ଆପଣ ବି ସନ୍ତାନ ସୁଖରୁ ବଞ୍ଚିତ କି ? କରନ୍ତୁ ଏହି ସରଳ ଉପାୟ, ନିଶ୍ଚୟ ହେବେ ସଫଳ

Published By : Prameya-News7 Bureau | April 29, 2021 IST

ଭୁବନେଶ୍ୱର ୨୯/୦୪ : ଭୋଜନ, ବସ୍ତ୍ର ଓ ଆବାସ ଭଳି ପାରିବାରିକ ସୁଖ ଶାନ୍ତି ପାଇଁ ପତ୍ନୀ ଓ ସନ୍ତାନର ମଧ୍ୟ ଆବଶ୍ୟକତା ରହିଛି। ଭାଗ୍ୟରେ ଥିଲେ ସରଳ ଓ ସୁଶୀଳ ପତ୍ନୀ ମିଳିଥାଏ। ବିବାହ ପରେ ସବୁଠାରୁ ବଡ ଚିନ୍ତା ସନ୍ତାନ। ସନ୍ତାନ ସୁଖର ଅଭାବ କେତେ ପୀଡାଦାୟକ ତାହା କେବଳ ସେହି ଦମ୍ପତି ହିଁ ବୁଝି ପାରିବେ ଯେଉଁମାନେ ସନ୍ତାନ ସୁଖରୁ ବଞ୍ଚିତ। ଯଦି ଶରୀର ସୁସ୍ଥ ଥାଏ, କୌଣସି ରୋଗ ନଥାଏ, ପରିବାରରେ ମଧ୍ୟ ସମସ୍ତେ ନିରୋଗୀ ଓ ସୁସ୍ଥ ଥାଆନ୍ତି, ଆବଶ୍ୟକ ଅନୁଯାୟୀ ରୋଜଗାର ମଧ୍ୟ ଥିବା ଏବଂ ତା'ସତ୍ତ୍ୱେ ବି ଯଦି ଜଣେ ସନ୍ତାନ ସୁଖରେ ବଞ୍ଚିତ ଥାଏ ତାହେଲେ ପାରିବାରିକ ଜୀବନ ପୀଡାଦାୟକ ହୋଇଯାଏ।

ଯେଉଁ ଦମ୍ପତିଙ୍କ ସନ୍ତାନ ନଥାନ୍ତି ସେମାନେ ସନ୍ତାନ ପ୍ରାପ୍ତ କରିବାକୁ ଏହି ଉପାୟ ଅବଲମ୍ବନ କରିପାରିବେ। ମା' ଶବ୍ଦ ଏକ ପବିତ୍ର ଶବ୍ଦ। ମା'ର ମମତାର କୌଣସି ସୀମା ନଥାଏ। ମା'କୁ ନିଜ ସନ୍ତାନ ଉପରେ ସଂସାର ଜାକର ସ୍ନେହ ଓ ଭଲପାଇବା ଅଜାଡି ଦେଇଥାଏ। ତେବେ ସନ୍ତାନ ପ୍ରାପ୍ତି ପାଇଁ କିଛି ଉପାୟ ମଧ୍ୟ ରହିଛି ଯାହା ଆପଣେଇବା ଦ୍ୱାରା ସନ୍ତାନ ପ୍ରାପ୍ତି ହେବାର ପୁରା ସମ୍ଭାବନା ରହିଛି। ଲାଲ କିତାବରେ ଏମିତି କିଛି ଉପାୟ ରହିଛି।

ତନ୍ତ୍ର-ମନ୍ତ୍ର-ଯନ୍ତ୍ର ଓ ଜ୍ୟୋତିଷଶାସ୍ତ୍ରରେ ଅନେକ ଉପାୟ ରହିଛି। କିନ୍ତୁ ଶ୍ରଦ୍ଧା ଓ ବିଶ୍ୱାସ ବିନା କିଛି ମିଳିନଥାଏ। ଈଶ୍ୱରଙ୍କ ଉପରେ ପୁରା ବିଶ୍ୱାସ ଓ ଶ୍ରଦ୍ଧା ଥିଲେ 'ସନ୍ତାନ ଗୋପାଳ ସାଧନା' କରନ୍ତୁ। ନିଶ୍ଚୟ ମନୋସ୍କାମନା ପୂରଣ ହେବ ଓ ସନ୍ତାନ ସୁଖ ମଧ୍ୟ ପାଇବେ।

ମନୁଷ୍ୟ ଜୀବନରେ ୪ଟି ଆଶ୍ରମ ରହିଛି - ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ, ସନ୍ୟାସ। ଏହି ୪ଟି ଆଶ୍ରମରୁ ଗୃହସ୍ଥ ଆଶ୍ରମର ମହିମା ଋଷି-ମହର୍ଷି ମଧ୍ୟ ପ୍ରତିପାଦିତ କରିଛନ୍ତି। ଦେବତାମାନେ ମଧ୍ୟ ଗୃହସ୍ଥ ସୁଖ ଭୋଗ କରିବାକୁ ବାରମ୍ବାର ପୃଥିବୀରେ ଜନ୍ମ ନେଇଥାନ୍ତି।

ସନ୍ତାନ ଜନ୍ମ ହେଉନଥିଲେ ସନ୍ତାନ ଗୋପାଳ ସାଧନା କରିବାକୁ ପରାମର୍ଶ ଦିଆଯାଇଥାଏ। ଏହି ଉପାୟ ପ୍ରାୟତଃ ସଫଳ ହୋଇଥାଏ। ନିଃସନ୍ତାନଙ୍କ ପାଇଁ ଏହି ଉପାୟ ଠାରୁ ବଡ ଆଉ କିଛି ଉପାୟ ନାହିଁ।

ଯଦି ସନ୍ତାନ ଜନ୍ମ ହେବାପରେ ମୃତ୍ୟୁ ହୋଇଯାଏ ତାହେଲେ ଏହିଭଳି ସ୍ଥିତିରେ କିଛି ଉପାୟ କରାଯାଇପାରେ। ଗର୍ଭ ଧାରଣ କରିବ ପରେ ଗର୍ଭବତୀ ପତ୍ନୀଙ୍କ ହାତରେ ନାଲି ସୁତା ବାନ୍ଧିଦେବା ଉଚିତ। ସନ୍ତାନ ଜନ୍ମ ପରେ ସେହି ନାଲି ସୁତା ମା' ହାତରୁ ଖୋଲି ସନ୍ତାନ ହାତରେ ବାନ୍ଧିଦେବା ଉଚିତ। ମା' ହାତରେ ଆଉ ଏକ ନାଲି ସୁତା ବାନ୍ଧିଦେବା ଉଚିତ। ୧୮ ମାସ ଯାଏଁ ଏହି ସୁତା ବାନ୍ଧିବା ଉଚିତ।

ସନ୍ତାନ ପ୍ରାପ୍ତିର ଆଉ କିଛି ଉପାୟ -

-ରିଦ୍ଧି ସିଦ୍ଧିଦାତା ଶ୍ରୀଗଣେଶଙ୍କୁ ଉପାସନା କରିବା ଉଚିତ

-ପ୍ରତିଦିନ ଭୋଜନରୁ କିଛି ଭାଗ ଗାଈ କିମ୍ବା ଅନ୍ୟ ଜୀବଙ୍କୁ ଖାଇବାକୁ ଦେବା ଉଚିତ

-ଅପରାହ୍ନରେ ଚିନି ପକାଇ ରୁଟି ତିଆରି କରି କୁକୁରଙ୍କୁ ଖାଇବାକୁ ଦେବା ଉଚିତ

-କୌଣସି ମାଈ କୁକୁରର ଯଦି ଗୋଟିଏ ସନ୍ତାନ ଜନ୍ମ ହୋଇଥାଏ, ତାକୁ ଆଣି ଘରେ ପୋଷିଲେ ସନ୍ତାନ ଜୀବିତ ରୁହନ୍ତି

-ଯଦି ଶନି ଅଶୁଭ ସ୍ଥାନରେ ଅଛନ୍ତି, ତାହେଲେ ପୁତୁରା-ଝିଆରୀ ଦ୍ୱାରା ଶନିଙ୍କ ବସ୍ତୁ ଦାନ କରିବା ଉଚିତ

-କୁଣ୍ଡଳୀରେ ପଞ୍ଚମ ଭାବରେ ପାପ ଗ୍ରହ କେତୁ ଥଲେ ସନ୍ତାନଙ୍କ ଅନିଷ୍ଟ ହୋଇଥାଏ

ଏହିସବୁ ଉପାୟ କରି ଆପଣ ବି ସନ୍ତାନ ସୁଖ ପ୍ରାପ୍ତ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.