ଭାରତୀୟ ବ୍ୟାଡମିଣ୍ଡନ ପାଇଁ ଐତିହାସିକ ଦିନ, ବିଶ୍ୱ ଚାମ୍ପିୟନଙ୍କୁ ହରାଇ ଇଣ୍ଡିଆ ଓପନ ଟାଇଟଲ ଜିତିଲେ ଲକ୍ଷ୍ୟ ସେନ୍

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ ୧୬/୦୧ : ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସିକ ଦିନ । ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ଇତିହାସ ରଚିଛନ୍ତି । ଇଣ୍ଡିଆ ଓପନ ଚାମ୍ପିୟନର ଫାଇନାଲରେ ବିଶ୍ୱ ଚାମ୍ପିୟନ ଲୋହ କିନ୍ ୟୁଙ୍କୁ ହରାଇ ଏକ ରୋମାଞ୍ଚକର ବିଜୟ ହାସଲ କରିଛନ୍ତି । ଫାଇନାଲରେ ସିଙ୍ଗାପୁରର ଖେଳାଳି ଲୋହଙ୍କୁ ସିଧା ଗେମ୍ ୨୪-୨୨, ୨୧-୧୭ରେ ସେ ପରାସ୍ତ କରିଛନ୍ତି । ଏହା ଲକ୍ଷ୍ୟଙ୍କ ପ୍ରଥମ ସୁପର ୫୦୦ ଟାଇଟଲ । ମ୍ୟାଚ ପୂର୍ବରୁ ଲକ୍ଷ୍ୟ କହିଥିଲେ, ନିଜ ଦେଶରେ ନିଜର ପ୍ରଥମ ସୁପର 500ର ଫାଇନାଲ ଖେଳିବା ଏକ ସୁନ୍ଦର ଅନୁଭୂତି ହେବାକୁ ଯାଉଛି ।

wp:html /wp:html

୨୦ ବର୍ଷିୟ ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବିଶ୍ୱ ରାଙ୍କିଂର ୬୦ତମ ସ୍ଥାନରେ ଥିବା ମାଲେସିଆର ୟୋଙ୍ଗଙ୍କୁ ହରାଇ ସୁପର ୫୦୦ ଟୁର୍ଣ୍ଣାମେଣ୍ଟର ଫାଇନାଲେ ପ୍ରବେଶ କରିଥିଲେ। ଲକ୍ଷ୍ୟ ଦୁଇ ଥର ସୁପର ୧୦୦ ଟାଇଟଲ ହାସଲ କରିସାରିଛନ୍ତି। ଏଥିରେ ଡଚ୍ ଓପନ ଏବଂ ସାରଲୋରଲକ୍ସ ଓପନ ସାମିଲ ରହିଛି। ଗତ ବର୍ଷ ଏହି ଯୁବ ଖେଳାଳି ହାଇଲୋରେ ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ବିଶ୍ୱ ଚମ୍ପିୟନସିପରେ ବ୍ରୋଞ୍ଜ ପଦକ ଜିତିବା ପୂର୍ବରୁ ସେ ବିଶ୍ୱ ଟୁର ଫାଇନାଲର ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.