Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋଗରୁ ବଞ୍ଚିବା ପାଇଁ କରନ୍ତୁ ଲାଲ କିତାବର ଏହି ସରଳ ଉପାୟ, ଔଷଧ ପକାଇବ ପ୍ରଭାବ

4/10/2021 at 9:49 PM

ଭୁବନେଶ୍ୱର ୦୪/୧୦ : ଲାଲ କିତାବ ଏକ ଜ୍ୟୋତିଷ ଗ୍ରନ୍ଥ ଯେଉଁଥିରେ ପରମ୍ପରାଗତ ଓ ସ୍ଥାନୀୟ ସଂସ୍କୃତି ଉପରେ ଆଧାରିତ ଉପାୟ ଦର୍ଶାଯାଇଛି। ଲାଲ କିତାବରେ ବାସ୍ତୁ ଶାସ୍ତ୍ର ଓ ସାମୁଦ୍ରିକ ବିଜ୍ଞାନ ବିଷୟରେ ମଧ୍ୟ କୁହାଯାଇଛି। ବେଳେବେଳେ ବ୍ୟକ୍ତିର କର୍ମ ଓ ଗ୍ରହ ସ୍ଥିତି ଯୋଗୁଁ ନାନା ରୋଗର ସମ୍ମୁଖୀନ ହେବାକୁ ପଡିଥାଏ। ଗୋଟିଏ ପରେ ଗୋଟିଏ ଶାରୀରିକ ସମସ୍ୟା ବ୍ୟକ୍ତିର ପିଛା ଛାଡି ନଥାଏ। ଏହିଭଳି ସ୍ଥିତିରେ ଲାଲ କିତାବରେ ଦିଆଯାଇଥିବା କିଛି ଉପାୟ ଅବଲମ୍ବନ କରିପାରିବେ। ଲାଲ କିତାବର ଏହି ଉପାୟ ଆପଣେଇ ଅନେକ ରୋଗରୁ ମୁକ୍ତି ମିଳିପାରିବ ବୋଲି କୁହାଯାଏ।

ବେଳେବେଳେ ରୋଗରେ ଔଷଧ ମଧ୍ୟ କାମ କରିନଥାଏ। ଚିକିତ୍ସା ପଦ୍ଧତି ମଧ୍ୟ କାମ କରିନଥାଏ। ଏହିଭଳି ସ୍ଥିତିରେ ଏହି ଉପାୟ କଲେ ଔଷଧ ମଧ୍ୟ ପ୍ରଭାବ ପକାଇବା ଆରମ୍ଭ କରେ ଓ ରୋଗ ମଧ୍ୟ ଭଲ ହୋଇଯାଇଥାଏ। ଯାହାଫଳରେ ବ୍ୟକ୍ତିର ମନକୁ ସକାରାତ୍ମକ ଚିନ୍ତାଧାରା ଆସିଥାଏ।

 ଯଦି କୌଣସି ବ୍ୟକ୍ତିଙ୍କର ଔଷଧ ସେବନ ପରେ ରୋଗ ଭଲ ହେଉନାହିଁ ତାହେଲେ ଅଟା ଓ ପାଣିରେ ଗୋଟିଏ ସରଳ ଉପାୟ କରିପାରିବେ। ଅଟାର ଏକ ଗୁଳା ଓ ଗୋଟିଏ ଢାଳରେ ପାଣି ଭର୍ତ୍ତି କରି ରୋଗୀ ମୁଣ୍ଡରୁ ଗୋଡ ଯାଏଁ ୩ଥର ବୁଲାନ୍ତୁ। ତାପରେ ସେହି ପାଣିକୁ ଅଶ୍ୱଥ ଗଛ ମୂଳରେ ଢାଳି ଦିଅନ୍ତୁ ଓ ଅଟା ଗୁଳା ଗାଈକୁ ଖୁଆଇ ଦିଅନ୍ତୁ। ୩ ଦିନ ଯାଏଁ ଏହି ଉପାୟ କରିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ।

ଯଦି କୌଣସି ବ୍ୟକ୍ତି କୌଣସି ଗମ୍ଭୀର ରୋଗରେ ପୀଡିତ ତାହେଲେ ରୁପା ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଅଳ୍ପ କେଶର ପକାନ୍ତୁ। ଏହି ପାଣିକୁ ରାତି ସାରା ମୁଣ୍ଡ ପାଖରେ ରଖନ୍ତୁ ଓ ସକାଳୁ ଉଠି ଏହି ପାଣିକୁ ବାହାରେ ଫୋପାଡ଼ି ଦିଅନ୍ତୁ। ଏହାଦ୍ୱାରା ରୋଗୀଙ୍କୁ ଆରାମ ମିଳିଥାଏ।

ଅଧିକ ସମୟ ଧରି ରୋଗରେ ପୀଡିତ ଥିବା ରୋଗୀଙ୍କୁ ରୋଗରୁ ମୁକ୍ତି ପାଇବାକୁ ଦକ୍ଷିଣ ଦିଗରେ ମୁଣ୍ଡ କରି ଶୋଇବା ଉଚିତ। ଔଷଧ ଓ ପାଣି ମଧ୍ୟ ଏହି ଦିଗରେ ରଖିବା ଉଚିତ। ଏହାଦ୍ୱାରା ଔଷଧ ପ୍ରଭାବ ପକାଇବା ଆରମ୍ଭ କରିଥାଏ।

ଲାଲ କିତାବରେ କୁହାଯାଇଛି ଯେ ଯେଉଁମାନେ ସବୁବେଳେ ରୋଗରେ ପଡନ୍ତି ସେମାନେ ହସ୍ପିଟାଲ ଯାଇ ରୋଗୀଙ୍କୁ ଔଷଧ ଓ ଫଳ ଦାନ କରିବା ଉଚିତ। ଏହାଦ୍ୱାରା ରୋଗ ଦୂର ହୋଇଥାଏ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡିଥାଏ।

   Related Posts