ତେଜସ୍ଵୀ ଯାଦବଙ୍କୁ ସାନ୍ତ୍ଵନା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ପ୍ରକାରର ବିପରୀତ ପରିସ୍ଥିତିରେ ମଧ୍ୟ ନିର୍ବାଚନରେ ପାର୍ଟିର ପ୍ରଦର୍ଶନ ସନ୍ତୋଷଜନକ ରହିଛି।

ଲାଲୁ କହିଛନ୍ତି ଯେଉଁଭଳି ବିହାର ବିଧାନସଭାରେ ଜନାଦେଶ ଆସିଛି, ସେଥିରେ ଏନଡିଏ ମେଣ୍ଟରେ ସାମିଲ ବିଜେପି-ଜେଡିୟୁ ବ୍ୟତୀତ ଅନ୍ୟ ଦୁଇ ଦଳର ମହତ୍ଵ ମଧ୍ୟ ବଢି ଯାଇଛି। ଏମିତି ସ୍ଥିତିରେ ମେଣ୍ଟ ରାଜନୀତିରେ ସମ୍ଭାବନା ସର୍ବଦା ରହିଥାଏ।  ୟୁପିଏର ସମସ୍ତ ବିଧାୟକଙ୍କୁ ଏକଜୁଟ ରଖି ଭବିଷ୍ୟତର ରାଜନୀତି ସମ୍ଭାବନା ଏବଂ ବିକଳ୍ପ ଖୋଜିବା ଦିଗରେ ପ୍ରୟାସ ଜାରି ରଖିବାକୁ ଲାଲୁ କହିଛନ୍ତି।

ସୂଚନା ଅନୁଯାୟୀ ବିହାର ନିର୍ବାଚନର ପରିଣାମରେ ଲାଲୁ ପ୍ରସାଦ ଯାଦବଙ୍କ ଚେହେରାରେ ଉଦାସ ସ୍ପଷ୍ଟ ବାରି ହୋଇ ପଡୁଛି। ଦଳର ପରାଜୟ ପରେ ବି ତେଜ ପ୍ରତାପ ଯାଦବ ଏବଂ ତେଜସ୍ଵୀଙ୍କ ବିଜୟରେ ତାଙ୍କୁ କିଛିଟା ଆଶ୍ଵସ୍ତି ମିଳିଛି।

ସୂତ୍ର ମୁତାବକ ଲାଲୁ ମଙ୍ଗଳବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଟିଭି ଦେଖିଥିଲେ। ଯେ ପର୍ଯ୍ୟନ୍ତ ପରିଣାମ ଘୋଷଣା ହୋଇନଥିଲା, ସେ କ୍ରମାଗତ ବିଭିନ୍ନ ଟିଭି ଚ୍ୟାନେଲ ଦେଖି ରାଜନୈତିକ ସମୀକରଣ ବୁଝିବାକୁ ଚେଷ୍ଟା କରିଥିଲେ। ହେଲେ ପାର୍ଟିର ପରାଜୟ ଦେଖିବା ପରେ ତୁରନ୍ତ ଟିଭି ସାମ୍ନାରୁ ଉଠି ଆସିଥିଲେ।

   Related Posts