ଆଗରୁ ଯେଉଁଠି ଉଡୁଥିଲା ଲାଲ୍ ଝଣ୍ଡା ଓ କଳା ପତାକା, ଏବେ ସେଠି ଉଡିଲା ତ୍ରିରଙ୍ଗା

Published By : Prameya-News7 Bureau | November 02, 2020 IST

ମାଲକାନଗିରି ୦୨।୧୧:  ଦିନେ ଯେଉଁଠି ଲାଲ୍‌ ବାହିନୀ ପତାକା, ଏବେ ସେଠି ଉଡିଲା ତ୍ରିରାଙ୍ଗା । ମାଲକାନଗିରିର ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଗୋରାସେତୁ ଗାଁଠାରେ ଆଉ ଗୋଟିଏ ବିଏସଏଫ୍‌ କ୍ୟାମ୍ପର ଶୁଭ ଦିଆଯାଇଛି । ମାଲକାନଗିରି ଏସ୍‌ପି ଋଷିକେଶ ଡି ଖିଲାରୀ ଏହାର ଶୁଭ ପକାଇବା ସହ ତ୍ରିରଙ୍ଗା ଉଡାଇଛନ୍ତି ।

ଖବରଅନୁଯାୟୀ, ଦୀର୍ଘ ୫୦ ବର୍ଷ ହେଲା ଏଠାରେ ମାଓବାଦୀଙ୍କ ଦବଦବା ରହିଥିଲା । ଅଞ୍ଚଳରେ ମାଓବାଦୀଙ୍କ ଏକ ପ୍ରକାର ଶାସନ ଚାଲିଥିଲା । ନୀରିହ ଲୋକମାନଙ୍କୁ ଢାଲ କରି  ଏମାନେ ରକ୍ତର ହୋଲି ଖେଳୁଥିଲେ । ପୋଲିସ ଇନଫର୍ମ ସନ୍ଦେହରେ ଅନେକ ଲୋକଙ୍କ ହତ୍ୟା ମଧ୍ୟ କରାଯାଇଛି ।  ଏଠାରେ ଜାତୀୟ ପତାକା ବଦଳରେ ମାଓବାଦୀଙ୍କ ଲାଲ୍‌ ଝଣ୍ଡା ଓ କଳା ପତାକା ଉଡୁଥିଲା । ଏପରିସ୍ଥଳେ, ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତ ଗୋରାସେତୁ ନିକଟରେ ଏସ୍‌ପି ଶ୍ରୀ ଖିଲାରୀ ଓ ବିଏସ୍‌ଏଫ ଅଧିକାରୀମାନେ ନୂତନ କ୍ୟାମ୍ପର ଶୁଭ ଦେଇ ମାଓବାଦୀଙ୍କୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.