୨୦୦୪ ପରାଜୟ ପାଇଁ ଭିଏଚପିକୁ ଦାୟୀ କରିଥିଲେ ଆଡଭାନୀ, ୨୦୦୨ ଦଙ୍ଗା ପରେ ବି ବଞ୍ଚାଇଥିଲେ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ପଦ

Published By : Prameya-News7 Bureau | November 23, 2020 IST

ନୂଆଦିଲ୍ଲୀ ୨୩।୧୧: ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ସେହି ବରିଷ୍ଠ ବିଜେପି ନେତା ଯିଏ ଗୁଜରାଟ ମୁଖ୍ୟମନ୍ତ୍ରୀ ପାଇଁ ନରେନ୍ଦ୍ର ମୋଦୀଙ୍କ ନାମ ପ୍ରସ୍ତାବ ଦେଇଥିଲ। ୨୦୦୨ ଗୁଜରାଟ ଦଙ୍ଗା ପରେ ମୋଦୀଙ୍କ ଇସ୍ତଫା ଦାବି ଖାରଜ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ମଧ୍ୟରେ ସବୁଠୁ ବଡ କଥା ଆଡଭାନୀ ୨୦୦୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପରାଜୟ ପାଇଁ ବିଶ୍ଵ ହିନ୍ଦୁ ପରିଷଦ(ଭିଏଚପି)କୁ ଦାୟୀ କରିଥିଲେ। ଏକ ପୁସ୍ତକରେ ଏହା ଦାବି କରାଯାଇଛି।

ବିଶିଷ୍ଟ ଲେଖକ ତଥା ରାଜନୈତିକ ଲେଖକ ବିନୟ ସୀତାପତିଙ୍କ ପୁସ୍ତକ ‘ଯୁଗଳବନ୍ଦୀ- ଦି ବିଜେପି ବିଫୋର ମୋଦୀ’ରେ ଲେଖକଙ୍କ ଅନୁଯାୟୀ, ପାର୍ଟିର ପରାଜୟ ଆଶିଂକ ଭାବେ ‘ଅତ୍ୟଧିକ ବିଚାରଧାରା’ ଉପରେ କେନ୍ଦ୍ରିତ ଥିଲା। ପୁସ୍ତକ ଅନୁସାରେ, ଉକ୍ତ ନିର୍ବାଚନରେ କ୍ଷମତାକୁ ପୁଣି ଥରେ ଫେରିବାକୁ ଆଶା ରଖିଥିବା  ବିଜେପି ସଂଖ୍ୟା ଗରିଷ୍ଠତାଠୁ ୧୦୦ ଆସନ ପଛରେ ରହି ଯାଇଥିଲା। ଆରଏସଏସର କୋର ମତଦାତା ଓ କ୍ୟାଡର ନିର୍ବାଚନରେ ଉଦାସୀନତା ଦେଖାଇଥିଲେ କାରଣ ବିଚାରଧାରା ଦୁର୍ବଳ ହେଉଥିବା ଏକ ଧାରଣା ସୃଷ୍ଟି ହୋଇଥିଲା।

ଅନ୍ୟପକ୍ଷେ ଆଡଭାନୀ ଓ ବାଜପେୟୀ ନିର୍ବାଚନରେ ପରାଜୟ ପାଇଁ ବହୁତ ଅଧିକ ବିଚାରଧାରା ଉପରେ ଦୋଷ ଦେଇଥିଲେ। କିନ୍ତୁ ସେ ଆଡଭାନୀ ଥିଲେ, ଯିଏ ବାଜପେୟୀଙ୍କୁ ପରାସ୍ତ କରି ନରେନ୍ଦ୍ର ମୋଦୀଙ୍କ ରାଜନୈତିକ ଜୀବନର ରକ୍ଷା କରିଥିଲେ। ଏବେ ତାଙ୍କୁ ଅନୁଭବ  ହୋଇଛି ଯେ, ସେ କଣ କରିଛନ୍ତି। ସେହି ସମୟରେ ଆଡଭାନୀ ନିଜର ପାରିବାରିକ ବନ୍ଧୁ ବାଜପେୟୀଙ୍କଠୁ ଦୂରେଇ ଯାଇଥିଲେ। ସେ କହିଥିଲେ, ଭିଏଚପି ହିଁ ଆମକୁ କ୍ଷତିରେ ପକାଇଲା।

ପୁସ୍ତକ ଅନୁଯାୟୀ, ନିର୍ବାଚନରେ ମିଳିଥିବା ପରାଜୟ ପାଇଁ ଦଙ୍ଗାକୁ ହିଁ ଦାୟୀ କରାଯାଇଥିଲା। ଏହି କାରଣ ପାଇଁ ମୋଦୀଙ୍କୁ ସଂଖ୍ୟାଲଘୁଙ୍କ ରକ୍ଷା କରିନଥିବା ଦୋଷ ଦିଆଯାଇଥିଲା। ୨୦୦୨ ଦଙ୍ଗା ପାଇଁ  ବାଜପେୟୀ ମୋଦୀଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଏ ହେଉଛି ସେହି ଭୁଲ୍ ଯାହା ଆମେ କରିଥିଲୁ। ପରେ ପରେ ବିଜେପିର ଏକ ବୈଠକରେ ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ବାଜପେୟୀ କହିଥିଲେ। ଏଥିସହ କହିଥିଲେ, ଏହା ମେଣ୍ଟ ସହଯୋଗୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ପୁସ୍ତକରେ ଲାଲକୃଷ୍ଣ ଆଡଭାନୀ ଓ ନରେନ୍ଦ୍ର ମୋଦୀଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏଥିରେ କୁହାଯାଇଛି ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ନେତାଙ୍କ  ସଂପର୍କରେ କେମିତି ତିକ୍ତତା ଆସିଥିଲା। ଏହା ମଧ୍ୟ ଦର୍ଶାଯାଇଛି ଯେ, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ଓ ଆଡଭାନୀଙ୍କ ସଂପର୍କ କେମିତି ବଦଳିଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.