Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କ୍ରିସମାସ୍ ୨୦୨୧ରେ ରିଲିଜ୍ ହେବ ଆମିର-କରୀନାଙ୍କ ପ୍ରତୀକ୍ଷିତ ଫିଲ୍ମ ‘ଲାଲ ସିଂହ ଚଢା’

10/08/2020 at 5:33 PM

ନୂଆଦିଲ୍ଲୀ ୧୦।୦୮: କରୋନା ଭାଇରସ୍ ଓ ଏହାର ପ୍ରଭାବରେ ଅଧିକାଂଶ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଯାଇଛି। କରୋନା କାଳରେ ସମସ୍ତେ ନିଜ ନିଜର ପରିବାରର ସୁସ୍ଥତା ଓ ସୁରକ୍ଷା ନେଇ ଚିନ୍ତିତ। ଏହା ମଧ୍ୟରେ ଆମିର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଢା’କୁ ନେଇ ଖବର ଆସିଛି ଯେ, ଏହି ଫିଲ୍ମ ଆସନ୍ତା ବର୍ଷ କ୍ରିଷ୍ଟିମାସରେ ରିଲିଜ୍ ହେବ। ପ୍ରଥମେ ଏହି ଫିଲ୍ମକୁ ଚଳିତ ବର୍ଷ କ୍ରିସମାସରେ ରିଲିଜ୍‌ କରାଯିବାର ଯୋଜନା ଥିଲା।

ଆମିର ଖାନଙ୍କ କ୍ରିଷ୍ଟିମାସ ସହ ପୁରୁଣା ସମ୍ବନ୍ଧ ରହିଛି। କ୍ରିସମାସ୍ ଅବସରରେ ରିଲିଜ୍ ହୋଇଥିବା ତାଙ୍କର ସମସ୍ତ ଫିଲ୍ମ ବହୁତ ସଫଳ ହୋଇଛି। ଏଥିରେ ୩ ଇଡିୟଟ୍ସ, ପିକେ, ଧୁନ ୩, ଦଙ୍ଗଲ ଇତ୍ୟାଦି ସାମିଲ। ତାଙ୍କର ଏହି ସଦ୍ୟତମ ଫିଲ୍ମ‘ଲାଲ ସିଂହ ଚଢା’ ଟମ ହ୍ୟାକ୍ସଙ୍କ ଫରେକ୍ସ ଗମ୍ପ ଉପରେ ଆଧାରିତ। ଲକ୍‌ଡାଉନ୍ ପୂର୍ବରୁ ଚଣ୍ଡିଗଡ ଓ କୋଲକାତାରେ ଫିଲ୍ମର କିଛି ଭାଗର ସୁଟିଂ ହୋଇ ସାରିଛି। ଏବେ ସ୍ଥିତିରେ କିଛିଟା ସୁଧାର ଆସିବା ପରେ ଅଭିନେତା ଆମିର ଖାନ ଫିଲ୍ମର ଲୋକେସନ ଦେଖିବା ପାଇଁ ତୁର୍କି ଗସ୍ତ କରିଛନ୍ତି।

ଯେବେଠୁ ନିର୍ମାତା ଜଣେ ଶିଖ୍‌ଙ୍କ ରୂପେ ଆମିରଙ୍କ ଫାଷ୍ଟ ଲୁକ୍‌ ଜାରି କରିଛନ୍ତି ତେବେଠୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଚରମରେ ରହିଛି। ହେଲେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଆମିର ଓ ନିର୍ମାତା ଫିଲ୍ମ ରିଲିଜ୍‌ର ନୂତନ ତାରିଖ ଘୋଷଣା କରିଛନ୍ତି ଏବଂ ଫିଲ୍ମକୁ ଚଳିତ ବର୍ଷ ଡିସେମ୍ବରରୁ ଆସନ୍ତା ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଟିମ୍‌ ଅନୁଯାୟୀ ଏହି ଫିଲ୍ମ ଏକ ଦମଦାର ରିଲିଜ୍‌ର ହକଦାର ଅଟେ।

ଆମିର ଖାନ୍ ପ୍ରଡକ୍ସନର ‘ଲାଲ ସିଂହ ଚଢା’ରେ ଆମିର ଖାନ ଓ କରୀନା କପୁର ମୁଖ୍ୟ ଭୂମିକାରେ ଅଭିୟନ କରୁଛନ୍ତି। ମୋନା ସିଂହ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଅଦ୍ଵୈତ ଚନ୍ଦନ ଓ ସ୍କ୍ରିନପ୍ଲେ ଅତୁଲ କୁଲକର୍ଣ୍ଣୀ କରିଛନ୍ତି। ଫିଲ୍ମର ମ୍ୟୁଜିକ୍ ପ୍ରୀତମ ଏବଂ ଲିରିକ୍ସ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି।

   Related Posts