କରୋନା ଭ୍ୟାକସିନ୍ ପାଇଁ ଏହି ଭାରତୀୟ ଉଦ୍ୟୋଗପତି ଦାନ କଲେ ୩୩୦୦ କୋଟି ଟଙ୍କା

Published By : Prameya-News7 Bureau | July 10, 2020 IST

ନୂଆଦିଲ୍ଲୀ ୧୦।୦୭: ଦେଶର ବଡ ଉଦ୍ୟୋଗପତି ଲକ୍ଷ୍ମୀ ମିତ୍ତଲ ଅକ୍ସଫୋର୍ଡ ୟୁନିଭର୍ସିଟିକୁ କରୋନା ଭ୍ୟାକସିନ୍ ପାଇଁ ୩.୫ ମିଲିୟନ ପାଉଣ୍ଡ ଅର୍ଥାତ ୩୩୦୦ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ମିତ୍ତଲ ପରିବାର ଏହି ଅନୁଦାନ ଅକ୍ସଫୋର୍ଡ ୟୁନିଭର୍ସିଟିର vaccinology ଡିପାର୍ଟମେଣ୍ଟକୁ ପ୍ରଦାନ କରିଛନ୍ତି। ଏହି ଡିପାର୍ଟମେଣ୍ଟ Jenner Institute ଅଧୀନରେ ରହିଛି। ଏହି ଅନୁଦାନ ପରେ ଏବେ ଏହାର ନାମ Lakshmi Mittal and Family Professorship of Vaccinologyରେ ନାମକରଣ ହୋଇଛି।

ଅକ୍ସଫୋର୍ଡ ଓ ୟୁକେ ଇନଷ୍ଟିଚ୍ୟୁୟଟ୍ ଫର ଏନିମଲ ହେଲ୍‌ଥର ଭାଗିଦାରୀରରେ ଜେନର ଇନଷ୍ଟିଚ୍ୟୁୟଟ୍‌ର ସ୍ଥାପନା ୨୦୦୫ରେ ହୋଇଥିଲା। ପୂରା ଦୁନିଆରେ ଭ୍ୟାକସିନ୍‌ ପାଠ୍ୟକ୍ରମକୁକ ନେଇ ଏହି ସଂସ୍ଥା ସର୍ବୋତ୍ତମ। କରୋନା ମହାମାରୀରେ ଭ୍ୟାକସିନ୍‌ ପ୍ରସ୍ତୁତି ଦିଗରେ ମଧ୍ୟ ଅକ୍ସଫୋର୍ଡ ସମସ୍ତଙ୍କଠୁ ଦୁଇ ପାଦ ଆଗରେ ରହିଛି।

ଏହି ଦାନକୁ ନେଇ ଲକ୍ଷ୍ମୀ ମିତ୍ତଲ କହିଛନ୍ତି, କରୋନା ମହାମାରୀ ପରେ ଦୁନିଆକୁ କୌଣସି ବି ପ୍ରକାରର ମହାମାରୀ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ପଡିବ। ଏହି ମହାମାରୀ କାରଣରୁ ପୂରା ବିଶ୍ଵରେ ସାମାଜିକ ଓ ଆର୍ଥିକ ସ୍ତରରେ ଅକଳନୀୟ କ୍ଷତି ଘଟିଛି।

ଏମିତି ସ୍ଥିତିରେ ଯେବେ ପ୍ରଫେସର ହିଲ୍‌ଙ୍କ ସହିତ କଥା ହେଲି ଏବଂ ବୁଝି ପାରିଲେ ଯେ, ସେମାନେ ଭ୍ୟାକସିନ୍‌କୁ ନେଇ ଯାହା କିଛି ବି କରୁଛନ୍ତି ତାହା ବହୁତ ଜରୁରୀ ଅଟେ। ଆମକୁ ଭବିଷ୍ୟତରେ ଏହି ପରି କୌଣସି ବି ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.