Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

୯୪ ବର୍ଷରେ ପାଦ ଥାପିଲେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ନେତା

8/11/2021 at 11:14 AM

ନୂଆଦିଲ୍ଲୀ ୦୮/୧୧: ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କ ଆଜି ଜନ୍ମଦିନ । ୯୪ ବର୍ଷରେ ପାଦ ଥାପିଛନ୍ତି ଆଡଭାନୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ସମ୍ମାନିତ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୁଁ ତାଙ୍କର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି । ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗର୍ବ ବଢାଇବା ଦିଗରେ ତାଙ୍କର ଅନେକ ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ରହିବ । ତାଙ୍କର ବୌଦ୍ଧିକ ଦକ୍ଷତା ପାଇଁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଏ । କେବଳ ସେତିକି ନୁହେଁ ତାଙ୍କ ବାସଭବନରେ ଯାଇ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି ।

ଭାରତୀୟ ଜନତା ପାର୍ଟି ସଭାପତି ଜେ.ପି ନଡା ଟୁଇଟ୍ କରି ଲାଲ କୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ନିଜ ଟୁଇଟରେ ଲେଖିଛନ୍ତି, ‘ସମ୍ମାନିତ ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଅନେକ ଜନ୍ମଦିନର ଶୁଭେଚ୍ଛା, ଯିଏକି ବିଜେପିକୁ ଜନସାଧାରଣଙ୍କ ନିକଟକୁ ନେଇଥିଲେ ଏବଂ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆଡଭାନି ଜୀ କୋଟି କୋଟି କର୍ମୀଙ୍କ ପାଇଁ ଏକ ପ୍ରେରଣା । ତୁମର ଦୀର୍ଘ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରେ ।

   Related Posts