Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିନା ସିକ୍ୟୁରିଟିରେ ରେଳ ଷ୍ଟେସନରେ ନଜର ଆସିଲେ ମୋଦୀ ; ବ୍ୟାଗ୍ ଧରି କୁଆଡେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ?

15/09/2021 at 7:14 PM

ମୁମ୍ବାଇ ୧୫/୦୯ : ହାତରେ ଟ୍ରଲୀ ବ୍ରିଫ୍‌କେସ୍‌ ନେଇ କୁଆଡେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ? ନା ସାଙ୍ଗରେ ଅଛନ୍ତି ସୁରକ୍ଷା କର୍ମୀ, ନା ଅଛି ଭିଡ । ଏକା ଏକା କୁଆଡେ ଚାଲିଲେ ନରେନ୍ଦ୍ର ମୋଦି ? ମୁମ୍ବାଇର ଦାଦର ରେଳ ଷ୍ଟେସନ୍‌ରେ ଦେଖିବାକୁ ମିଳିଛି ଏଭଳି ଏକ ବିରଳ ଦୃଶ୍ୟ । ଅଚାନକ ଏକ ଟ୍ରଲି ବ୍ୟାଗ୍‌ ଧରି ରେଳ ଷ୍ଟେସନ୍‌ରେ ଚାଲି ଚାଲି ଯାଉଛନ୍ତି ପ୍ରଧାନମନ୍ତ୍ରୀ । ରେଳ ଷ୍ଟେସନ୍‌ରେ ଉପସ୍ଥିତ ଯାତ୍ରୀମାନେ ମଧ୍ୟ ଏହା ଦେଖି ଚକିତ ହୋଇଯାଇଥିଲେ । କିଛି ସମୟ ପାଇଁ ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଥିଲେ ।

a man namely lalaji devaria resembles prime minister narendra modi waves

ତେବେ ଘଟଣା ହେଉଛି, ଦାଦର ରେଳ ଷ୍ଟେସନ୍‌ରେ ଯେଉଁ ମୋଦୀଙ୍କୁ ଲୋକେ ଦେଖିଥିଲେ ପ୍ରକୃତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁହନ୍ତି ବରଂ ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଆଉ ଜଣେ ବ୍ୟକ୍ତି । କିନ୍ତୁ ହଠାତ୍‌ ଦେଖିଲେ କିଛି ଜାଣିହେବ ନାହିଁ । କିଛି ସମୟ ପାଇଁ ଯେ କେହି ଭାବିବେ ଯେ ସେ ହେଉଛନ୍ତି ମୋଦୀ । କାରଣ ସେ କେବଳ ମୋଦୀଙ୍କ ପରି ଦେଖାଯାଆନ୍ତି ତାହା ନୁହେଁ ବରଂ ତାଙ୍କ ଭଳି ଦାଢି, ଡ୍ରେସ୍‌ ଏବଂ ହାବଭାବ ସବୁ କିଛି ମୋଦୀଙ୍କ ଭଳି । ଏଥିପାଇଁ ଅନେକ ସମୟରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହୁଏ ।

maharashtra  sep 15  ani   a man namely lalaji devaria resembles prime minister narendra modi waves

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ଦେଖାଯାଉଥିବା ଏହି ବ୍ୟକ୍ତି ହେଉଛନ୍ତି ଲାଲାଜୀ ଦେଓ୍ବାରିୟା । ପ୍ରାୟତଃ ତାଙ୍କୁ ଦେଖି ଲୋକେ ଧୋକା ଖାଇଯାଆନ୍ତି । ଚେହେରା ମିଶିବା ସାଙ୍ଗକୁ ତାଙ୍କ ଚାଲି, ସୁଟ୍‌ବୁଟ୍‌, ହାବଭାବ ଅବିକଳ ମୋଦୀଙ୍କ ଭଳି । ଏହା ସହିତ ଲମ୍ବା ଦାଢି ତାଙ୍କୁ ମୋଦିଙ୍କ ଭଳି ଦିଶିବା ପାଇଁ ବାଧ୍ୟ କରେ । ପୂର୍ବରୁ ମୋଦୀଙ୍କ ଆଉ ଜଣେ ନକଲ କୁହାଯାଉଥିବା ଅଭିନନ୍ଦନ ପାଠକ ମଧ୍ୟ ଖୁବ ଚର୍ଚ୍ଚାରେ ଥିଲେ । କିନ୍ତୁ ପରେ ସେ କଂଗ୍ରେସରେ ସାମିଲ ହୋଇଯାଇଥି​‌ଲେ । ଅଭିନନ୍ଦନ ପାଠକ ନିର୍ଦଳୀୟ ପ୍ରାର୍ଥୀଭାବେ ଲକ୍ଷ୍ନୌ ଏବଂ ବାରାଣସୀରୁ ଲୋକସଭା ନିର୍ବାଚନ ମଧ୍ୟ ଲଢିଥିଲେ ।

   Related Posts