Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଦିଗଜ ଅଭିନେତା ଲଲିତ ବେହଲଙ୍କ କରୋନାରେ ଦେହାନ୍ତ, ‘ତିତଲୀ’ ଏବଂ ‘ମୁକ୍ତି ଭବନ’ ଭଳି ଫିଲ୍ମରେ କରିଥିଲେ କାମ

24/04/2021 at 8:48 AM

ମୁମ୍ବାଇ ୨୪/୦୪: ସମଗ୍ର ଦେଶରେ କରୋନାରେ ହାହାକାର ଶୁଭୁଛି । ଏଥି ମଧ୍ୟରେ ଦିଗଜ ଅଭିନେତା ତଥା ଫିଲ୍ମ ନିର୍ମାତା ଲଲିତ ବେହଲଙ୍କ କରୋନାରେ ଦେହାନ୍ତ ହୋଇଛି । ଗତ ସପ୍ତାହରେ ୭୧ ବର୍ଷିୟ ଲଲିତ କୋଭିଡ ୧୯ ରେ ସଂକ୍ରମିତ ହୋଇଥିଲେ ଏବଂ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଥିଲେ । ଗତକାଲି ଶୁକ୍ରବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲଲିତ ବେହଲଙ୍କ ପୁଅ କାନୁ ବେହଲ ଏହି ସୂଚନା ଦେଇଛନ୍ତି ।

Guftagoo with Lalit Behl - YouTube

କାନୁ କହିଛନ୍ତି, ‘ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତ ହୋଇଥିଲା ଏବଂ ପରେ କୋଭିଡ ତାଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଥିଲା । ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା ଯାହା ଗୁରୁତର ଥିଲା । ତାଙ୍କ ସ୍ୱାସ୍ଥ୍ୟଗତ ଜଟିଳତା ଏହାକୁ ଅଧିକ କଷ୍ଟସାଧ୍ୟ କରିଥିଲା । ‘

ଲଲିତ ବେହଲ ଥିଏଟରର ଜଣାଶୁଣା ନାମ ଥିଲେ । ସେ ଦୁରଦର୍ଶନରେ ଟେଲିଫିଲ୍ମସ୍ ସିରିଏଲ ‘ତାପିଶ’, ‘ଆତିଶ’ ଏବଂ ‘ସୁନହେରୀ ଜିଲ୍ଦ’ର ନିର୍ଦ୍ଦେଶନା ଦେଇଥିଲେ । ଏହା ବ୍ୟତୀତ ସେ ସିରିଏଲ ‘ଅଫସାନେ’ରେ ଅଭିନୟ କରିଥିଲେ । ନିକଟରେ ଲଲିତ ଫିଲ୍ମ ‘ତିତଲୀ’ ଏବଂ ‘ମୁକ୍ତି ଭବନ’ରେ ନଜର ଆସିଥିଲେ ।  ଲଲିତ ଆମାଜନ ପ୍ରାଇମ ଭିଡିଓରେ ୱେବ୍ ସିରିଜ୍ ‘ମେଡ୍ ଇନ୍ ହେଭେନ୍’ରେ ମଧ୍ୟ କାମ କରିଥିଲେ । ତାଙ୍କର ଫିଲ୍ମ ‘ଜଜମେଣ୍ଟାଲ୍ ହୈ କ୍ୟା’ ୨୦୧୯ ରେ ରିଲିଜ୍ ହୋଇଥିଲା ।

ଫିଲ୍ମ ‘ମୁକ୍ତି ଭବନ’ରେ ତାଙ୍କ ସହ କାମ କରିଥିବା ଅଭିନେତା ଆଦିଲ ହୁସେନ୍ ଟ୍ୱିଟରରେ ଶୋକ ବ୍ୟକ୍ତ କରିଛନ୍ତି । ଆଦିଲ ଲେଖିଛନ୍ତି, ‘ମୋର ପ୍ରିୟ ତଥା ସମ୍ମାନିତ ସହ-ଅଭିନେତା ଲଲିତ ବେହଲଙ୍କର ଦେହାନ୍ତ ହୋଇଛି, ଯାହା ଅତ୍ୟନ୍ତ  ଦୁଃଖ ଦାୟକ । ‘ମୁକ୍ତି ଭବନ’ରେ ସେ ଜଣେ ବାପାଙ୍କ ସର୍ବୋତ୍ତମ ଚରିତ୍ରରେ ଅଭିନୟ କରିଥିଲେ । ପୁଣି ଥରେ ଲାଗିଲା ଯେପରି ମୁଁ ମୋ ବାପାଙ୍କୁ ହରାଇଛି ।‘

   Related Posts