Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଲାଲୁ ଯାଦବଙ୍କ ଅବସ୍ଥା ସଙ୍କଟାପନ୍ନ: ନିଶ୍ୱାସ ନେବାରେ ଅସୁବିଧା

24/01/2021 at 11:56 AM

ନୂଆଦିଲ୍ଲୀ ୨୪/୦୧ : ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଦିଲ୍ଲୀ ଏମ୍ସ ସିଏନସି (Cardiothoracic and Neuro sciences centre) ର ସିସିୟୁ (କ୍ରିଟିକାଲ କେୟାର ୟୁନିଟ)ରେ ଭର୍ତ୍ତି କରାଯାଇଛି। ତେଜସ୍ୱି ଯାଦବ କହିଛନ୍ତି ଲାଲୁଙ୍କୁ ଗୁରୁବାର ରାତିରୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କ ଫୁସଫୁସରେ ସଂକ୍ରମଣ, ନିମୋନିଆ, ବ୍ଲଡ଼ ସୁଗାର ଓ କିଡନୀ ଜନିତ ସମସ୍ୟା ରହିଛି। ସେଥିପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି। ଲାଲୁଙ୍କ ବୟସ ଯୋଗୁଁ ସ୍ୱାସ୍ଥ୍ୟରେ ଜଟିଳତା ଦେଖାଦେଇଛି। ହୃଦ୍‌ରୋଗ ବିଶେଷଜ୍ଞ, ଫୁସଫୁସ, କିଡନୀ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି।

ଗତକାଲି ତାଙ୍କୁ ଡ଼ିଲି ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଫୁସଫୁସରେ ପାଣି ଜମା ହୋଇଯାଇଥିବାରୁ ତାଙ୍କୁ ନିଶ୍ୱାସ ନେବାରେ ଏଅସୁବିଧା ହେଉଥିଲା। ତାଙ୍କ କିଡନୀ ୨୫ ପ୍ରତିଶତ କାମ କରୁଛି। ଏହା ପୂର୍ବରୁ ରାଞ୍ଚି ଜେଲ ପ୍ରଶାସନ ମାସେ ପାଇଁ ଲାଲୁଙ୍କୁ ଏମ୍ସ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ। ଜେଲ ଆଇଜି ବୀରେନ୍ଦ୍ର ଭୂଷଣ ରିମ୍ସ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏଥିପାଇଁ ଅନୁମତି ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୩ ବର୍ଷ ପୂର୍ବରୁ ଲାଲୁ ଯାଦବଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ୨୦୧୮ ମାର୍ଚ୍ଚ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୩୪ ଦିନର ଚିକିତ୍ସା ପରେ ଏପ୍ରିଲ ୩୦ ତାରିଖରେ ତାଙ୍କୁ ଏମ୍ସରୁ ଡିସଚାର୍ଜ କରି ପୁଣି ରାଞ୍ଚି ପଠାଇ ଦିଆଯାଇଥିଲା।

   Related Posts