ପାକିସ୍ତାନ ଜେଲରେ ୧୩ ବର୍ଷ ରହିବା ପରେ ନିଜ ଦେଶକୁ ଫେରିଲେ ସୋନୁ, ଜେଲରେ ଦିଆଯାଇଥିଲା ଅନେକ ନିର୍ଯ୍ୟାତନା

Published By : Prameya-News7 Bureau | November 25, 2020 IST

ଲଳିତପୁର ୨୫/୧୧ : ଉତ୍ତର ପ୍ରଦେଶ ଲଳିତପୁରରେ ଖୁସି ଲହର ଖେଳିଯାଇଛି। ମଡାବରା ତହସିଲର ସତବାଂସା ଗାଁର ସୋନୁ (ସୋହନ ସିଂହ) ୧୩ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିବା ଖବର ପରେ ପୁରା ଗାଁରେ ଖୁସିର ମାହୋଲ ରହିଛି। ୧୩ ବର୍ଷ ପାକିସ୍ତାନ ଜେଲରେ କାଟିବା ପରେ ସେ ନିଜ ଘରକୁ ଫେରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ଅମୃତସର କମ୍ୟୁନିଟି ସେଣ୍ଟର ଅଛନ୍ତି। ତାଙ୍କୁ ଲଳିତପୁର ଆଣିବାକୁ ପ୍ରସ୍ତୁତି ହେଉଛି। ସୋନୁଙ୍କୁ ଘରକୁ ଫେରାଇ ଆଣିବାଲି ତାଙ୍କ ବାପା ଓ ଦାଦା ଅମୃତସରରେ ପହଞ୍ଚିଛନ୍ତି। ୧୩ ବର୍ଷ ପରେ ବାପାଙ୍କୁ ଦେଖି ସୋନୁ ଖୁସିରେ ଆଲିଙ୍ଗନ କରି କାନ୍ଦି ପକାଇଥିଲେ। ସେପଟେ ସୋନୁ ଫେରିବା ଖବର ଶୁଣି ଗାଁରେ ଦୀପାବଳି ଭଳି ମାହୋଲ ରହିଛି।

ସତବାଂସା ଗାଁର ରୋଶନ ସିଂହଙ୍କ ୪ପୁଅ। ସୋନୁ ସବୁଠାରୁ ସାନ ପୁଅ। ଷଷ୍ଠ ଶ୍ରେଣୀରେ ପଢିବା ଯାଏଁ ସେ ଗାଁରେ ହିଁ ରହୁଥିଲେ। ଏହାପରେ ସେ ନିଜ ସମ୍ପର୍କୀୟଙ୍କ ସହ ଚାଷ କାମ କରିବା ଆରମ୍ଭ କରିଥିଲେ। ପାଖାପାଖି ୧୮-୧୯ ବର୍ଷ ବୟସରେ ସେ ବାବା ହେବେ ବୋଲି କହି ଘରୁ କୁଆଡେ ଚାଲିଯାଇଥିଲେ। ସେତେବେଳେ ତାଙ୍କର ମାନସିକ ସ୍ଥିତି ମଧ୍ୟ ଠିକ ନଥିଲା।

{"id":367302,"sizeSlug":"large"}

ତାଙ୍କ ପରିବାର ତାଙ୍କୁ ବହୁତ ଆଡେ ଖୋଜାଖୋଜି କରିଥିଲେ କିନ୍ତୁ କେଉଁଠି ବି ତାଙ୍କର କିଛି ପତା ମିଳିନଥିଲା। ଚଳିତ ବର୍ଷ ତାଙ୍କ ପରିବାରକୁ ସୂଚନା ମିଳିଥିଲା ଯେ ସୋନୁ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି। ଅକ୍ଟୋବର ୨୬ ତାରିଖରେ ଅଭିସୂଚନା ବ୍ୟୁରୋ ମଡାବରା ଥାନା ଅଧ୍ୟକ୍ଷ ସୋନୁ ପାକିସ୍ତାନ ଜେଲରୁ ମୁକ୍ତ ହୋଇ ଅମୃତସରରେ ପହଞ୍ଚିଥିବା ସୂଚନା ଦେଇଥିଲେ। ଅମୃତସର ପହଞ୍ଚିବା ପରେ ସୋନୁଙ୍କୁ ନାରାୟଣଗଡ଼ କମ୍ୟୁନିଟି ସେଣ୍ଟରରେ କ୍ଵାରେଣ୍ଟାଇନ କରାଯାଇଥିଲା। ସୋନୁଙ୍କ ମିଳିବା ଖବର ଶୁଣି ଗାଁରେ ଖୁସିର ଲହର ଖେଳିଯାଇଛି। 

ସୋନୁଙ୍କ ପରିବାର ଲୋକ କହିଛନ୍ତି ପାକିସ୍ତାନରେ ୧୩ ବର୍ଷ ରହିବା ସମୟରେ ସୋନୁଙ୍କୁ ଅଲଗା ଅଲଗା ଜେଲରେ ରଖାଯାଇଥିଲା। ସେ ପୁଣି କେବେ ଭାରତକୁ ଫେରିପାରିବେ ବୋଲି ଆଶା ଛାଡି ଦେଇଥିଲେ। କିନ୍ତୁ ସଜା ପୁରା ହେବାପରେ ତାଙ୍କୁ ମୁକ୍ତ କରି ଭାରତକୁ ପଠାଇ ଦିଆଯାଇଥିଲା। ସୋନୁ ମାନସିକ ସ୍ଥିତି ପୂର୍ବ ଅପେକ୍ଷା ଦୁର୍ବଳ ହୋଇଯାଇଛି। ସେ କେମିତି ଓ କେଉଁ ବାଟ ଦେଇ ପାକିସ୍ତାନ ଯାଇଥିଲେ ଓ କେଉଁଠାରେ ଗିରଫ ହୋଇଥିଲେ ତାହା ମଧ୍ୟ କହିପାରୁ ନାହାନ୍ତି।

{"id":367305,"sizeSlug":"large"}

ଗ୍ରାମବାସୀ ଓ ସୋନୁଙ୍କ ପରିବାର ଲୋକ ମୋଦି ସରକାରଙ୍କ ପ୍ରଶଂସା କରୁଛନ୍ତି। ଅପରପକ୍ଷରେ ପାକିସ୍ତାନ ସରକାରଙ୍କୁ ନିନ୍ଦା କରିଛନ୍ତି। ପାକିସ୍ତାନ ଜେଲରେ ୧୩ ବର୍ଷ ଯାଏଁ ତାଙ୍କୁ ନାନା ନିର୍ଯ୍ୟାତନା ଦିଆଯାଇଛି। ଶରୀରରେ ଥଣ୍ଡା ପାଣି ପକାଇ ତାଙ୍କୁ ମାଡ ମରାଯାଉଥିଲା।

ସୂଚନାଯୋଗ୍ୟ ଯେ, ଅମୃତସରରେ ସୋନୁଙ୍କୁ ତାଙ୍କ ପରିବାରକୁ ହସ୍ତରଣତର କରିବାକୁ ଜରୁରୀ କାଗଜପତ୍ର ମଗାଯାଇଥିଲା। ସୋନୁଙ୍କ ବାପା ପୁଅକୁ ଚିହ୍ନିବା ପାଇଁ ଭୋଟ ପରିଚୟ ପତ୍ର ଓ ରାସନ କାର୍ଡ ନେଇଯାଇଥିଲେ। ରୋଶନ ସିଂହ ଗାଁ ମୁଖିଆଙ୍କ ଠାରୁ ମଧ୍ୟ ଚିଠି ଲେଖାଇ ଆଣିଥିଲେ ଯାହା ସେ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଗାଁ ମୁଖିଆରେ ଚିଠିରେ ଲେଖିଥିଲେ ଯେ ସୋନୁ ସତବାଂସା ବାସିନ୍ଦା। ତେବେ ଆଉ କିଛି କାଗଜପତ୍ର କାମ ବାକି ଅଛି ଯାହା ପୁରା ହେବା ପରେ ସୋନୁଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.