ବାବ୍ରି ବିଧ୍ଵଂସ ମାମଲା: କୋର୍ଟଙ୍କ ଆଦେଶ- ନିଜେ ହାଜର ହୋଇ ବୟାନ ଦିଅନ୍ତୁ ଆଡଓ୍ଵାଣୀ, ଯୋଶୀ ଓ ଉମା ଭାରତୀ

Published By : Prameya-News7 Bureau | June 08, 2020 IST

ଲକ୍ଷ୍ନୌ ୦୮।୦୬: ଅଯୋଧ୍ୟା ୧୯୯୨ ବାବ୍ରି ମସଜିଦ୍ ଭଙ୍ଗା ମାମଲାର ଶୁଣାଣି ସ୍ଵତନ୍ତ୍ର ସିବିଆଇ କୋର୍ଟରେ ଜାରି ରହିଛି। କୋର୍ଟ ସୋମବାର କହିଛନ୍ତି ମାମଲାର ଅଭିଯୁକ୍ତ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାକକୃଷ୍ଣ ଆଡଓ୍ଵାଣୀ, ଭାରତୀୟ ଜନତା ପାର୍ଟିର ନେତା ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କୁ ନିଜର ବୟାନ  ରେକର୍ଡ ଲାଗି ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ପଡିବ।  କିନ୍ତୁ ଅଦାଲତ ସେମାନେ କେବେ କୋର୍ଟରେ ହାଜର ହେବେ ସେ ନେଇ କୌଣସି ତାରିଖ ନିର୍ଦ୍ଧାରଣ କରି ନାହାନ୍ତି।

ନିଜର ଆଦେଶରେ ସ୍ଵତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ କହିଛନ୍ତି, ଅଭିଯୁକ୍ତ ଆଡଓ୍ଵାଣୀ, ଯୋଶୀ ଓ ଉମା ଭାରତୀଙ୍କ ଆଗାମୀ ଆଦେଶ ପର୍ଯ୍ୟନ୍ତ ହାଜର ହେବାରେ କୋହଳ କରିବା ସମ୍ଵନ୍ଧିତ ପ୍ରାର୍ଥନା ପତ୍ର ସ୍ଵୀକାର କରିବା ସମୟରେ ଏହି ଆଦେଶ ଦିଆଯାଇଥିଲା ଯେ, ସେମାନଙ୍କର ଅନୁରୋଧ ନିସର୍ତ୍ତ ସ୍ଵୀକାର କରାଯିବ। କିନ୍ତୁ ଅଦାଲତ ଯେବେ ଡାକିବ ସେମାନେ ହାଜର ହେବେ। ଅଦାଲତ କହିଛି, ବର୍ତ୍ତମାନ ଅଭିଯୁକ୍ତଙ୍କ ବୟାନ ସିଆରପିସିର ଧାରା ୩୧୩ ଆଧାରରେ ରୁଜୁ ରେକର୍ଡ କରାଯାଉଛି। ଶେଷରେ ପୁଣି ଥରେ ନିର୍ଦ୍ଦେଶ ଦିଆଯାଉଛି ଯେ, ନିର୍ଦ୍ଧାରିତ ତାରିଖରେ ଅଦାଲତରେ ଉପସ୍ଥିତ ରହିବା ସୁନିଶ୍ଚିତ କରନ୍ତୁ।

{"id":283270,"sizeSlug":"large"}

୩୧ ସୁଦ୍ଧା ମାମଲାର ଶୁଣାଣି କରାଯାଉ

ସୁପ୍ରିମକୋର୍ଟ ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ମୋକଦ୍ଦମା ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ପୂର୍ବରୁ  ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ନିର୍ଦ୍ଧାରିତ ଦିନରେ ଲକ୍ଷ୍ନୌ ନିମ୍ନ ଅଦାଲତ ଏପ୍ରିଲରେ ମାମଲାର ରାୟ ଦେବାର ଥିଲା। ତେବେ ଏପର୍ଯ୍ୟନ୍ତ ସମସ୍ତ ସାକ୍ଷଙ୍କ ବୟାନ ରେକର୍ଡ ହୋଇପାରି ନାହିଁ। ଏଣୁ ଶୁଣାଣି ଅବଧି ସମ୍ପ୍ରସାରିତ କରିବା ଲାଗି ସୁପ୍ରିମକୋର୍ଟ ନିବେଦନର ଶୁଣାଣି କରି ଡେଡ୍ ଲାଇନ ଧାର୍ଯ୍ୟ କରିଥିଲେ। ସାକ୍ଷମାନଙ୍କ ବୟାନ ଭିଡିଓ କନଫରେନସିଂରେ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଅଗଷ୍ଟ ୩୧ ସୁଦ୍ଧା ରାୟ ପ୍ରକାଶ କରିବାକୁ କହିଛନ୍ତି।  ବାବ୍ରି ମସଜିଦ୍ ଭଙ୍ଗା ନେଇ ସିବିଆଇ ଦ୍ୱାରା ରୁଜୁ ମାମଲାରେ  ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ମଧ୍ୟ ଅଭିଯୁକ୍ତ ଅଛନ୍ତି।  ସୂଚନା ଅନୁସାରେ ବାବ୍ରି ଭଙ୍ଗା ଘଟଣାର ତଦନ୍ତ କରି ସିବିଆଇ ୨୦୧୭ ମସିହାରେ ବିଜେପି ସଂସ୍ଥାପକ ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଓ ଶୁଶ୍ରୀ ଉମାଭାରତୀ ଆଦିଙ୍କୁ ଅଭିଯୁକ୍ତ କରିଥିଲେ।

ଉଲ୍ଲେଖନୀୟ ୧୯୯୨ ଡିସେମ୍ବର ୬ରେ ବାବ୍ରି ମସଜିଦ୍ ଧ୍ଵଂସ ମାମଲାରେ ୪୯ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିଲା। ଯାଞ୍ଚ ପରେ ଏହି ୪୯ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଏଥିରୁ ୧୭ ଅଭିଯୁକ୍ତଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.